Categories: ବାଣିଜ୍ୟ

ଶ୍ରେଷ୍ଠ ୧୦ କମ୍ପାନୀ ମଧ୍ୟରେ ରିଲାଏନ୍ସ ଏକ ନମ୍ବର

ନୂଆଦିଲ୍ଲୀ,୫।୧୨: ଭାରତୀୟ ଷ୍ଟକ୍‌ ମାର୍କେଟରେ ପଞ୍ଜୀକୃତ ନିବେଶକ କମ୍ପାନୀଗଡ଼ିକର କାରବାର ଫଳାଫଳ ଓ ଶେୟାର ବଜାରର ବଜାର ପୁଞ୍ଜିକୁ ନେଇ ଦେଶର ଶ୍ରେଷ୍ଠ ୧୦ କମ୍ପାନୀର ତାଲିକା ପ୍ରକାଶ କରାଯାଇଛି। ସେହିପରି ଗତ ସପ୍ତାହରେ ଦେଶର ଶ୍ରେଷ୍ଠ ୧୦ ମୂଲ୍ୟବାନ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରୁ ୮ଟିର ବଜାର ମୂଲ୍ୟରେ ୧,୧୫,୮୩୭ କୋଟି ଟଙ୍କା ଯୋଡ଼ିଥିବା ବେଳେ ସେଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସବୁଠୁ ବଡ଼ ଲାଭକାରୀ ସଂସ୍ଥା ଭାବେ ପରିଗଣିତ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ବଜାର ମୂଲ୍ୟରେ ୭୧,୪୬୨.୨୮ କୋଟି ଟଙ୍କାକୁ ବୃଦ୍ଧି ପାଇ ୧୮,୪୧,୯୯୪.୪୮ କୋଟିରେ ପହଞ୍ଚତ୍ଥିବା ଜଣାପଡିଛି।

Share