ବିଶ୍ୱର ଟପ ୫୦ କମ୍ପାନୀ ମଧ୍ୟରେ ରିଲାଏନ୍ସ

ଭୁବନେଶ୍ୱର,୨୩।୭: ଭାରତର ସୁପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସମସ୍ତ ରେକର୍ଡ ଭଙ୍ଗ କରି ବିଶ୍ୱର ଟପ ୫୦ କମ୍ପାନୀ ମଧ୍ୟରେ ସାମିଲ ହୋଇଛି। ଦେଶର କୌଣସି ଏକ କମ୍ପାନୀ ପ୍ରଥମ ଥର ପାଇଁ ଏହି ସଫଳତା ହାସଲ କରିପାରିଛି ବୋଲି ସୂଚନା ମିଳିଛି। ଷ୍ଟକ ମାକେର୍ଟର ସୂଚନା ଅନୁସାରେ ରିଲାଏନ୍ସର ବଜାର ପୁଞ୍ଜିର ମୋଟ ପରିମାଣ ୧୩ ଲକ୍ଷ କୋଟିରେ ପହଞ୍ଚି ପାରିଛି। ଫଳରେ କମ୍ପାନୀ ବିଶ୍ୱର ପ୍ରମୁଖ ୫୦ଟି କମ୍ପାନୀ ମଧ୍ୟରେ ୪୮ତମ ସ୍ଥାନ ହାସଲ କରିଛି। ଗୁରୁବାର ବମ୍ବେ ଷ୍ଟକ ଏକ୍ସଞ୍ଜେଜ (ବିଏସଇି) ମାକେର୍ଟ କାରବାର ବନ୍ଦର ସୂଚନା ଅନୁସାରେ ରିଲାଏନ୍ସ ୨,୦୬୦.୬୫ ଡଲାରରେ ପହଞ୍ଚିଥିଲା। ବୁଧବାର ଠାରୁ ୨.୮୨% ଅଧିକ ଅଂଶଧନ ବୃଦ୍ଧି ପାଇଛି। ଫଳରେ ବର୍ତ୍ତମାନ କମ୍ପାନୀର ପୁଞ୍ଜି ପ୍ରାୟ ୧୩ ଲକ୍ଷ କୋଟିକୁ ବୃଦ୍ଧି ଘଟିଛି। ଏହି ସମୟ ମଧ୍ୟରେ କୌଣସି ଭାରତୀୟ କମ୍ପାନୀ ଏହି ସଫଳତା ଲାଭ କରିପାରିନାହାନ୍ତି। ବର୍ତ୍ତମାନ ସମୟରେ ରିଲାଏନ୍ସ ହେଉଛି ଏସିଆର ୧୦ ସର୍ବବୃହତ୍ତ ଏମ-କ୍ୟାପ କମ୍ପାନୀ। ସେହିଭଳି ଟାଟା ଗ୍ରୁପର ଟିସିଏସ ଶ୍ରେଷ୍ଠ ୧୦୦ରେ ପ୍ରବେଶ କରିଛି। ଏସିଆର ଅନ୍ୟ ଏକ ଚୀନ କମ୍ପାନୀ ଆଲିବାବା ବିଶ୍ୱ ବଜାରରେ ୭ତମ ସ୍ଥାନ ହାସଲ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri