ରିଲାଏନ୍ସ ଇଣ୍ଡଷ୍ଟ୍ରିର ନୂତନ ଅଭିଯାନ

ଭୁବନେଶ୍ୱର,୧୪।୧ (ଅଭୟ ଦାଶ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଏକ ନୂତନ ଅଭିଯାନ ‘ଗ୍ରାଜୁଏଟ୍‌ ଇଞ୍ଜିନିୟର ଟ୍ରେନି (ଜିଇଟି) ପ୍ରୋଗ୍ରାମ ୨୦୨୪’ କାର୍ଯ୍ୟକ୍ରମର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପେଟ୍ରୋକେମିକାଲ୍ସଠାରୁ ଆରମ୍ଭକରି ନୂତନ ଶକ୍ତି ପର୍ଯ୍ୟନ୍ତ ସମସ୍ତ ବିଭାଗରେ କମ୍ପାନୀ ସ୍ନାତକ ଇଞ୍ଜିନିୟରମାନଙ୍କୁ ନିଯୁକ୍ତି କରିବାକୁ ଲକ୍ଷ୍ୟ ରଖିଛି। ଆର୍‌ଆଇଏଲ୍‌ର ୱେବ୍‌ସାଇଟ୍‌ରେ ଉପଲବ୍ଧ ସୂଚନା ଅନୁଯାୟୀ ଜିଇଟି ପ୍ରୋଗ୍ରାମ ୨୦୨୪ କାର୍ଯ୍ୟକ୍ରମ ନାମରେ ରିଲାଏନ୍ସ ଦେଶର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି। ବିଶେଷକରି ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବୈଷୟିକ ଭୂମିକାରେ ଯୁବ ତଥା ଉଚ୍ଚ କ୍ଷମତାସମ୍ପନ୍ନ ଇଞ୍ଜିନିୟରିଂ ପ୍ରତିଭା ନିଯୁକ୍ତ କରିବା। ଚଳିତ ବର୍ଷ ଆବେଦନ ପ୍ରକ୍ରିୟା ପ୍ରଥମ ଥର ପାଇଁ ଅନ୍‌ଲାଇନ ମାଧ୍ୟମରେ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମର ପଞ୍ଜୀକରଣ ଅବଧି ୨୦୨୪ ଜାନୁଆରୀ ୧୯ରେ ଶେଷ ହେଉଛି। ଏହା ଅଧୀନରେ କମ୍ପାନୀ ପକ୍ଷରୁ ଏଆଇସିଟିଇ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନଗୁଡିକର କେମିକାଲ (ରସାୟନ), ଇଲେକ୍ଟ୍ରିକାଲ, ମେକାନିକାଲ (ଯାନ୍ତ୍ରିକ) ଓ ଇନ୍‌ଷ୍ଟ୍ରୁମେଶନ ଇଞ୍ଜିନିୟରିଂ ଭଳି ବିଭିନ୍ନ ବିଭାଗର ୨୦୨୪ ବ୍ୟାଚ୍‌ ବି.ଟେକ୍‌ ଏବଂ ବିଇ ସ୍ନାତକମାନଙ୍କଠାରୁ ଅନ୍‌ଲାଇନ ଆବେଦନ ଆହ୍ବାନ କରାଯାଇଛି। ଏପରିକି ମନୋନୀତ ଛାତ୍ରୀଛାତ୍ରମାନେ ୨୦୨୪ ଫେବୃଆରୀ ୫ରୁ ୮ ମଧ୍ୟରେ ଅନ୍‌ଲାଇନ ମୂଲ୍ୟାଙ୍କନ (ଜ୍ଞାନଗତ ପରୀକ୍ଷା ଏବଂ ବିଷୟବସ୍ତୁ)ରେ ସାମିଲ ହେବେ। ଏଥିରେ ସଫଳ ହୋଇଥିବା ଛାତ୍ରୀଛାତ୍ରମାନଙ୍କର ସାକ୍ଷାତ୍‌କାର ୨୦୨୪ ଫେବୃଆରୀ ୨୩ରୁ ମାର୍ଚ୍ଚ ୧ ମଧ୍ୟରେ ନିଆଯିବାକୁ ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ଶେଷରେ ଚୟନ ପ୍ରକ୍ରିୟା ଶେଷ ହେବ ବୋଲି ରିଲାଏନ୍ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri