ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଡିଜନି ମଧ୍ୟରେ ହୋଇଥିବା ଚୁକ୍ତିରେ ସମସ୍ୟା! ହୋଇପାରେ ବଡ ପ୍ରତିବନ୍ଧକ

ନୂଆଦିଲ୍ଲୀ, ୨୪।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତି ବାଟରେ ବଡ଼ ସମସ୍ୟା ଆସିପାରେ। ସୋମବାର ବ୍ଲୁମବର୍ଗର ରିପୋର୍ଟରୁ ଜଣା ପଡିଥିଲା ଯେ, ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଡିଜ୍ନି ଷ୍ଟାର ସହିତ ଏକ ଚୁକ୍ତି କରିବାର ଶେଷ ପର୍ଯ୍ୟାୟରେ ଅଛି ଏବଂ ଆଗାମୀ ମାସରେ ୧୦ ବିଲିଅନ୍ ଡଲାରର ଏକ ଅଂଶୀଦାର ହେବାର ଘୋଷଣା କରିବ।

ବର୍ତ୍ତମାନ, ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଉଭୟ କମ୍ପାନୀର ମୂଲଚାଲକୁ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଡିଜନି ମଧ୍ୟରେ ହୋଇଥିବା ଚୁକ୍ତି ଅଟକି ଯାଇପାରେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଉଭୟଙ୍କ ବ୍ୟବସାୟିକ ମୂଲ୍ୟରେ ପାର୍ଥକ୍ୟ ହେତୁ ଆମେରିକୀୟ ଫାର୍ମ ଏହାର ଭାରତ କାର୍ଯ୍ୟ ପାଇଁ ଚୁକ୍ତି କରିବାରେ ରାଜି ହୋଇନପାରେ।

ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଯେଉଁଠାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଡିସ୍ନି ଷ୍ଟାରର ମୂଲ୍ୟ ୩ ରୁ ୪ ବିଲିୟନ ଡଲାର କରିଛି। ଅନ୍ୟପକ୍ଷରେ ୱାଲ୍ଟ ଡିଜନି ଏହାର ମୂଲ୍ୟ ୧୦ ବିଲିୟନ ଡଲାର ଆଶା କରୁଛି। ଭାରତରେ ଡିଜନି ଷ୍ଟାରର ଟିଭି ଏବଂ ଡିଜିଟାଲ ଚ୍ୟାନେଲ ରହିଛି।

୨୦୧୭ ରେ ଷ୍ଟାର୍ ଇଣ୍ଡିଆର ମୂଲ୍ୟ ୧୮ ବିଲିୟନ ଡ଼ଲାର୍ ଥିଲା ଯେତେବେଳେ ଏହାକୁ ୱାଲ୍ଟ ଡିଜନି କିଣିଥିଲା।ଡିଜନି ଫକ୍ସର ୭୧ ବିଲିୟନ ଡଲାରର ଅଂଶ ଭାବରେ ଷ୍ଟାର ଇଣ୍ଡିଆକୁ କିଣିଛି। ଯଦି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଡିଜନି ମଧ୍ୟରେ ଏକ ଡିଲ୍ ହୁଏ, ତେବେ ଦୁଇ କମ୍ପାନୀ ମଧ୍ୟରେ ଡିଲ୍ ନଗଦ ଏବଂ ଷ୍ଟକ୍ ମାଧ୍ୟମରେ ହେବ। ତଥାପି, ୱାଲ୍ଟ ଡିଜନିରେ ସର୍ବ ବୃହତ ଅଂଶ ରହିବ।

 

Share