ଜୁଲିଆନ୍‌ ଆସେଞ୍ଜଙ୍କୁ ମୁକ୍ତ କର

ମେଲବୋର୍ନ, ୪!୭: ଅଷ୍ଟ୍ରେଲିଆ ଜନ୍ମିତ ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍‌ ଆସେଞ୍ଜ ରବିବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଲଣ୍ଡନରେ ଆସେଞ୍ଜଙ୍କ ଜନ୍ମଦିନ ପାଳନ ବେଳେ ସମର୍ଥକମାନେ ଏକ ବସ୍‌ରେ ବିକ୍ଷୋଭ କରି ତାଙ୍କ ମୁକ୍ତି ଦାବି କରିଛନ୍ତି। ବ୍ରିଟେନ୍‌ ପକ୍ଷରୁ ଆମେରିକାକୁ ପ୍ରତ୍ୟର୍ପଣ କରା ନ ଯାଉ ବୋଲି ଆସେଞ୍ଜଙ୍କ ଲିଗାଲ୍‌ ଟିମ୍‌ ଲଣ୍ଡନ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ଗୁପ୍ତଚରଗିରି ଓ ଆମେରିକା ସେନାର ଗୁପ୍ତ ଦସ୍ତାବିଜ ପ୍ରଘଟ ଭଳି ସଙ୍ଗିନ ମାମଲାର ଅଭିଯୁକ୍ତ ଆସେଞ୍ଜଙ୍କ ପ୍ରତ୍ୟର୍ପଣକୁ ଗତମାସରେ ବ୍ରିଟେନ୍‌ ଗୃହ ସଚିବ ପ୍ରୀତି ପଟେଲ ମଞ୍ଜୁରୀ ଦେଇଥିଲେ।

Share