Posted inଜାତୀୟ

ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟଙ୍କୁ ଶୀଘ୍ର ମୁକ୍ତ କର: ବହିର୍ବ୍ୟାପାର ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧।୭ : ୨୫୪ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ଚାରିଜଣ ସାଧାରଣ ନାଗରିକଙ୍କୁ ଜେଲରୁ ମୁକ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଭାରତ ପାକିସ୍ତାନକୁ କହିଛି। ୨୦୦୮ ଚୁକ୍ତିନାମା ଅନୁଯାୟୀ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷର ଜାନୁଆରୀ ୧ ଏବଂ ଜୁଲାଇ ୧ ରେ ସାଧାରଣ ନାଗରିକ କଏଦୀମାନଙ୍କର ତାଲିକା ଆଦାନ ପ୍ରଦାନ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି।

ଭାରତ ପାକିସ୍ତାନର ୩୪୩ ନାଗରିକ ଏବଂ ୭୪ ମତ୍ସ୍ୟଜୀବୀଙ୍କ ତାଲିକା ପ୍ରକାଶ କରିଛି। ସେହିଭଳି ପାକିସ୍ତାନ ମଧ୍ୟ ଭାରତର ୪୨ ନାଗରିକ ଏବଂ ୨୬୬ ମତ୍ସ୍ୟଜୀବୀଙ୍କ ତାଲିକା ପ୍ରକାଶ କରିଛି।

ଜେଲରେ ଥିବା ୧୨ ଜଣ ମତ୍ସ୍ୟଜୀବୀ ଏବଂ ୧୪ ଜଣ ସାଧାରଣ ନାଗରିକଙ୍କୁ ତୁରନ୍ତ କନସୁଲାର ସୁବିଧା ପ୍ରଦାନ କରିବାକୁ ଭାରତ ପାକିସ୍ତାନ ନିକଟରେ ଦାବି କରିଛି।

ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନକୁ ସମସ୍ତ ଭାରତର ସାଧାରଣ ନାଗରିକ କଏଦୀ ଏବଂ ମତ୍ସ୍ୟଜୀବୀମାନେ ମୁକ୍ତ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି। ସରକାରଙ୍କ ଉଦ୍ୟମ ଯୋଗୁଁ ୨୦୧୪ ମସିହାର୨୫୫୯ ଭାରତୀୟ ମତ୍ସ୍ୟଜୀବୀ ଏବଂ ୬୩ କଏଦୀଙ୍କୁ ପାକିସ୍ତାନରୁ ଭାରତକୁ ଫେରାଇ ଅଣାଯାଇଛି। ସେମାନଙ୍କ ମଧ୍ୟରେ ୩୯୮ ଭାରତୀୟ ମତ୍ସ୍ୟଜୀବୀ ଏବଂ ପାଞ୍ଚ ଜଣ ବନ୍ଦୀ ଅଛନ୍ତି ଯେଉଁମାନେ ଚଳିତ ବର୍ଷ ପାକିସ୍ତାନରୁ ସ୍ବଦେଶ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri