କୋଠାବାଡ଼ି ନିୟମ କୋହଳ ହେଲା

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସହରାଞ୍ଚଳରେ ଗୃହ ନିର୍ମାଣ କରିବା ସହଜ ହେବ। ରାଜ୍ୟ ସରକାର କୋଠାବାଡ଼ି ନିର୍ମାଣକୁ ନେଇ ଥିବା ନିୟମରେ କେତେକ ସଂଶୋଧନ ଆଣିଛନ୍ତି । ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ଗୋଟିଏ ପ୍ରକାର କୋଠାବାଡି ନିୟମ ପ୍ରଚଳନ କରାଯିବ। ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳ ଅଧୀନରେ ଆସୁଥିବା ସମସ୍ତ ସହର ଓ ଗ୍ରାମାଞ୍ଚଳ ପାଇଁ ଓଡିଶା ଉନୟନ କର୍ତ୍ତୃପକ୍ଷ (ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ )ରୁଲ୍ସ -୨୦୨୦ କାର୍ଯ୍ୟକାରୀ ହେବ। ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏ ନେଇ ସୂଚନା ଦେଇଛନ୍ତି ।
ସହରାଞ୍ଚଳରେ ବହୁତଳ ଅଟ୍ଟାଳିକା ନିର୍ମାଣକୁ ସହଜ କରିବା ପାଇଁ ନୂତନ ରେଗୁଲେଶନରେ ପୂର୍ବ ପ୍ରଚଳିତ କୋଠାବାଡି ନିୟମକୁ କୋହଳ କରାଯାଇଛି। ପୂର୍ବରୁ ୪ରୁ ଊର୍ଦ୍ଧ୍ୱ ଫ୍ଲାଟ ବିଶିଷ୍ଟ କୋଠାଘରକୁ ଆପାର୍ଟମେଣ୍ଟ କୁହାଯାଉଥିଲା। ଏବେ ୮ଟି ଫ୍ଲୋର ଥିବା କୋଠାକୁ ଆପାର୍ଟମେଣ୍ଟର ମାନ୍ୟତା ମିଳିବ। ପୂର୍ବରୁ ପ୍ଲଟ ସାଇଜ ୫୦୦ ବର୍ଗ ମିଟର ଥିବାବେଳେ ଏହି ନୂତନ ନିୟମରେ ତାହାକୁ କୋହଳ କରାଯାଇଛି। ଏଥିପାଇଁ ପ୍ଲଟ ସାଇଜର କାୈଣସି ପ୍ରତିବନ୍ଧକ ରହିବ ନାହିଁ। ଏବେ ଘର ନିର୍ମାଣ କରିବା ପୂର୍ବରୁ କେବଳ ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଲେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ମିଳିପାରିବ। ବାରମ୍ବାର ଅଫିସକୁ ଦାୈଡିବାକୁ ପଡିବ ନାହିଁ। ଆଗରୁ ପୁରୁଣା ଘର ନବୀକରଣ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡୁଥିଲା। ନୂତନ ନିୟମରେ ଅନୁମତି ନେବାକୁ ପଡିବ ନାହିଁ। ଫ୍ଲୋର ଏରିଆ ରେସିଓ(ଏଫଆରଏ)କୁ ୭ ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହାକି ଦେଶରେ ସର୍ବାଧିକ। ଯେଉଁମାନେ ବହୁତଳ କୋଠା ନିର୍ମାଣ କରିବେ ସେମାନଙ୍କ ପାଇଁ ଆଗରୁ ଜମି ମୂଲ୍ୟର ୫୦ ଭାଗ ଦାଖଲ କରିବାକୁ ପଡୁଥିଲା। ନୂତନ ନିୟମରେ ଏହାକୁ ୨୫ ପ୍ରତିଶତକୁ କମାଇ ଦିଆଯାଇଛି। ଏହାଛଡା ବିଲ୍‌ଡରମାନେ ଜମି ମୂଲ୍ୟର ଏଫଆରଏ ଉପରେ ନିଆଯାଉଥିବା ଅର୍ଥକୁ କିସ୍ତି ଆକାରରେ ଜମା ଦେଇ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ। ଏଥିପାଇଁ ୩ଟି କିସ୍ତି ବ୍ୟବସ୍ଥା କରାଯାଇଛି। ଆଗରୁ ଆପାର୍ଟମେଣ୍ଟ ନିର୍ମାଣ ଶେଷ ହେବା ପରେ ଅକୁପାନ୍ସି ସାର୍ଟିଫିକେଟ ଦିଆଯାଉଥିଲା। ମାତ୍ର ନୂତନ ନିୟମରେ ଯେତିକି ଘର ନିର୍ମାଣ ହେବ ସେତିକି ଘରକୁ ଅକୁପାନ୍ସି ସାର୍ଟିଫିକେଟ ପ୍ରଦାନ କରାଯିବ। ଆଗରୁ ଘର କରିବା ପାଇଁ ଗ୍ରାଉଣ୍ଡ କଭରେଜ ବ୍ୟବସ୍ଥା ନ ଥିଲା। ଏବେ ନୂଆ ନିୟମରେ ପରିବର୍ତ୍ତନ କରାଯାଇଛି। ୧୫ରୁ ୧୮ରୁ ମିଟର ଉଚ୍ଚ ଘର ନିର୍ମାଣ କଲେ ଡେଭେଲପରଙ୍କୁ ୫୦ ପ୍ରତିଶତ ଖାଲି ଜାଗା ଛାଡିବାକୁ ପଡିବ। ଏହାଠାରୁ ଅଧିକ ଉଚ୍ଚ କଲେ ୪୦ ପ୍ରତିଶତ ଖାଲି ଜାଗା ଛାଡିବାକୁ ହେବ। ଏହାକୁ ବାଧ୍ୟତାମୂଳକ କରାଯାଇଛି। ଗୃହଗୁଡିକର ସେଟ୍‌ବ୍ୟାକଗୁଡିକୁ ମଧ୍ୟ କୋହଳ କରାଯାଇଛି। କମ୍‌ ବିପଦ ଥିବା ଆପାର୍ଟମେଣ୍ଟଗୁଡିକ ପାଇଁ ସେଟ୍‌ବ୍ୟାକକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ଯେଉଁମାନେ ଶପିଂ ମଲ୍‌ ଏବଂ ମଲ୍ଟିପ୍ଲେକ୍ସ କରିବେ ତାଙ୍କୁ ପାର୍କିଂ ପାଇଁ ୫୦ ପ୍ରତିଶତ ଛାଡିବାକୁ ପଡିବ। ପୂର୍ବରୁ ଶପିଂମଲ, ମଲ୍ଟିପ୍ଲେକ୍ସ ପାଇଁ ୫୦ ପ୍ରତିଶତ ପାର୍କିଂ ସ୍ଥାନ ରଖିବାକୁ ନିୟମ କରାଯାଇଥିବା ବେଳେ ବ୍ୟବସାୟିକ କୋଠାବାଡି ପାଇଁ ୪୦ ଓ ଆବାସିକ ଗୃହ ପାଇଁ ୩୦ ପ୍ରତିଶତ ପାର୍କିିଂ ବ୍ୟବସ୍ଥା ଥିଲା। ତେବେ ନୂତନ ନିୟମରେ ପାର୍କିଂ ଜାଗା ରଖିବା ସହିତ ଗୋଦାମ ପାଇଁ ୨୦ ପ୍ରତିଶତ ନିୟମ କରାଯାଇଛି।
ପୂର୍ବରୁ ସମସ୍ତ ପ୍ରେକ୍ଷାଳୟ କିମ୍ବା ଆସେମ୍ବି୍ଲ ହଲ ପାଇଁ ଆଗରେ ୧୨ ପ୍ରତିଶତ ଖାଲି ସ୍ଥାନ ଛାଡିବାର ବ୍ୟବସ୍ଥା ଥିଲା। ଏବେ ୧୦୦୦ ବର୍ଗ ମିଟର ଆସେମ୍ବ୍ଲି ଗୃହ ପାଇଁ ଆଗରେ ୬ ମିଟର ଖାଲି ସ୍ଥାନ ଛାଡିବାକୁ ନିୟମ କରାଯାଇଛି। ଆର୍ଥିକ ଦୁର୍ବଳ ଶ୍ରେଣୀ କିମ୍ବା ନିମ୍ନ ଆୟ ବର୍ଗର ଲୋକଙ୍କ ପାଇଁ ଘରୋଇ-ସରକାରୀ ଭାଗୀଦାରିରେ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ୪୦ ପ୍ରତିଶତ ସୁଲଭ ଗୃହ ନିର୍ମାଣ କରିବା ବାଧ୍ୟତାମୂଳକ ଥିଲା ଏବେ ସେହି ପକଳ୍ପ ପାଇଁ ୬୦ ପ୍ରତିଶତ ସରକାରୀ ଜାଗା ମିଳିବ। ପୂର୍ବରୁ ଏହାର ଅନୁପାତ ୬୫:୩୫ ଥିଲା। ଏବେ ଏହାର ଅନୁପାତ ୬୦:୪୦ କରାଯାଇଛି। ସମଗ୍ର ଭାରତ ବର୍ଷରେ ଏହା ହେଉଛି ପ୍ରଥମ। ଘରବାରି ବିକ୍ରୟ ପ୍ରକଳ୍ପରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଏବଂ ନିମ୍ନ ଆୟ ବର୍ଗର ଲୋକମାନଙ୍କ ପାଇଁ ୨୦ ପ୍ରତିଶତ ଜାଗା ସଂରକ୍ଷଣ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ସବୁଜ ବଳୟ ସୃଷ୍ଟି ଏବଂ ଖୋଲା ସ୍ଥାନ ଛାଡିବା ନେଇ ଏଥିରେ ଗୁରୁତ୍ୱ ଦିଆଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ନୂତନ ନିୟମରେ ତୃତୀୟ ପକ୍ଷ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ନୂଆ ଆଇନ ଗୃହ ନିର୍ମାଣ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ମନ୍ତ୍ରୀ କହିଛନ୍ତି।
ସାଧାରଣ ଲୋକ ଏବଂ ଆପାର୍ଟମେଣ୍ଟ ନିର୍ମାଣ କରୁଥିବା ସଂସ୍ଥାଗୁଡିକୁ ପ୍ଲାନ ଅନୁମୋଦନ ପାଇଁ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ଆଉ ବାରମ୍ବାର ଦାୈଡିବାକୁ ପଡିବ ନାହିଁ। ଏହା ଦ୍ୱାରା ରାଜ୍ୟରେ କୋଠାବାଡି ନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ହୋଇ ପାରିବ। ଏହାଦ୍ୱାରା ରିୟଲ ଇଷ୍ଟେଟ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହୋଇପାରିବ। ସହରାଞ୍ଚଳରେ ବାସ କରୁଥିବା ସବୁ ବର୍ଗର ଲୋକଙ୍କ ପାଇଁ ଏହା ସହାୟକ ହୋଇପାରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
୯ ଉନ୍ନୟନ କର୍ତ୍ତୃପକ୍ଷ
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, କଟକ ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri