ସମ୍ପର୍କରେ ସଂଶୟ

ବିଗତ ଦୁଇ ଦଶନ୍ଧି ମଧ୍ୟରେ ଆମେରିକା-ଭାରତ ଦ୍ୱିପାକ୍ଷିକ ସମ୍ପର୍କ ଯେଭଳି ଶୀଘ୍ର ମଜଭୁତ ହୋଇଛି ତାହା ତୁଳନାରେ ଅନ୍ୟ କୌଣସି ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ସେଭଳି ଘଟିନାହିଁ। ଅବଶ୍ୟ ଆଗକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ୮ମ ଗସ୍ତ ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଥର ଯାଉଛନ୍ତି। ଏହି ସମ୍ପର୍କରୁ ଭାରତ ଯେତିକି ଲାଭ ପାଇବ ତା’ଠାରୁ ଅଧିକ ପାଇବ ଆମେରିକା। ନିକଟରେ ଭାରତ ଜନସଂଖ୍ୟାରେ ଚାଇନାକୁ ଟପିଯାଇଛି। ଯଦିଓ ଭାରତର ଅର୍ଥ ବ୍ୟବସ୍ଥା ଅପେକ୍ଷାକୃତ ଛୋଟ ତଥାପି ଏହା ଖୁବ୍‌ଶୀଘ୍ର ଅଭିବୃଦ୍ଧି ଲାଭ କରୁଛି। ଅବଶ୍ୟ ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଭାବେ ଉଭାହେଉଛି। ଏହାର ମୋଟ ଘରୋଇ ଉପତ୍ାଦ ( ଜିଡିପି)ବ୍ରିଟେନ୍‌କୁ ଟପିଯାଇଛି ଓ ଜର୍ମାନୀକୁ ପଛରେ ପକାଇବାକୁ ଅଗ୍ରସର ହେଉଛି। ଭାରତ ଏବେ ଆମେରିକାର ଏକ ପ୍ରମୁଖ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ମାର୍କେଟ ଭାବେ ସାମ୍ନାକୁ ଆସିଛି। କିନ୍ତୁ ବାଣିଜି୍ୟକ ଆମଦାନୀ ଓ ରପ୍ତାନି ଏବେ ଆରମ୍ଭ ହେଉଛି। ଦେଖିବାକୁ ଗଲେ ଏକ ତୀବ୍ର ଭୂରାଜନୈତିକ ପ୍ରତିଯୋଗିତା ଯୁଗରେ ଆମେରିକା ତା’ର ଏକ ସହଯୋଗୀ ଚାହଁୁଛି; ଯିଏ କି ତାକୁ ଚାଇନାର ପ୍ରଭାବ ଓ ଆକ୍ରାମକ ମନୋଭାବକୁ ମୁକାବିଲା କରିବାରେ ସାହାଯ୍ୟ କରିବ।
ତଥାକଥିତ ବନ୍ଧୁତ୍ୱ ସହଯୋଗ ମାଧ୍ୟମରେ ଯୋଗାଣ ଶୃଙ୍ଖଳ କ୍ଷମତା ବଢାଇବାକୁ ଆମେରିକାର ସନ୍ଧାନ ଉପରେ ବିଚାର କରାଯାଉ। ଟ୍ରେଜରି ସେକ୍ରେଟାରି ଜାନେଟ ୟେଲେନ କହିଛନ୍ତି , ଭାରତ ହେଉଛି ବିଶ୍ୱସନୀୟ ବାଣିଜି୍ୟକ ସହଯୋଗୀ, ଯାହା ସହିତ ଆର୍ଥିକ ଏକୀକରଣକୁ ମଜଭୁତ କରିବା ଲାଗି ଆମେରିକା ସକ୍ରିୟତାର ସହ କାର୍ଯ୍ୟକରୁଛି। ଭୂରାଜନୈତିକ ଓ ସୁରକ୍ଷା ବିପଦ ସମ୍ପନ୍ନ ଦେଶଗୁଡ଼ିକରୁ ଏହାର ବାଣିଜ୍ୟକୁ ଦୂରେଇ ନେଇ ଅନ୍ୟ ଦେଶ ସହ କରିବାକୁ ଆମେରିକା ଚେଷ୍ଟା କରୁଥିବାରୁ ଏଭଳି ପଦକ୍ଷେପ ନେଉଛି। ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଭାରତ ମଧ୍ୟ ସାମିଲ ହୋଇଛି। ଚାଇନା ସହ ୩୮ ମାସ ହେଲା ଏହାର ମିଲିଟାରି ଗତିରୋଧ ଜାରି ରହିଛି। ପଛକୁ ହଟିବା ଲାଗି ମନାକରିଦେଇ ଚାଇନାର ବିସ୍ତାରବାଦକୁ ଭାରତ ଖୋଲାଖୋଲି ଆହ୍ବାନ ଦେଉଛି। ଫଳରେ ତାଇଓ୍ବାନ ଉପରେ କିଛି ପଦକ୍ଷେପ ନେବା ଚାଇନା ପାଇଁ କଠିନ ହେଉଛି। ବାଇଡେନ ଏହି ସଂଘର୍ଷ ସମ୍ପର୍କରେ କିଛି ମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ ନିଶ୍ଚିତ ଭାବେ ସେ ଏହା ଉପରେ ନଜର ରଖୁଛନ୍ତି। ଉଭୟ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକେ ସୁଲିଭାନ ଚଳିତ ମାସରେ ନୂଆଦିଲୀ ଗସ୍ତ କରିବା ଏହାର ବାସ୍ତବତାକୁ ପ୍ରକାଶ କରୁଛି। ଅନ୍ୟ କୌଣସି ଦେଶ ତୁଳନାରେ ଆମେରିକା ସହିତ ଭାରତ ଅଧିକ ଯୁଦ୍ଧାଭ୍ୟାସ କରିସାରିଲାଣି। ୨୦୨୦ ସୁଦ୍ଧା ଏହା ଆମେରିକା ସହ ୪ଟି ଚୁକ୍ତି କରିଥିଲା, ଯାହା ଆମେରିକା ତାହାର ମେଣ୍ଟ ଦେଶଗୁଡ଼ିକ ସହ କରିଛି। ଏହାଦ୍ୱାରା ଦୁଇ ଦେଶ ସାମରିକ ସେବା ବା ଜ୍ଞାନକୌଶଳର ପାରସ୍ପରିକ ଆଦାନପ୍ରଦାନ କରିବା ସହ ବିମାନ ଓ ସାଟେଲାଇଟ ସେନ୍‌ସରରୁ ନିର୍ଦ୍ଦିଷ୍ଟ ଅଞ୍ଚଳର ତଥ୍ୟ ଯୋଗାଇପାରିବେ। ଏହି ସମୟରେ ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସହ ଭାରତ କ୍ୱାଡ୍‌ରେ ସାମିଲ ହୋଇଛି, ଯାହା ସାମରିକ ଏକୀକରଣର ମହତ୍ତ୍ୱକୁ ପ୍ରତିପାଦିତ କରୁଛି।
ଭାରତ ସହ ସାମରିକ ସମ୍ପର୍କ ଦୃଢ କରିବା ଏକ ବିରଳ ପ୍ରସଙ୍ଗ, ଯାହା ଆମେରିକାରେ ଦ୍ୱିଦଳୀୟ ସର୍ବସମ୍ମତି ଦ୍ୱାରା ସୃଷ୍ଟି ହୋଇଛି। ଏବେ ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବା ପାଇଁ ମୋଦିଙ୍କୁ ଆମନ୍ତ୍ରଣ କରାଯାଇଛି। ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକାନ ନେତୃତ୍ୱ ସମୟରେ ସେ ପ୍ରଥମ ଭାରତୀୟ ଭାବେ ଦୁଇଥର କଂଗ୍ରେସକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। କିନ୍ତୁ ଭାରତ ସହ ରଣନୀତିକ ସମ୍ପର୍କ ଦୃଢ କରିବାରେ ଆମେରିକାର ପ୍ରୟାସ ନିରାଶ କରିବ ବୋଲି ପାଶ୍ଚାତ୍ୟର ସଂଶୟବାଦୀମାନେ ବିଶ୍ୱାସ କରୁଛନ୍ତି। ଉଦାହରଣ ସ୍ବରୂପ,ଏବେ ଜଣେ ସମାଲୋଚକ ଘୋଷଣା କରିଥିଲେ ଯେ, ଭାରତ କେବେ ବି ଆମେରିକାର ଏକ ବନ୍ଧୁ ହୋଇପାରିବ ନାହିଁ। ଅନ୍ୟ ଜଣେ ଯୁକ୍ତି ବାଢିଥିଲେ ଯେ, ଭାରତକୁ ଏକ ମୁଖ୍ୟ ସହଯୋଗୀ ଭାବେ ବିଚାର କରିବା ଆମେରିକାକୁ ଚାଇନା ସହ ଥିବା ଏହାର ଭୂରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାରେ ସାହାଯ୍ୟ କରିବ ନାହିଁ।
ଭାରତ ସାମରିକ ସ୍ବାଧୀନତା ବଜାୟ ରଖିବାକୁ ପ୍ରତିବଦ୍ଧତା ପ୍ରକାଶ କରିବା ହେଉଛି ଏକ ମୁଖ୍ୟ ବିଷୟ। ମୋଦି କ୍ଷମତାକୁ ଆସିବା ପରଠାରୁ ଭାରତ କ୍ୱଚିତ ଗୋଷ୍ଠୀ ନିରପେକ୍ଷତା ପ୍ରକାଶ କରିଛି, ବରଂ ବହୁ ମେଣ୍ଟରେ ସାମିଲ ହୋଇଛି। ଗଣତାନ୍ତ୍ରିକ ଶକ୍ତିଗୁଡ଼ିକ ସହ ଏହାର ଭାଗୀଦାରିକୁ ଦୃଢ଼ କରୁଥିବାବେଳେ ଏହା ରୁଷିଆ ସହ ତା’ର ପାରମ୍ପରିକ ନିବିଡ଼ତାକୁ ବଜାୟ ରଖିଛି। କିନ୍ତୁ ଆମେରିକା ଓ ରୁଷିଆ ସହ ଭାରତର ସମ୍ପର୍କ ବିପରୀତ ଦିଗରେ ଗତି କରୁଥିବା ମନେହେଉଛି। ଆମେରିକା ସହ ଏକ ବ୍ୟାପକ ଓ ବହୁମୁଖୀ ଭାଗୀଦାରି ଗଢୁଛି ଭାରତ। ମାନବ ଯିବା ଯୋଗ୍ୟ ମହାକାଶଯାନ ନିର୍ମାଣର ସହଯୋଗଠାରୁ ଆରମ୍ଭ କରି ଦୃଢ ସେମିକଣ୍ଡକ୍ଟର ସପ୍ଲାଏ ଚେନ୍‌ ଏଥିରେ ସାମିଲ ଥିବାବେଳେ ରୁଷିଆ ସହିତ ଭାରତର ସମ୍ପର୍କ ଏବେ ପ୍ରତିରକ୍ଷା ଓ ଶକ୍ତି ମଧ୍ୟରେ ସୀମିତ ରହିଛି। ତେବେ ୟୁକ୍ରେନ୍‌ ଆକ୍ରମଣ ପରଠାରୁ ପାଶ୍ଚାତ୍ୟ ଯେଭଳି ରୁଷିଆଠାରୁ ଅଲଗା ହୋଇଯାଇଛି ଭାରତ ତା’ଠାରୁ ସେଭଳି ଦୂରେଇ ଯିବାକୁ ପ୍ର୍ରସ୍ତୁତ ନୁହେଁ। କାରଣ ଚାଇନାକୁ ମୁକାବିଲା କରିବାକୁ ରୁଷିଆ ଉପଯୋଗୀ ହେବ ବୋଲି ଭାରତ ଏବେବି ବିଚାର କରୁଛି। ଭାରତର ଦୃଷ୍ଟିକୋଣ ହେଉଛି, ଚାଇନା ଓ ରୁଷିଆ ଆଦୌ ପ୍ରକୃତ ବନ୍ଧୁ ନୁହନ୍ତି, ବରଂ ବାସ୍ତବରେ ପ୍ରତିଦ୍ୱନ୍ଦ୍ୱୀ । ଆମେରିକା ନୀତି ଦ୍ୱାରା ଭାରତ ଏହି ଉଭୟ ଦୃଷ୍ଟିକୋଣକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଛି। ଭାରତ ଏହାର ନୀତିର ପୁନର୍ବିଚାରରେ ଆମେରିକା ତା’ପାଇଁ କମ୍‌ ଲାଭଦାୟକ ହେବ, ଯାହା ଭାରତ ପାଇଁ ନେରାଶ୍ୟର କାରଣ । କେବଳ ଏହି କ୍ଷେତ୍ରରେ ଆମେରିକା ନୀତି ଭାରତର ସୁରକ୍ଷା ସ୍ବାର୍ଥକୁ ଅଣଦେଖା କରୁଛି ବୋଲି ଭାରତ ବିଶ୍ୱାସ କରୁନାହିଁ ବରଂ ଗଣ ଗିରଫ, ନିଖୋଜ ଓ ନିର୍ଯାତନା ଏକ ନୀତି ହୋଇଥିବା ପାକିସ୍ତାନକୁ କୋଳେଇ ନେଇଥିବାବେଳେ ମ୍ୟାନ୍‌ମାର ଓ ଇରାନ ଉପରେ କଠୋର କଟକଣା ଜାରି ରଖିବାରେ ଆମେରିକାର ଆଗ୍ରହକୁ ବି ଭାରତ ଗୁରୁତ୍ୱର ସହ ନେଉଛି। ଆମେରିକା ଏବେ ବାଂଲାଦେଶର ଧର୍ମନିରପେକ୍ଷ ସରକାରର ଅଧିକାରୀଙ୍କ ବିରୋଧରେ ଭିଜା କଟକଣା ଲଗାଇବା ପାଇଁ ଧମକ ଦେଉଛି। ଦେଖିବାକୁ ଗଲେ ଏହି ଦେଶ ଇସଲାମ ସନ୍ତ୍ରାସବାଦ ବିରୋଧରେ ଲଢୁଛି। ଯଦି ଏହା ବିଶ୍ୱାସ କରାଯାଉଛି ଯେ ତାହା ନିର୍ବାଚନକୁ ଅଣଦେଖା କରୁଛି , ତେବେ ତାହା ଠିକ୍‌ ନୁହେଁ ବରଂ ଏହା ଆସନ୍ତା ବର୍ଷ ହେବ।
ହ୍ବାଇଟ୍‌ ହାଉସର ଏସିଆ ପଲିସି ମୁଖ୍ୟ କ୍ରୁଟ କାମ୍ବେଲ ସ୍ବୀକାର କରିଛନ୍ତି ଯେ, ଭାରତର ସ୍ବତନ୍ତ୍ର ରଣନୀତିକ ଚିତ୍ର ରହିଛି ଏବଂ ଏହା ଏକ ସ୍ବାଧୀନ ତଥା ଶକ୍ତିଶାଳୀ ଦେଶ ହେବାକୁ ଚାହଁୁଛି। ଆମେରିକାର ଗ୍ରାହକ ନ ହୋଇ ବି ଭାରତ ବୃହତ୍‌ ଶକ୍ତି ହୋଇପାରିବ। କାମ୍ବେଲ ଯାହା କହିଛନ୍ତି ତାହା ଠିକ୍‌। କିନ୍ତୁ ତାହା ମାନେ ନୁହେଁ ଯେ ସଂଶୟବାଦୀମାନେ ବି ଠିକ୍‌। ପାରମ୍ପରିକ ଚୁକ୍ତି ଆଧାରିତ ମେଣ୍ଟ କାମ କରୁ ନ ଥିବାବେଳେ ଆମେରିକା ଆରମ୍ଭ କରୁଥିବା ଏହି ପ୍ରକାର କୋହଳ ମେଣ୍ଟରେ ଚୁକ୍ତିର ଆବଶ୍ୟକ ନାହିଁ, ବରଂ କ୍ୟାମ୍ବେଲ ଗୁରୁତ୍ୱ ଦେଇଥିବା ବ୍ୟକ୍ତି-ବ୍ୟକ୍ତିର ସମ୍ପର୍କ ଏବଂ ଟେକ୍‌ନୋଲୋଜି ଓ ସେହିଭଳି ବିଷୟରେ ସହଯୋଗକୁ ବନ୍ଧୁତ୍ୱରେ ସାମିଲ କଲେ ତାହା ଉଭୟ ପକ୍ଷକୁ ଲାଭଦାୟକ ହୋଇପାରିବ। ଭାଗୀଦାରି ରଣନୀତିକ ସ୍ବାର୍ଥକୁ ନେଇ ଆମେରିକା ଓ ଭାରତ ଏକାଠି ହୋଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ଚାଇନାର ଜବରଦସ୍ତିରୁ ମୁକ୍ତ ରଖିବାକୁ ଏଭଳି କରିଛନ୍ତି। କିନ୍ତୁ ଚାଇନା ଯେ ପର୍ଯ୍ୟନ୍ତ ତା’ର ଏବକାର କାର୍ଯ୍ୟକଳାପ ବଜାୟ ରଖିଥିବ ସେ ପର୍ଯ୍ୟନ୍ତ ଭାରତ ଓ ଆମେରିକା ସମ୍ପର୍କ ରହିବ।

– ବ୍ରହ୍ମ ଚେଲାନି
ପ୍ରାଧ୍ୟାପକ, ଷ୍ଟ୍ରାଟେଜିକ ଷ୍ଟଡିଜ,
ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri