ଅମିତାଭଙ୍କ ସହ ସନ୍ଧ୍ୟା କାଟିବା ପାଇଁ ଚାହୁଁଥିଲେ ରେଖା, ହାତରୁ ଚାଲିଯାଇଥିଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ଯୋଡ଼ିକୁ କିଏ ବା ନ ଜାଣେ। ‘ମୁକଦ୍ଦର କା ସିକନ୍ଦର’ରୁ ‘ସିଲସିଲା’ ପର୍ଯ୍ୟନ୍ତ ଏହି ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏହି ଯୋଡ଼ିଙ୍କ ଫିଲ୍ମ ଆସିବା ମାତ୍ରେ ବକ୍ସ ଅଫିସରେ ହିଟ୍‌ ହେଉଥିଲା। ଯଦିଓ ଏହି ଯୋଡ଼ି ଏବେ ଆଉ ଫିଲ୍ମରେ ଆସୁନାହାନ୍ତି ତଥାପି ତାଙ୍କ ଲୋକପ୍ରିୟତାକୁ ଦର୍ଶକ ବେଶ୍‌ ଭଲ ଭାବେ ଅନୁଭବ କରନ୍ତି।

୭୦ ଦଶକରେ ରେଖା-ଅମିତାଭ ସେମାନଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିଲେ। ଅନ୍ୟ ପଟେ, ଉଭୟ ନିଜ ପ୍ରେମ-ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଚର୍ଚ୍ଚାକୁ ଆସୁଥିଲେ। ବିବାହ ସତ୍ତ୍ୱେ ରେଖାଙ୍କ ସହିତ ଅମିତାଭଙ୍କ ନାମ ଯୋଡ଼ି ହୋଇଥିଲା। ଆଜି ବି ସେମାନଙ୍କ ସମ୍ପର୍କ ସମ୍ବନ୍ଧୀୟ କାହାଣୀ ଲୋକଙ୍କଠାରୁ ଶୁଣିବାକୁ ମିଳେ। ଆଜି ଦୁହିଁଙ୍କୁ ନେଇ ଏମିତି ଏକ କଥା ଅଛି ଯାହା ଖୁବ୍‌ କମ୍‌ ଲୋକ ଜାଣିଥିବେ।

Rekha Wanted To Change Her Shift To Spend Time With Amitabh Bachchan |  Bollywood Kisse: जब अमिताभ के साथ वक्त बिताने के लिए रेखा बदलवाना चाहती थीं  अपनी शिफ्ट, डायरेक्टर ने किया

ନିର୍ଦ୍ଦେଶକ ରଣଜିତ ଏକଥା ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ, ‘ସାଓ୍ବନ ଭାଦୋ’ ଫିଲ୍ମରୁ ପ୍ରଥମ ଶୁଟ୍‌ରୁ ମୁଁ ଏବଂ ରେଖା ବହୁତ ଭଲ ବନ୍ଧୁ ହୋଇଥିଲୁ। ଯେତେବେଳେ ମୁଁ ଫିଲ୍ମ ‘କାରନାମା’ ପାଇଁ ରେଖାଙ୍କୁ ଅଫର୍‌ କଲି, ସେ ଫିଲ୍ମ କରିବାକୁ ପ୍ରସ୍ତୁତ ଥିଲେ। ପରେ ଯେତେବେଳେ ଫିଲ୍ମର ପ୍ରଥମ କାର୍ଯ୍ୟସୂଚୀ ସନ୍ଧ୍ୟାରେ ରଖାଗଲା, ରେଖା ସମସ୍ୟାର ସମ୍ମୁଖୀନ ହେବାକୁ ଲାଗିଲେ। ରଣଜିତଙ୍କ ଅନୁଯାୟୀ, ରେଖା ତାଙ୍କୁ ଡାକି ପଚାରିଥିଲେ ଯେ, ମୁଁ ଅମିତାଭ ବଚ୍ଚନଙ୍କ ସହ ସନ୍ଧ୍ୟା ବିତାଇବାକୁ ଚାହୁଁଥିବାରୁ ମୁଁ ସକାଳେ ଶୁଟିଂ ଜାରି ରଖିବି କି? ଏହା ପରେ ରଣଜିତ ତାଙ୍କୁ ବହୁତ ବୁଝାଇଥିଲେ। ମାତ୍ର ରେଖା ରାଜି ହୋଇ ନ ଥିଲେ। ଯେଉଁଥିପାଇଁ ତାଙ୍କୁ ଏହି ଫିଲ୍ମ ଛାଡ଼ିବାକୁ ପଡ଼ିଥିଲା। ପରେ ଫରାହ, କିମି ଏବଂ ବିନୋଦ ଖାନ୍ନାଙ୍କୁ ନେଇ ଫିଲ୍ମ କରିବାକୁ ପଡ଼ିଥିଲା ରଣଜିତଙ୍କୁ। ଖାଲି ଏତିକି ନୁହେଁ, ରେଖା ସାଇନ୍‌ କରିବା ସମୟରେ ନେଇଥିବା ଟଙ୍କା ବି ଫେରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri