ଫିଲ୍ମରେ ଅମିତାଭ-ରେଖାଙ୍କ ରୋମାନ୍ସ ଦେଖି କାନ୍ଦି ପକାଇଥିଲେ ଜୟା: ଆଉ ତାପରେ…

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏମିତିବି କୁହାଯାଏ, ରେଖା ବିଗ୍‌ ବିଙ୍କ ନାମରେ ଆଜି ବି ସିନ୍ଦୁର ଏବଂ ମଙ୍ଗଳସୂତ୍ର ଲଗାଉଛନ୍ତି। ଅନେକ ବର୍ଷ ହେବ ଏହି ଯୋଡି ଏକତ୍ର କୌଣସି ଫିଲ୍ମରେ ଆଉ କାମ କରି ନାହାନ୍ତି। ଏହାର କାରଣ ଜୟା ବଚ୍ଚନ ବୋଲି କୁହାଯାଉଛି।
୧୯୭୮ରେ ଏକ ସାକ୍ଷାତକାରରେ ରେଖା ତାଙ୍କର ଏବଂ ଅମିତାଭଙ୍କ ସମ୍ପର୍କ ବିଷୟରେ ଖେଲାଖୋଲି ଭାବେ କହିଥିଲେ। ରେଖା କହିଥିଲେ ଯେ, ଫିଲ୍ମ ‘ମୁକନ୍ଦର କା ସିକନ୍ଦର’ର ସ୍କ୍ରିନିଂ ସମୟରେ ଜୟା ଆମର ଅନ୍‌ସ୍କ୍ରିନ୍‌ ରୋମାନ୍ସ ଦେଖି କାନ୍ଦିବାକୁ ଲାଗିଥିଲେ। ଅମିତାଭଙ୍କ ସହ ମୋର ରୋମାନ୍ସ ଦେଖି ସେ ଅସୁରଖିତ ହୋଇଯାଇଥିଲେ। ଏହି ଫିଲ୍ମ ରିଲିଜ୍‌ ହେବାର ୧ ସପ୍ତାହ ପରେ ଅମିତାଭ ମୋ ସହ ଆଉ କୌଣସି ସିନେମାରେ କାମ କରିବାକୁ ଚାହୁଁ ନ ଥିବା ନିର୍ମାତାଙ୍କୁ ଜଣାଇଲେ ବୋଲି ରେଖା କହିଥିଲେ। ଆହୁରି ମଧ୍ୟ ରେଖା କହିଥିଲେ, ମୁଁ ସିଧାସଳଖ ତାଙ୍କୁ ଏହି ପ୍ରଶ୍ନର ଉତ୍ତର ପଚାରିଥିଲି। ମାତ୍ର ତାଙ୍କ ପାଖରେ କୌଣସି ଉତ୍ତର ନ ଥିଲା। ମୁଁ ଏ ବିଷୟରେ କିଛି କହିବି ନାହିଁ, ମୋତେ ଏହି ପ୍ରଶ୍ନ ପଚାର ନାହିଁ ବୋଲି ଅମିତାଭ କହିଥିବା ରେଖା ପ୍ରକାଶ କରିଥିଲେ।

Share