Posted inଖେଳ

ସଫଳତା ପାଇଁ ରିଡ୍‌ଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ହକି ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି କୋଚ୍‌ ଗ୍ରାହାମ୍‌ ରିଡ୍‌। ଗୋଲ ବରଣ କରିବା ପରେ ସେହି କ୍ଷଣରେ ଫସି ନ ରହି ପରବର୍ତ୍ତୀ ଲେଭଲ ଉପରେ ଧ୍ୟାନ ଦେବାକୁ ସେ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୦୨୩ ହକି ବିଶ୍ୱକପ୍‌ରେ ଖେଳାଳିମାନେ ସକାରାତ୍ମକ ମାନସିକତାରେ ପଡ଼ିଆକୁ ଓହ୍ଲାଇବା ଦରକାର ବୋଲି ରିଡ୍‌ କହିଛନ୍ତି। ବିଶ୍ୱକପ୍‌ ପରି ବଡ଼ ଟୁର୍ନାମେଣ୍ଟରେ ଏହା ନିହାତି ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଯାହା ଘଟିଯାଏ ତାକୁ ପରିବର୍ତ୍ତନ କରିବା ଅସମ୍ଭବ। ମାତ୍ର ନିଜ ମାନସିକତାରେ ପରିବର୍ତ୍ତନ ଘଟାଇଲେ ଏହା ସମ୍ଭବ ହୋଇପାରିବ। ଏଥିନିମନ୍ତେ ସର୍ବଦା ନିଜର ପରବର୍ତ୍ତୀ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ଦଳର ୧୯୯୦ ବିଶ୍ୱକପ୍‌ ସଫଳତାକୁ ଉଦାହରଣ ଭାବେ ନେବାକୁ ସେ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି। ୯୦ ବିଶ୍ୱକପ୍‌ରେ ଦର୍ଶକ ଷ୍ଟାଣ୍ଡରୁ ଆସୁଥିବା ଚିତ୍କାର ଓ ମତାମତ ଉପରେ ଆମେ ଧ୍ୟାନ ନ ଦେଇ ଦଳ ହିସାବରେ ଖେଳିବାକୁ ନିଷ୍ପତ୍ତି ନେଇଥିଲୁ। ଅଭ୍ୟାସ ସମୟରେ ଦର୍ଶକଙ୍କ ଚିୟରର ଏକ ରେକର୍ଡିଂ ବଜା ଯାଉଥିବା ବେଳେ ଆମେ ନୀରବତାର ସହ ଅଭ୍ୟାସ ଉପରେ ଫୋକସ କରୁଥିଲୁ। ଏପରି କି ମ୍ୟାଚ୍‌ ସମୟରେ ଆମେ ପରସ୍ପର ସହିତ କଥା ହେଉ ନ ଥିଲୁ। ଓଡ଼ିଶାରେ ଅନୁଷ୍ଠିତ ଏହି ବିଶ୍ୱକପ୍‌ରେ ଦର୍ଶକଙ୍କ ଚିୟରକୁ ଏଡ଼ାଇ ଦଳକୁ ପ୍ରଦର୍ଶନ କରିବାକୁ ପଡ଼ିବ। ବର୍ତ୍ତମାନ ହକି ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିବାରୁ କୌଣସି ଦଳକୁ ଫେବରିଟ୍‌ କହିବା କଷ୍ଟକର। ଯଦି ଆଜି ଆମେ ଅଷ୍ଟ୍ରେଲିଆ, ବେଲଜିୟମ କି ଭାରତକୁ ଫେବରିଟ୍‌ କହିବା ତେବେ ଆସନ୍ତା କାଲି ମତାମତ ନେଦରଲାଣ୍ଡ୍ସ, ଜର୍ମାନୀ କିମ୍ବା ଭାରତ ପକ୍ଷକୁ ଯାଇପାରେ। ତେବେ ଭାରତୀୟ ଦଳର କୋଚ୍‌ ଭାବେ ଟପ୍‌-୩ ପୋଜିଶନରେ ସେ ଭାରତକୁ ଦେଖୁଛନ୍ତି ବୋଲି ରିଡ୍‌ କହିଛନ୍ତି। ଏହାସହିତ ସେ କହିଛନ୍ତି, ଭାରତୀୟ ଦଳ ନିକଟରେ ପ୍ରତିଭା ରହିଛି। ଦଳ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କଲେ ନିଶ୍ଚିତ ଟାଇଟଲ ଫେବରିଟ୍‌ ରହିବ ବୋଲି ସେ କହିଛନ୍ତି। ସେହିପରି ୧୯୯୦ ମସିହାରେ ଭାରତ ବିପକ୍ଷ ମ୍ୟାଚ୍‌ରେ ଗୋଲ ସ୍କୋର କରିବାର ସ୍ମୃତି ତାଜା କରିଥିଲେ ରିଡ୍‌। ସେ ସମୟରେ ଇନ୍‌ସାଇଡ୍‌ ଫରଓ୍ବାର୍ଡକୁ ଏତେ ଗୁରୁତ୍ୱ ମିଳୁ ନ ଥିବା ବେଳେ ଭାରତର ଜଗବୀରଙ୍କ ବିପକ୍ଷରେ ଗୋଲ ସ୍କୋର କରିବା ମୋ ପାଇଁ ବେଶ୍‌ ସ୍ବତନ୍ତ୍ର ରହିଥିଲା ବୋଲି ରିଡ୍‌ ପ୍ରକାଶ କରିଥିଲେ। ସ୍ପେନ୍‌, ଇଂଲଣ୍ଡ ଓ ଓ୍ବେଲ୍ସ ସହିତ ଭାରତ ପୁଲ୍‌ ଡି’ରେ ସ୍ଥାନ ପାଇଛି। ୧୩ ତାରିଖରେ ଭାରତ ସ୍ପେନ୍‌ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହାର ଦୁଇ ଦିନ ପରେ ଦଳ ଇଂଲଣ୍ଡକୁ ଭେଟିବ। ପ୍ରଥମ ଦୁଇ ମ୍ୟାଚ୍‌ ରାଉରକେଲାରେ ଖେଳିବା ପରେ ୧୯ ତାରିଖରେ ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଦଳ ଭୁବନେଶ୍ୱରରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri