Posted inଖେଳ

ସଫଳତା ପାଇଁ ରିଡ୍‌ଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ହକି ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି କୋଚ୍‌ ଗ୍ରାହାମ୍‌ ରିଡ୍‌। ଗୋଲ ବରଣ କରିବା ପରେ ସେହି କ୍ଷଣରେ ଫସି ନ ରହି ପରବର୍ତ୍ତୀ ଲେଭଲ ଉପରେ ଧ୍ୟାନ ଦେବାକୁ ସେ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୦୨୩ ହକି ବିଶ୍ୱକପ୍‌ରେ ଖେଳାଳିମାନେ ସକାରାତ୍ମକ ମାନସିକତାରେ ପଡ଼ିଆକୁ ଓହ୍ଲାଇବା ଦରକାର ବୋଲି ରିଡ୍‌ କହିଛନ୍ତି। ବିଶ୍ୱକପ୍‌ ପରି ବଡ଼ ଟୁର୍ନାମେଣ୍ଟରେ ଏହା ନିହାତି ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଯାହା ଘଟିଯାଏ ତାକୁ ପରିବର୍ତ୍ତନ କରିବା ଅସମ୍ଭବ। ମାତ୍ର ନିଜ ମାନସିକତାରେ ପରିବର୍ତ୍ତନ ଘଟାଇଲେ ଏହା ସମ୍ଭବ ହୋଇପାରିବ। ଏଥିନିମନ୍ତେ ସର୍ବଦା ନିଜର ପରବର୍ତ୍ତୀ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆ ଦଳର ୧୯୯୦ ବିଶ୍ୱକପ୍‌ ସଫଳତାକୁ ଉଦାହରଣ ଭାବେ ନେବାକୁ ସେ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି। ୯୦ ବିଶ୍ୱକପ୍‌ରେ ଦର୍ଶକ ଷ୍ଟାଣ୍ଡରୁ ଆସୁଥିବା ଚିତ୍କାର ଓ ମତାମତ ଉପରେ ଆମେ ଧ୍ୟାନ ନ ଦେଇ ଦଳ ହିସାବରେ ଖେଳିବାକୁ ନିଷ୍ପତ୍ତି ନେଇଥିଲୁ। ଅଭ୍ୟାସ ସମୟରେ ଦର୍ଶକଙ୍କ ଚିୟରର ଏକ ରେକର୍ଡିଂ ବଜା ଯାଉଥିବା ବେଳେ ଆମେ ନୀରବତାର ସହ ଅଭ୍ୟାସ ଉପରେ ଫୋକସ କରୁଥିଲୁ। ଏପରି କି ମ୍ୟାଚ୍‌ ସମୟରେ ଆମେ ପରସ୍ପର ସହିତ କଥା ହେଉ ନ ଥିଲୁ। ଓଡ଼ିଶାରେ ଅନୁଷ୍ଠିତ ଏହି ବିଶ୍ୱକପ୍‌ରେ ଦର୍ଶକଙ୍କ ଚିୟରକୁ ଏଡ଼ାଇ ଦଳକୁ ପ୍ରଦର୍ଶନ କରିବାକୁ ପଡ଼ିବ। ବର୍ତ୍ତମାନ ହକି ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଥିବାରୁ କୌଣସି ଦଳକୁ ଫେବରିଟ୍‌ କହିବା କଷ୍ଟକର। ଯଦି ଆଜି ଆମେ ଅଷ୍ଟ୍ରେଲିଆ, ବେଲଜିୟମ କି ଭାରତକୁ ଫେବରିଟ୍‌ କହିବା ତେବେ ଆସନ୍ତା କାଲି ମତାମତ ନେଦରଲାଣ୍ଡ୍ସ, ଜର୍ମାନୀ କିମ୍ବା ଭାରତ ପକ୍ଷକୁ ଯାଇପାରେ। ତେବେ ଭାରତୀୟ ଦଳର କୋଚ୍‌ ଭାବେ ଟପ୍‌-୩ ପୋଜିଶନରେ ସେ ଭାରତକୁ ଦେଖୁଛନ୍ତି ବୋଲି ରିଡ୍‌ କହିଛନ୍ତି। ଏହାସହିତ ସେ କହିଛନ୍ତି, ଭାରତୀୟ ଦଳ ନିକଟରେ ପ୍ରତିଭା ରହିଛି। ଦଳ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କଲେ ନିଶ୍ଚିତ ଟାଇଟଲ ଫେବରିଟ୍‌ ରହିବ ବୋଲି ସେ କହିଛନ୍ତି। ସେହିପରି ୧୯୯୦ ମସିହାରେ ଭାରତ ବିପକ୍ଷ ମ୍ୟାଚ୍‌ରେ ଗୋଲ ସ୍କୋର କରିବାର ସ୍ମୃତି ତାଜା କରିଥିଲେ ରିଡ୍‌। ସେ ସମୟରେ ଇନ୍‌ସାଇଡ୍‌ ଫରଓ୍ବାର୍ଡକୁ ଏତେ ଗୁରୁତ୍ୱ ମିଳୁ ନ ଥିବା ବେଳେ ଭାରତର ଜଗବୀରଙ୍କ ବିପକ୍ଷରେ ଗୋଲ ସ୍କୋର କରିବା ମୋ ପାଇଁ ବେଶ୍‌ ସ୍ବତନ୍ତ୍ର ରହିଥିଲା ବୋଲି ରିଡ୍‌ ପ୍ରକାଶ କରିଥିଲେ। ସ୍ପେନ୍‌, ଇଂଲଣ୍ଡ ଓ ଓ୍ବେଲ୍ସ ସହିତ ଭାରତ ପୁଲ୍‌ ଡି’ରେ ସ୍ଥାନ ପାଇଛି। ୧୩ ତାରିଖରେ ଭାରତ ସ୍ପେନ୍‌ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହାର ଦୁଇ ଦିନ ପରେ ଦଳ ଇଂଲଣ୍ଡକୁ ଭେଟିବ। ପ୍ରଥମ ଦୁଇ ମ୍ୟାଚ୍‌ ରାଉରକେଲାରେ ଖେଳିବା ପରେ ୧୯ ତାରିଖରେ ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ଦଳ ଭୁବନେଶ୍ୱରରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri