ଟିକା ପାଇଁ ପଞ୍ଜୀକରଣ ଜରୁରୀ

ନୂଆଦିଲ୍ଲୀ, ୧୫।୧୨: ଦେଶବ୍ୟାପୀ କୋଭିଡ୍‌-୧୯ ଟିକାକରଣ ଲାଗି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି ହୋଇଛି। ଟିକା ନେବାକୁ ହେଲେ ଆଗୁଆ ନାମ ପଞ୍ଜୀକରଣ ଜରୁରୀ। ରାଜ୍ୟଗୁଡ଼ିକୁ ପଠାଯାଇଥିବା ଗାଇଡ୍‌ଲାଇନ ଅନୁଯାୟୀ ଟିକା ନେବା ପାଇଁ ଡିଜିଟାଲ ପ୍ଲାଟଫର୍ମ କୋଭିଡ୍‌ ଭାକ୍ସିନ ଇଣ୍ଟେଲିଜେନ୍ସ ନେଟ୍‌ଓ୍ବର୍କ (ସିଓ-ଡବ୍ଲ୍ୟୁଆଇଏନ୍‌) ସିଷ୍ଟମରେ ଜନସାଧାରଣ ନିଜକୁ ପଞ୍ଜୀକୃତ କରିପାରିବେ। ଏଥିପାଇଁ ଭୋଟର ପରିଚୟପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ, ପେନ୍‌ସନ କାଗଜପତ୍ର ଆଦି ୧୨ଟି ପରିଚୟ ପ୍ରମାଣ ଆଦିକୁ ବ୍ୟବହାର କରାଯାଇପାରିବ। ପଞ୍ଜୀକୃତ ହୋଇଥିବା ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ସିଓ-ଡବ୍ଲ୍ୟୁଆଇଏନ୍‌ ସିଷ୍ଟମକୁ ବ୍ୟବହାର କରାଯିବ। ସୂଚନା ଅନୁଯାୟୀ ଦିନକୁ ପ୍ରତି ଥରରେ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ। ଟିକା ନେବାର ୩୦ ମିନିଟ ପର୍ଯ୍ୟନ୍ତ ଏହାର କୌଣସି ପ୍ରତିକୂଳ ପ୍ରଭାବ ହେଉଛି କି ନାହିଁ ତାହା ଅନୁଧ୍ୟାନ କରାଯିବ। ଟିକା ପ୍ରଦାନକାରୀ ଟିମ୍‌ରେ ୫ ଜଣ କର୍ମଚାରୀ ରହିବେ। ଟିକାକରଣ ପାଇଁ ୩ଟି ପ୍ରକୋଷ୍ଠକୁ ବ୍ୟବହାର କରାଯିବ। ଗୋଟିଏରେ ହିତାଧିକାରୀ ପ୍ରତୀକ୍ଷା କରିବେ, ଅନ୍ୟଟିରେ ଟିକା ଦିଆଯିବ ଓ ତୃତୀୟ ପ୍ରକୋଷ୍ଠରେ ସେମାନଙ୍କ ଉପରେ ଟିକାର ପ୍ରଭାବ ଅନୁଧ୍ୟାନ କରାଯିବ।
ପ୍ରାଥମିକତା ଭିତ୍ତିରେ ଯେଉଁମାନେ ପୂର୍ବରୁ ନାମ ପଞ୍ଜୀକରଣ କରିଥିବେ କେବଳ ସେହିମାନଙ୍କୁ ଟିକା ଦିଆଯିବ। ଟିକାଦାନ ସ୍ଥାନରେ ତତ୍କାଳ ପଞ୍ଜୀକରଣ ବ୍ୟବସ୍ଥା ନାହିଁ। ବିଭିନ୍ନ କମ୍ପାନୀର ଟିକା ଯେପରି ପରସ୍ପର ମଧ୍ୟରେ ନ ମିଶେ, ସେଥିପାଇଁ ଗୋଟିଏ ଜିଲାକୁ ଗୋଟିଏ କମ୍ପାନୀର ଟିକା ପଠାଯିବ। ଟିକା ଓ ଏହାକୁ ନିଆଯାଉଥିବା କେରିୟର, ଆଇସ୍‌ ପ୍ୟାକ୍‌ ଆଦିରେ ଯେପରି ସୂର୍ଯ୍ୟକିରଣ ନ ପଡ଼େ ସେଥିପ୍ରତି ଦୃଷ୍ଟିଦେବାକୁ ହେବ। ଟିକା ଦିଆଯିବା ପର୍ଯ୍ୟନ୍ତ ଏହାକୁ କେରିୟର ଭିତରେ ବନ୍ଦ କରି ରଖାଯିବ। ଟିକା ଉପରେ ଭାକ୍ସିନ ଭାଏଲ୍‌ ମନିଟର (ଭିଭିଏମ୍‌) ଏବଂ ଏକ୍ସପାଏରି ତାରିଖ ନ ଥାଇପାରେ। ସେଥିପାଇଁ ଟିକା ଦେଉଥିବା ବ୍ୟକ୍ତି ନିରୁତ୍ସାହିତ ହେବାର କାରଣ ନାହିଁ। ଟିକାକରଣ ପରେ ସମସ୍ତ ଆଇସ୍‌ ପ୍ୟାକ୍‌, ଖୋଲାଯାଇ ନ ଥିବା ଟିକା ଆବଣ୍ଟନ କରୁଥିବା କୋଲ୍ଡଚେନ୍‌ ପଏଣ୍ଟକୁ ଫେରାଇଦିଆଯିବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ଟିକାକରଣର କାର୍ଯ୍ୟକାରିତା ଓ ସଫଳତା ମାର୍ଗରେ ବିଭିନ୍ନ ଚ୍ୟାଲେଞ୍ଜ ଆସିପାରେ। ଏହାକୁ ଦୂର କରିବାରେ ସମ୍ପୂର୍ଣ୍ଣ ସାମାଜିକ ସଚେତନତା ସୃଷ୍ଟି ଲାଗି ଏକ ସମନ୍ବିତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଟିକା ସମ୍ପର୍କିତ ସବିଶେଷ ସୂଚନା ୧୩୦ କୋଟି ଦେଶବାସୀଙ୍କ ପାଖରେ ପହଞ୍ଚତ୍ବା ଆବଶ୍ୟକ। ଟିକା ପ୍ରଦାନରେ ବିଭିନ୍ନ ବର୍ଗଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଜନସାଧାରଣଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ମିଳିବା ଉଚିତ। ସେହିପରି ଟିକାର ପ୍ରତିକୂଳ ପ୍ରଭାବ ନେଇ ରହିଥିବା ଆଶଙ୍କାକୁ ମଧ୍ୟ ଦୂର କରାଯିବା ଆବଶ୍ୟକ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର କର୍ମଚାରୀ ଏବଂ ୫୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ବିଭିନ୍ନ ରୋଗ ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri