ଭାକ୍ସିନ୍‌ ପାଇଁ ପଞ୍ଜିକରଣ ଅନାବଶ୍ୟକ, ଟିକାକରଣ କେନ୍ଦ୍ରରେ ପହଞ୍ଚି ନେଇହେବ ଡୋଜ୍‌ …

ନୂଆଦିଲ୍ଲୀ,୨୭।୬: ଏଣିକି ଭାକ୍ସିନ୍‌ ନେବା ପୂର୍ବରୁ କୋଓ୍ବିନ୍‌ ଆପ୍‌ରେ ପଞ୍ଜିକରଣର ଅନାବଶ୍ୟକ। ଲୋକ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜିକରଣ କରିବା ସହିତ ଡୋଜ୍‌ ନେଇପାରିବେ। ସୁପ୍ରିମ୍‌କୋର୍ଟଙ୍କ କଡ଼ା ତାଗିଦ୍‌ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୪୫ ବର୍ଷରୁ ଅଧିକ ବୟସ୍କ ୪୪.୨ ପ୍ରତିଶତ ଲୋକଙ୍କୁ ଇତିମଧ୍ୟରେ ଭାକ୍ସିନ୍‌ର ପ୍ରଥମ ଡୋଜ୍‌ ପ୍ରଦାନ କରାଯାଇଛି। ସେହିପରି ୧୮ରୁ ୪୪ ବର୍ଷ ବୟସ୍କ ୯୩–୯୪ କୋଟିଙ୍କୁ ଭାକ୍ସିନ୍‌ ଦେବାଲାଗି ୧୮୬ରୁ ୧୮୮ କୋଟି ଡୋଜ୍‌ ଆବଶ୍ୟକ। ଇତିମଧ୍ୟରେ ଏହି ବର୍ଗରେ ୨୭.୩ ପ୍ରତିଶତଙ୍କୁ ପ୍ରଥମ ଡୋଜ୍‌ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଜୁନ୍‌ ୨୩ ସୁଦ୍ଧା ୩୨.୨୨ କୋଟି କୋଓ୍ବିନ୍‌ ଆପ୍‌ ଦ୍ୱାରା ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯.୧୩ କୋଟି ଟିକାକରଣ କେନ୍ଦ୍ରରେ ସିଧାସଳଖ ପଞ୍ଜିକରଣ କରିଛନ୍ତି। ଅପରପକ୍ଷରେ ୫୯ ପ୍ରତିଶତ ଅଣ ଡିଜିଟାଲ ଭାବେ ପଞ୍ଜିକୃତ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Share