Posted inଜାତୀୟ

PM Internship: ଏହି ଯୋଜନାରେ ଛାତ୍ରୀଛାତ୍ରଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ, କ’ଣ ସବୁ ଆବଶ୍ୟକ

ନୂଆଦିଲ୍ଲୀ,୧୨।୧୦: ୨୧ରୁ ୨୪ ବର୍ଷ ବୟସର ଯୁବକମାନଙ୍କ ପାଇଁ ଦେଶର ପ୍ରସିଦ୍ଧ ୫୦୦ କମ୍ପାନୀରେ ଇଣ୍ଟର୍ନସିପ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ୍‌ ଇଣ୍ଟର୍ନସିପ ଯୋଜନା ଆରମ୍ଭ ହେବାକୁ ଯାଉଛି। ଇଣ୍ଟର୍ନସିପ ଅବଧି ୧୨ ମାସ ହେବ। ଦଶମ କିମ୍ବା ତଦୁର୍ଦ୍ଧ୍ୱ ଅଧ୍ୟୟନ କରିଥିବା ଯୁବକମାନେ ଆଜିଠାରୁ ଏହି ଯୋଜନା ପାଇଁ ପଞ୍ଜୀକୃତ କରିପାରିବେ। ଏହି ଯୋଜନାର ପୋର୍ଟାଲ ଆଜିଠାରୁ ଆରମ୍ଭ ହେଉଛି । ତେବେ ଆସନ୍ତୁ ଜାଣିବା ଆବେଦନ ପ୍ରକ୍ରିୟା ବିଷୟରେ…

ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ ସ୍କିମ ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନେ pminternship.mca.gov.in ଯାଇ ଅନଲାଇନ ରେଜିଷ୍ଟ୍ରେଶନ କରିପାରିବେ। ଏଥିମଧ୍ୟରୁ ୪୫୦୦ ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରୁଥିବାବେଳେ୫୦୦ ଟଙ୍କା ସଂପୃକ୍ତ କମ୍ପାନୀ କର୍ପୋରେଟ ସାମାଜିକ ଦାୟିତ୍ୱ ଅନୁଯାୟୀ ପ୍ରଦାନ କରାଯିବ।

୧୨ ଅକ୍ଟୋବରରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ପରେ ଏହା ୨୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହା ପରେ, ଅକ୍ଟୋବର ୨୭ରୁ, ମନୋନୀତ ଯୁବକମାନଙ୍କୁ ଇଣ୍ଟର୍ନସିପ କରିବା ପାଇଁ ଏକ କମ୍ପାନୀ ବଣ୍ଟନ କରାଯିବ । ଏହି ତାଲିକା ୭ ନଭେମ୍ବର ସୁଦ୍ଧା ପ୍ରକାଶ ପାଇବା ପରେ ୮ରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ଅଫର ଚିଠି ପଠାଯିବ । ଏହା ପରେ ଛାତ୍ରୀଛାତ୍ରମାନେ ଡିସେମ୍ବର ୨ରୁ ନିଜ ନିଜ କମ୍ପାନୀରେ ଇଣ୍ଟର୍ନସିପ ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ସଂରକ୍ଷଣ ନୀତି ସମଗ୍ର ଯୋଜନାରେ ପ୍ରଯୁଜ୍ୟ ରହିବ।

ଆବେଦନ କରିବାକୁ ହେଲେ ଆଧାର କାର୍ଡ, ପାସପୋର୍ଟ ସାଇଜ ଫଟୋ, ଶିକ୍ଷାଗତ ଯୋଗ୍ୟତା ଡକ୍ୟୁମେଣ୍ଟ ରହିଥିବା ଆବଶ୍ୟକ। ଆବେଦନ କରିବା ସମୟରେ ପ୍ରତ୍ୟେକ ଇଣ୍ଟର୍ନଙ୍କୁ ଅକ୍ଟୋବର ୧୧ସୁଦ୍ଧା ପଞ୍ଜୀକୃତ ହୋଇଥିବା କମ୍ପାନୀଗୁଡିକରେ ଇଣ୍ଟର୍ନସିପ ପାଇଁ ସର୍ବାଧିକ ପାଞ୍ଚଟି ବିକଳ୍ପ ଦିଆଯିବ।

୨୧ ରୁ ୨୪ବର୍ଷ ମଧ୍ୟରେ ଯୁବକମାନେ ଆବେଦନ କରିବାକୁ ସମର୍ଥ ହେବେ। ଯେଉଁମାନେ ଦଶମ, ଦ୍ୱାଦଶ, ଆଇଟିଆଇ, ପଲିଟେକ୍ନିକ ଡିପ୍ଲୋମା କିମ୍ବା BA, B.Sc., B.Com, BCA, BBA, B. Pharma କରିଛନ୍ତି । ଯେଉଁ ଯୁବକମାନଙ୍କ ପିତାମାତା କିମ୍ବା ପତି-ପତ୍ନୀ ସରକାରୀ ଚାକିରିରେ ଅଛନ୍ତି କିମ୍ବା ଯାହାର ପାରିବାରିକ ଆୟ ୮ ଲକ୍ଷରୁ ଅଧିକ କିମ୍ବା ଯେଉଁମାନେ ପୂର୍ଣ୍ଣ ସମୟ ପାଠ୍ୟକ୍ରମ ପଢୁଛନ୍ତି ସେମାନେ ଆବେଦନ କରିପାରିବେ ନାହିଁ। ଆଇଆଇଟି, ଆଇଆଇଏମ, ନ୍ୟାଶନାଲ ଲ ୟୁନିଭରସିଟି, ଆଇଏସଆର, ଏନଆଇଟି ଏବଂ ଟ୍ରିପଲ ଆଇଟି ପରି ଅନୁଷ୍ଠାନରୁ ଡିଗ୍ରୀ ହାସଲ କରିଥିବା ଯୁବକଙ୍କ ଆବେଦନ ଗ୍ରହଣ କରାଯିବ ନାହିଁ। ବୃତ୍ତିଗତ ଡିଗ୍ରୀ ଥିବା ବ୍ୟକ୍ତିଙ୍କୁ ଏହି ଯୋଜନାରୁ ଦୂରେଇ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri