ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ୬ରୁ ପଞ୍ଜୀକରଣ, ମେ ୧ରୁ ମିଳିବ ସୁବିଧା

ନୟାଗଡ଼,୪।୧(ଲୋକନାଥ ମିଶ୍ର): ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ର ପରିସରକୁ ସମ୍ପ୍ରସାରିତ କରି ବିଏସ୍‌କେୱାଇ ନବୀନ ଓଡ଼ିଶା କାର୍ଡ ଯୋଜନାରେ ଗ୍ରାମୀଣ ପରିବାରକୁ ସାମିଲ କରିବାକୁ ନାମ ପଞ୍ଜୀକରଣ କରିବାକୁ ବ୍ୟବସ୍ଥା କରିଛନ୍ତି । ବିଏସ୍‌କେୱାଇ ଅର୍ନ୍ତଭୁକ୍ତ ହୋଇ ନ ଥିବା ସବୁ ଗ୍ରାମୀଣ ପରିବାର ଏହି ଯୋଜନାରରେ ସୁଫଳ ପାଇ ପାରିବେ । ତେବେ ଆବେଦନକାରୀ ୨୦୨୨-୨୩ ଆର୍ଥିକ ବର୍ଷରେ ଆୟକରଦାତା ହୋଇ ନ ଥିବେ । ସେହିଭଳି ପେନଶନ ଭୋଗୀ ଅଥବା ସରକାରୀ କର୍ମଚାରୀ ହୋଇ ନ ଥିବେ । ଯୋଜନାରେ ଅର୍ନ୍ତଭୁକ୍ତ ହେବା ପାଇଁ ଜାନୁଆରୀ ୬ରୁ ୧୬ ତାରିଖ ଭିତରେ ମୋ ସେବା କେନ୍ଦ୍ରରେ ଦେୟ ମୁକ୍ତ ନାମ ପଞ୍ଜୀକରଣ କରି ପାରିବେ । ଏନେଇ ନୟାଗଡ଼ ଜିଲାପାଳ ରବୀନ୍ଦ୍ର କୁମାର ସାହୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି ଏଭଳି ସୂଚନା ଦେଇଛନ୍ତି ।

ଜିଲାପାଳଙ୍କ ସୂଚନା ଅନୁସାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯେ କୌଣସି ସଦସ୍ୟ ବିଏସ୍‌କେୱାଇ ନବୀନ କାର୍ଡ ନିମନ୍ତେ ପରିବାର ପକ୍ଷରୁ ଆବେଦନ କରି ପାରିବେ। ଆବେଦନକାରୀଙ୍କ ସକ୍ରୀୟ ମୋବାଇଲ ନମ୍ବର ସହବନ୍ଧିତ ଆଧାରକାର୍ଡ ଥିବା ଦରକାର। ପୁଣି ଆବେଦନକାରୀଙ୍କ କେୱାସି ଓ ଭୋଟର ପରିଚୟ ପତ୍ର ରହିଥିବା ଦରକାର । ଆବେଦନକାରୀ ଓ ପରିବାର ମୁଖ୍ୟଙ୍କର ଫଟୋ ଦେବାକୁ ପଡିବ । ୫ ବର୍ଷରୁ କମ୍‌ ପିଲାଙ୍କ ସମେତ ସବୁ ସଦସ୍ୟଙ୍କ ଆଧାର କାର୍ଡ ଥିବା ଦରକାର । ଯଦି ୫ ବର୍ଷରୁ କମ୍‌ ପିଲାଙ୍କ ଆଧାର ନ ଥିବ ତେବେ ୩୦।୬।୨୦୨୪ ସୁଦ୍ଧା ସମ୍ପୃକ୍ତ ପିଲାଙ୍କର ଆଧାର ନମ୍ବର ଦାଖଲ ନିମନ୍ତେ ପ୍ରତିଜ୍ଞା ପତ୍ର(ଅଣ୍ଡର ଟେକିଂ) ଦିଆଯିବା ଦରକାର।

ମେ ୧ରୁ ବିଏସ୍‌କେୱାଇ ନବୀନ କାର୍ଡରେ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ପ୍ରାବଧାନ ରହିଛି । ଘରୋଇ ହସ୍ପିଟାଲରେ ଚିକିତ୍ସା ଉପଲବ୍ଧ ହେବ । ଅନ୍ୟମାନଙ୍କ ମଧ୍ୟରେ ସିଡିଏମ୍‌ଓ ରମାକାନ୍ତ ପଣ୍ଡା ଓ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥାଇ ବିଏସ୍‌କେୱାଇ ଉପରେ ଟିପ୍ପଣୀ ରଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri