ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ୬ରୁ ପଞ୍ଜୀକରଣ, ମେ ୧ରୁ ମିଳିବ ସୁବିଧା

ନୟାଗଡ଼,୪।୧(ଲୋକନାଥ ମିଶ୍ର): ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ର ପରିସରକୁ ସମ୍ପ୍ରସାରିତ କରି ବିଏସ୍‌କେୱାଇ ନବୀନ ଓଡ଼ିଶା କାର୍ଡ ଯୋଜନାରେ ଗ୍ରାମୀଣ ପରିବାରକୁ ସାମିଲ କରିବାକୁ ନାମ ପଞ୍ଜୀକରଣ କରିବାକୁ ବ୍ୟବସ୍ଥା କରିଛନ୍ତି । ବିଏସ୍‌କେୱାଇ ଅର୍ନ୍ତଭୁକ୍ତ ହୋଇ ନ ଥିବା ସବୁ ଗ୍ରାମୀଣ ପରିବାର ଏହି ଯୋଜନାରରେ ସୁଫଳ ପାଇ ପାରିବେ । ତେବେ ଆବେଦନକାରୀ ୨୦୨୨-୨୩ ଆର୍ଥିକ ବର୍ଷରେ ଆୟକରଦାତା ହୋଇ ନ ଥିବେ । ସେହିଭଳି ପେନଶନ ଭୋଗୀ ଅଥବା ସରକାରୀ କର୍ମଚାରୀ ହୋଇ ନ ଥିବେ । ଯୋଜନାରେ ଅର୍ନ୍ତଭୁକ୍ତ ହେବା ପାଇଁ ଜାନୁଆରୀ ୬ରୁ ୧୬ ତାରିଖ ଭିତରେ ମୋ ସେବା କେନ୍ଦ୍ରରେ ଦେୟ ମୁକ୍ତ ନାମ ପଞ୍ଜୀକରଣ କରି ପାରିବେ । ଏନେଇ ନୟାଗଡ଼ ଜିଲାପାଳ ରବୀନ୍ଦ୍ର କୁମାର ସାହୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି ଏଭଳି ସୂଚନା ଦେଇଛନ୍ତି ।

ଜିଲାପାଳଙ୍କ ସୂଚନା ଅନୁସାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ଯେ କୌଣସି ସଦସ୍ୟ ବିଏସ୍‌କେୱାଇ ନବୀନ କାର୍ଡ ନିମନ୍ତେ ପରିବାର ପକ୍ଷରୁ ଆବେଦନ କରି ପାରିବେ। ଆବେଦନକାରୀଙ୍କ ସକ୍ରୀୟ ମୋବାଇଲ ନମ୍ବର ସହବନ୍ଧିତ ଆଧାରକାର୍ଡ ଥିବା ଦରକାର। ପୁଣି ଆବେଦନକାରୀଙ୍କ କେୱାସି ଓ ଭୋଟର ପରିଚୟ ପତ୍ର ରହିଥିବା ଦରକାର । ଆବେଦନକାରୀ ଓ ପରିବାର ମୁଖ୍ୟଙ୍କର ଫଟୋ ଦେବାକୁ ପଡିବ । ୫ ବର୍ଷରୁ କମ୍‌ ପିଲାଙ୍କ ସମେତ ସବୁ ସଦସ୍ୟଙ୍କ ଆଧାର କାର୍ଡ ଥିବା ଦରକାର । ଯଦି ୫ ବର୍ଷରୁ କମ୍‌ ପିଲାଙ୍କ ଆଧାର ନ ଥିବ ତେବେ ୩୦।୬।୨୦୨୪ ସୁଦ୍ଧା ସମ୍ପୃକ୍ତ ପିଲାଙ୍କର ଆଧାର ନମ୍ବର ଦାଖଲ ନିମନ୍ତେ ପ୍ରତିଜ୍ଞା ପତ୍ର(ଅଣ୍ଡର ଟେକିଂ) ଦିଆଯିବା ଦରକାର।

ମେ ୧ରୁ ବିଏସ୍‌କେୱାଇ ନବୀନ କାର୍ଡରେ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ପ୍ରାବଧାନ ରହିଛି । ଘରୋଇ ହସ୍ପିଟାଲରେ ଚିକିତ୍ସା ଉପଲବ୍ଧ ହେବ । ଅନ୍ୟମାନଙ୍କ ମଧ୍ୟରେ ସିଡିଏମ୍‌ଓ ରମାକାନ୍ତ ପଣ୍ଡା ଓ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥାଇ ବିଏସ୍‌କେୱାଇ ଉପରେ ଟିପ୍ପଣୀ ରଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ୭ ସ୍ଥାନରେ ଏକକାଳୀନ ଚଢ଼ାଉ

ଡେରାବିଶ, ୭/୩ (ବେବର୍ତ୍ତା ଅଜୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଥିବା ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନ ଛତା ସବ ଡିଭିଜନର ସହକାରୀ…

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାର୍ଯ୍ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

କେସିଙ୍ଗା ଆଦର୍ଶ ଥାନା ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ

କେସିଙ୍ଗା,୬।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାର ଶୁଭ ଉଦ୍‌ଘାଟନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା  ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri