Categories: ମେଟ୍ରୋ

ଅଗ୍ନିବୀରବାୟୁ ପରୀକ୍ଷା ଲାଗି ପଞ୍ଜୀକରଣ ଜାରି

ଭୁବନେଶ୍ବର, ୧୯ା୧୧(ବ୍ୟୁରୋ): ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ଅନ୍‌ଲାଇନ ପରୀକ୍ଷା ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନରେ ପଞ୍ଜୀକରଣକୁ ଅନିବାର୍ଯ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ। ଏଥିଲାଗି ଅନ୍‌ଲାଇନରେ ନାମ ପଞ୍ଜୀକରଣ ନଭେମ୍ବର ୭ରୁ ଆରମ୍ଭ ହୋଇଛି। ଏଥିଲାଗି ଆସନ୍ତା ୨୩ ପର୍ଯ୍ୟନ୍ତ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଖୋଲା ରହିବ। ୨୦୦୨ ଜୁନ୍‌ ୨୭ରୁ ୨୦୦୫ ଡିସେମ୍ବର ୨୭ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ରାଲିରେ ଅଂଶଗ୍ରହଣ କରିପାରିବେ। ଯୁକ୍ତ-୨ ବିଜ୍ଞାନରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ସହିତ ମୋଟ୍‌ ୫୦ ପ୍ରତିଶତ ନମ୍ବର ରଖିଥିବା ପ୍ରାର୍ଥୀ ରାଲିରେ ଭାଗ ନେବା ପାଇଁ ଯୋଗ୍ୟ ହେବେ। https/agnipathvayu.cdac.in ଓ୍ବେବସାଇଟ୍‌ରେ ଲଗଇନ୍‌ କରି ପ୍ରାର୍ଥୀମାନେ ପଞ୍ଜୀକରଣ କରିବା ସହ ଅଧିକ ସୂଚନା ପାଇପାରିବେ।