Posted inଜାତୀୟ

୨୧୬ କୋଟି ଟଙ୍କା ଚାନ୍ଦା ପାଇଛନ୍ତି ଆଞ୍ଚଳିକ ଦଳ

ନୂଆଦିଲ୍ଲୀ୧୧।୧: ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି। ଚାନ୍ଦାରୁ ଜେଏମ୍‌ଏମ୍‌, ଜେଜେପି, ଟିଡିପି ଏବଂ ଟିଏମ୍‌ସିର ଆୟ ସର୍ବାଧିକ ବଢ଼ିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ବିଶ୍ଳେଷଣରୁ ଜଣାପଡ଼ିଛି।
ଦଳଗୁଡ଼ିକ ସେମାନଙ୍କ ଆୟ ସମ୍ପର୍କିତ ରିପୋର୍ଟ ଏବଂ ଦାତାମାନଙ୍କ ବିବରଣୀ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବାରେ ବହୁ ବିଳମ୍ବ କରଥିଲେ। ମୋଟ ୫୭ଟି ଆଞ୍ଚଳିକ ଦଳ ମଧ୍ୟରୁ ମାତ୍ର ୧୮ଟି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଇସିଆଇ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ୨୮ଟି ଦଳ ମୋଟ ୨,୧୧୯ଟି ଚାନ୍ଦାରୁ ୨୧୬.୭୬୫ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି। ଅନ୍ୟ ୧୭ଟି ଦଳ ରିପୋର୍ଟ ଦାଖଲରେ ୨ରୁ ୧୬୪ ଦିନ ପର୍ଯ୍ୟନ୍ତ ବିଳମ୍ବ କରିଥିଲେ। ବିଜେଡି, ଜମ୍ମୁ-କଶ୍ମୀର ନ୍ୟାଶନାଲ କନ୍‌ଫରେନ୍ସ ସମେତ ୭ ରାଜନୈତିକ ଦଳ ଉକ୍ତ ବର୍ଷ ଚାନ୍ଦା ପାଇ ନ ଥିବା ଜଣାଇଛନ୍ତି।
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଚାନ୍ଦା ପରିମାଣ ପୂର୍ବ ବର୍ଷ ତୁଳନାରେ ୩,୬୮୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଜନନାୟକ ଜନତା ଦଳ (ଜେଜେପି) ଏବଂ ଟିଡିପି ଚାନ୍ଦା ପରିମାଣ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୧,୯୯୭ ଏବଂ ୧,୭୯୫ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ ଚାନ୍ଦା ପରିମାଣ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୯୯.୧ ଏବଂ ୮୯.୧ ପ୍ରତିଶତ ହ୍ରାସ ପାଇଛି। ଭାରତ ରାଷ୍ଟ୍ରସମିତି (ବିଆର୍‌ଏସ୍‌) ସର୍ବାଧିକ ୧୫୪.୦୩ କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ଏହା ପଛକୁ ୧୬ କୋଟି ଚାନ୍ଦା ପାଇ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଦ୍ୱିତୀୟ ସ୍ଥାନରେ ଏବଂ ୧୧.୯୨ କୋଟି ଚାନ୍ଦା ସହ ତେଲୁଗୁ ଦେଶମ ପାର୍ଟି (ଟିଡିପି) ତୃତୀୟ ସ୍ଥାନରେ ରହିଛି। ବିଆର୍‌ଏସ୍‌, ଓ୍ବାଇଏସ୍‌ଆର୍‌ କଂଗ୍ରେସ, ଟିଡିପି, ଡିଏମ୍‌କେ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ସିପିଆଇ) ମିଶି ମୋଟ ଘୋଷିତ ଚାନ୍ଦାର ୯୦.୫୬ ପ୍ରତିଶତ ପାଇଛନ୍ତି। ଅନ୍ୟପକ୍ଷରେ ୫ଟି ଆଞ୍ଚଳିକ ଦଳ ୯୬.୨ ଲକ୍ଷ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଥିବାବେଳେ ଦାତାମାନଙ୍କ ପାନ୍‌ ଦେଇନାହାନ୍ତି। ୩.୩୬ କୋଟି ଟଙ୍କା ଚାନ୍ଦା ଦେଇଥିବା ଦାତାମାନଙ୍କ ଠିକଣା ମିଳୁ ନ ଥିବାବେଳେ ୧୬୫.୭୩ କୋଟି ଟଙ୍କା ଚାନ୍ଦାରେ ଦାତାମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ନାହିଁ। କର୍ପୋରେଟ୍‌ ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକରୁ ମୋଟ ଚାନ୍ଦାର ୭୮ ପ୍ରତିଶତ ଅର୍ଥାତ୍‌ ୧୬୯.୨ କୋଟି ଟଙ୍କା ଆସିଥିବାବେଳେ ବ୍ୟକ୍ତିଗତ ଦାତାମାନଙ୍କଠାରୁ ୪୫.୨୪ କାଟି ଟଙ୍କା ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri