Posted inଜାତୀୟ

୨୧୬ କୋଟି ଟଙ୍କା ଚାନ୍ଦା ପାଇଛନ୍ତି ଆଞ୍ଚଳିକ ଦଳ

ନୂଆଦିଲ୍ଲୀ୧୧।୧: ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି। ଚାନ୍ଦାରୁ ଜେଏମ୍‌ଏମ୍‌, ଜେଜେପି, ଟିଡିପି ଏବଂ ଟିଏମ୍‌ସିର ଆୟ ସର୍ବାଧିକ ବଢ଼ିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ବିଶ୍ଳେଷଣରୁ ଜଣାପଡ଼ିଛି।
ଦଳଗୁଡ଼ିକ ସେମାନଙ୍କ ଆୟ ସମ୍ପର୍କିତ ରିପୋର୍ଟ ଏବଂ ଦାତାମାନଙ୍କ ବିବରଣୀ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବାରେ ବହୁ ବିଳମ୍ବ କରଥିଲେ। ମୋଟ ୫୭ଟି ଆଞ୍ଚଳିକ ଦଳ ମଧ୍ୟରୁ ମାତ୍ର ୧୮ଟି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଇସିଆଇ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ୨୮ଟି ଦଳ ମୋଟ ୨,୧୧୯ଟି ଚାନ୍ଦାରୁ ୨୧୬.୭୬୫ କୋଟି ଟଙ୍କା ପାଇଥିବା ଘୋଷଣା କରିଛନ୍ତି। ଅନ୍ୟ ୧୭ଟି ଦଳ ରିପୋର୍ଟ ଦାଖଲରେ ୨ରୁ ୧୬୪ ଦିନ ପର୍ଯ୍ୟନ୍ତ ବିଳମ୍ବ କରିଥିଲେ। ବିଜେଡି, ଜମ୍ମୁ-କଶ୍ମୀର ନ୍ୟାଶନାଲ କନ୍‌ଫରେନ୍ସ ସମେତ ୭ ରାଜନୈତିକ ଦଳ ଉକ୍ତ ବର୍ଷ ଚାନ୍ଦା ପାଇ ନ ଥିବା ଜଣାଇଛନ୍ତି।
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଚାନ୍ଦା ପରିମାଣ ପୂର୍ବ ବର୍ଷ ତୁଳନାରେ ୩,୬୮୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଜନନାୟକ ଜନତା ଦଳ (ଜେଜେପି) ଏବଂ ଟିଡିପି ଚାନ୍ଦା ପରିମାଣ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୧,୯୯୭ ଏବଂ ୧,୭୯୫ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ଏବଂ ଶିରୋମଣି ଅକାଳୀ ଦଳ ଚାନ୍ଦା ପରିମାଣ ପୂର୍ବବର୍ଷ ତୁଳନାରେ ଯଥାକ୍ରମେ ୯୯.୧ ଏବଂ ୮୯.୧ ପ୍ରତିଶତ ହ୍ରାସ ପାଇଛି। ଭାରତ ରାଷ୍ଟ୍ରସମିତି (ବିଆର୍‌ଏସ୍‌) ସର୍ବାଧିକ ୧୫୪.୦୩ କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ଏହା ପଛକୁ ୧୬ କୋଟି ଚାନ୍ଦା ପାଇ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଦ୍ୱିତୀୟ ସ୍ଥାନରେ ଏବଂ ୧୧.୯୨ କୋଟି ଚାନ୍ଦା ସହ ତେଲୁଗୁ ଦେଶମ ପାର୍ଟି (ଟିଡିପି) ତୃତୀୟ ସ୍ଥାନରେ ରହିଛି। ବିଆର୍‌ଏସ୍‌, ଓ୍ବାଇଏସ୍‌ଆର୍‌ କଂଗ୍ରେସ, ଟିଡିପି, ଡିଏମ୍‌କେ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ (ସିପିଆଇ) ମିଶି ମୋଟ ଘୋଷିତ ଚାନ୍ଦାର ୯୦.୫୬ ପ୍ରତିଶତ ପାଇଛନ୍ତି। ଅନ୍ୟପକ୍ଷରେ ୫ଟି ଆଞ୍ଚଳିକ ଦଳ ୯୬.୨ ଲକ୍ଷ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଥିବାବେଳେ ଦାତାମାନଙ୍କ ପାନ୍‌ ଦେଇନାହାନ୍ତି। ୩.୩୬ କୋଟି ଟଙ୍କା ଚାନ୍ଦା ଦେଇଥିବା ଦାତାମାନଙ୍କ ଠିକଣା ମିଳୁ ନ ଥିବାବେଳେ ୧୬୫.୭୩ କୋଟି ଟଙ୍କା ଚାନ୍ଦାରେ ଦାତାମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ନାହିଁ। କର୍ପୋରେଟ୍‌ ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକରୁ ମୋଟ ଚାନ୍ଦାର ୭୮ ପ୍ରତିଶତ ଅର୍ଥାତ୍‌ ୧୬୯.୨ କୋଟି ଟଙ୍କା ଆସିଥିବାବେଳେ ବ୍ୟକ୍ତିଗତ ଦାତାମାନଙ୍କଠାରୁ ୪୫.୨୪ କାଟି ଟଙ୍କା ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri