Posted inରାଜ୍ୟ

ପ୍ରକାଶିତ ଖବରକୁ ଖଣ୍ଡନ

୧୯ା୧୨ା୨୦୨୦ ଧରିତ୍ରୀର ୫ମ ପୃଷ୍ଠାରେ ପ୍ରକାଶିତ ‘ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଚାଲିଛି କରୋନା ମୁକାବିଲା: ବିକ୍ରମ ଆରୁଖ’ ଶୀର୍ଷକ ଖବରକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସୂଚନା ଅଧିକାରୀ ମାନସ ଖୁଣ୍ଟିଆ ଲିଖିତ ଆକାରରେ ଖଣ୍ଡନ କରିଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଦଦରାଲୁଣ୍ଡା ପଞ୍ଚାୟତରେ ସ୍ବଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ୧୮ା୧୨ା୨୦ରେ ମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ରାଜ୍ୟ ସରକାର କରୋନା ମୁକାବିଲାରେ ସଫଳ ହୋଇଥିବା ମନ୍ତ୍ରୀ କହିଥିବା ମାନସ ଖୁଣ୍ଟିଆ ଉଲ୍ଲେଖ କରିଛନ୍ତିି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଦିନକୁଦିନ କମୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ଓ ସମୁଚିତ ନିଷ୍ପତ୍ତି ବଳରେ ରାଜ୍ୟ ସରକାର କରୋନାର ସଫଳ ମୁକାବିଲା କରୁଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ଦେଶ ବିଦେଶର ବିଭିନ୍ନ ଅନୁଷ୍ଠାନ ରାଜ୍ୟ ସରକାରଙ୍କୁ ପ୍ରଶଂସା କରୁଛନ୍ତି ବୋଲି ମନ୍ତ୍ରୀ ଆରୁଖ ପ୍ରକାଶ କରିଥିଲେ। ତେଣୁ ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଚାଲିଛି କରୋନା ମୁକାବିଲା ଶୀର୍ଷକ ଖବରକୁ ମନ୍ତ୍ରୀ ଆରୁଖ ଅସ୍ବୀକାର କରିଥିବା ବିଷୟ ବିଭାଗୀୟ ସୂଚନା ଅଧିକାରୀ ଖୁଣ୍ଟିଆ ସୂଚାଇଛନ୍ତି।

ଆମ ଭଞ୍ଜନଗର ଖବରଦାତା କହନ୍ତି
ଆମ ଖବରଦାତା ପଠାଇଥିବା ଭିଡିଓରେ, ଭାଷଣର ୨ ମିନିଟ୍‌ ୧୫ ସେକେଣ୍ଡରେ ମନ୍ତ୍ରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ଉଚ୍ଚାରଣ କରିଛନ୍ତି। ତେଣୁ ପ୍ରକାଶିତ ଖବର ସତ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri