ଭୁବନେଶ୍ୱର, ୬।୧(ଅସମାପିକା ସାହୁ): ଏବେ ରକ୍ତ ଆଉ ବିକ୍ରି ହୋଇପାରିବ ନାହିଁ। କେବଳ ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ କରାଯିବ। ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ଗାଇଡ୍ଲାଇନ୍ ଜାରି କରିବା ସହ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ଏପରିକି ରକ୍ତ ସଂଗ୍ରହ କେନ୍ଦ୍ରରେ ଆଦାୟ ହେଉଥିବା ଅନ୍ୟାନ୍ୟ ଦେୟକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି।
ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ରକ୍ତ ଦାନ କଲେ, ତାହା ସିଧାସଳଖ ଅନ୍ୟ ବ୍ୟକ୍ତିଙ୍କୁ ଦିଆଯାଇ ନ ଥାଏ। ସଂଗୃହୀତ ରକ୍ତରୁ ବିଭିନ୍ନ ଉପାଦାନ ରେଡ୍ ବ୍ଲଡ୍ ସେଲ୍, ପ୍ଲେଟ୍ଲେଟ୍ ଓ ପ୍ଲାଜ୍ମା ପୃଥକୀକରଣ କରାଯାଇଥାଏ। ଏଥିପାଇଁ ଯେତିକି ଟଙ୍କା ଖର୍ଚ୍ଚ ତା’ର ଦୁଇ ତିନିଗୁଣା ଟଙ୍କା ଆଦାୟ କରାଯାଇଥାଏ। ବିଶେଷ କରି ଘରୋଇ ହସ୍ପିଟାଲଗୁଡ଼ିକ ଚଢ଼ା ଦରରେ ରକ୍ତ ବିକ୍ରି କରିଥାନ୍ତି। ୩ ହଜାରରୁ ୮ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି। ରକ୍ତ ଅଭାବ ସମୟରେ ଓ ବିରଳ ରକ୍ତର ଆବଶ୍ୟକ ବେଳେ ଆହୁରି ଅଧିକ ଦରରେ ବିକ୍ରି କରାଯାଇଥାଏ ବୋଲି ଅଭିଯୋଗ ଆସିବା ପରେ ଡିସିଜିଆଇ ଏଭଳି କଟକଣା ଲଗାଇଛନ୍ତି। ଡିସିଜିଆଇ ରାଜୀବ ସିଂହ ରଘୁବଂଶୀ କହିଛନ୍ତି, ରକ୍ତ ବିକ୍ରି କରିବା ପାଇଁ ନୁହେଁ। ନୂଆ ଗାଇଡ୍ଲାଇନ ଅନୁସାରେ, ରକ୍ତ ଯୋଗାଇବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ କରାଯିବ। ଏହା ୨୫୦ ରୁ ୧,୫୫୦ ଟଙ୍କା ଭିତରେ ରହିବ।
LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…
ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…
ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…
ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…
ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…
ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…
ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…
ବିଦ୍ୟୁତ୍ କାଟ୍କୁ ନେଇ ବଢୁଛି ଅସନ୍ତୋଷ
ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…
୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା
ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…
ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ
ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…
ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ
ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍ସି ବିପକ୍ଷ ଗେମ୍ ପୂର୍ବରୁ ଇରାନ…
Archives

