ମିଥ୍ୟାର ଆଶ୍ରୟ

ସୋସିଆଲ ମିଡିଆ କ୍ଷୀପ୍ର ବେଗରେ ସୂଚନା ବା ଖବର ପ୍ରେରଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ହାତରେ ସ୍ମାର୍ଟ ଫୋନ୍‌ଟିଏ ଥିଲେ ଜଗତକୁ ଜାଣିବା ଓ ବୁଝିବା ଯେମିତି ସହଜ ହୋଇଯାଇଛି ବୋଲି ଅନେକେ ଭାବୁଛନ୍ତି। ଜାନୁଆରୀ ୨୦୨୩ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ୬୯ କୋଟିରୁ ଅଧିକ ଲୋକ ଇଣ୍ଟରନେଟ୍‌ ଉପଯୋଗ କରୁଛନ୍ତି। ସେହିପରି ୪୬ କୋଟିରୁ ବେଶି ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି, ଯାହା ସମୁଦାୟ ଜନସଂଖ୍ୟାର ୩୨.୮ ପ୍ରତିଶତ। ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ନାଗରିକ ବା ନେଟିଜେନ୍‌ଙ୍କ ପାଇଁ ଗଲା ଦୁଇଦିନ ହେବ ଗୋଟେ ଖବର ବେଶ୍‌ ରୋଚକ ହୋଇଛି। ରୋଚକ ଏଇଥିପାଇଁ କୁହାଯାଉଛି ଯେ, ୨ ଫେବୃଆରୀରେ ଅଭିନେତ୍ରୀ ତଥା ମଡେଲ ପୁନମ୍‌ ପାଣ୍ଡେ ନିଜସ୍ବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଇନ୍‌ଷ୍ଟାଗ୍ରାମରେ ତାଙ୍କ ମୃତ୍ୟୁ ଖବର ପ୍ରକାଶ କରିଥିଲେ। ସେଥିରେ କାହାର ଅବିଶ୍ୱାସ ହେବାର ସମ୍ଭାବନା ନ ଥିଲା। ଅନେକେ ଶୋକବାର୍ତ୍ତା ପୁନମ୍‌ଙ୍କ ଆକାଉଣ୍ଟକୁ ଆସିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ ତାହା ଥିଲା ନିଜର ପ୍ରଚାର ପାଇଁ ଏକ ଅଭିନବ ଉପାୟ। ମରିଗଲା କହିଦେଲେ ଶତ୍ରୁକୁ ବି ସାଧାରଣ ଲୋକ କ୍ଷମା କରିଦେଇ ଥାଆନ୍ତି। ହେଲେ ପୁନମ୍‌ଙ୍କ ଭଳି ଜଣେ ଯୁବତୀ ଏଭଳି ଅସ୍ବାଭାବିକ ଘୋଷଣା ନିଜ ତରଫରୁ କରାଇ କେଉଁଭଳି ଲାଭବାନ୍‌ ହୋଇପାରିବେ ତାହା ବୁଝିବା କଷ୍ଟକର। ପିଲାଦିନେ ‘ମିଛୁଆ ରାଧୁଆ’ ଗପ ଅଧିକାଂଶ ଶୁଣିଥିବେ। ଭାରତର ସାମାଜିକ ସ୍ଥିତିରେ ବୟସ୍କମାନେ ପିଲାଙ୍କୁ ‘ଟିକେ ଟିକେ ମିଛ’ କହିଲେ ପାପ ହୁଏନାହିଁ ବୋଲି ଶିଖାଇଥାଆନ୍ତି। ହୁଏତ ପୁନମ୍‌ଙ୍କର ଏହି ପଦକ୍ଷେପ ତାଙ୍କର ମାତାପିତାଙ୍କ ଆଭିମୁଖ୍ୟ ସମ୍ପର୍କରେ ପ୍ରଶ୍ନବାଚୀ ଉଠାଉଛି। ମିଛ କହିଲେ କେଉଁ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ, ତାହା ବାସ୍ତବରେ ଯେତେବେଳେ ବାଘ ଆସିଲା ସେତେବେଳେ ରାଧୁଆ ସହିତ ଆମେ ସମସ୍ତେ ବୁଝିଥିଲୁ। ଅଳ୍ପ ମିଛ କହିଲେ ମଧ୍ୟ କ୍ଷତିର ପରିମାଣ ବୁଝିବା କଷ୍ଟକର ହୋଇପଡ଼େ। ଓଡ଼ିଆରେ କଥା ଅଛି ‘ଲାଉ ଚୋର, କଖାରୁ ଚୋର, ଆସ୍ତେ ଆସ୍ତେ ବଡ଼ ଚୋର’। ପୁନମ୍‌ଙ୍କ ଭଳି ଆଜି ମିଛ କହିଥିବା ବ୍ୟକ୍ତି ବୁଝିବା ଦରକାର ଯେ ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ହୁଏତ ତାଙ୍କର ଯେତେବେଳେ ବାସ୍ତବ ମୃତ୍ୟୁ ଘଟିବ, ସେତେବେଳେ ସାଧାରଣ ନାଗରିକ ହସିଦେଇ ତାଙ୍କୁ ପାସୋରି ଯିବେ। ମିଛ କହିଥିଲେ ତାହାକୁ ବଞ୍ଚାଇ ରଖିବା ପାଇଁ ଆହୁରି ମିଛ କହିବାକୁ ପଡ଼େ। ପ୍ରାୟ ସବୁ ସମୟରେ ପୂର୍ବରୁ କୁହାଯାଇଥିବା ମିଛ ମନେପଡ଼େ ନାହିଁ। ଅପରପକ୍ଷରେ ସତ କହିଥିଲେ ତାହା ଦୀର୍ଘ ବର୍ଷ ପରେ ମଧ୍ୟ ମନେ ରହିଥାଏ। ଦେଖିବାକୁ ଗଲେ ସତ କହିଥିଲେ ଜୀବନକୁ ସୁବିଧାରେ ବିତାଇ ହେବ।
ସୋସିଆଲ ମିଡିଆ ବ୍ୟବହାରକାରୀ ପୁନମ୍‌ଙ୍କ ଏଭଳି କାର୍ଯ୍ୟକୁ ‘ଅତି ନିକୃଷ୍ଟ ପବ୍ଲିସିଟି ଷ୍ଟଣ୍ଟ୍‌’ ବୋଲି କହିଛନ୍ତି। କେବଳ ଏହି ଘଟଣା ନୁହେଁ, ଅତୀତରେ ସେ ଲୋକପ୍ରିୟତା ପାଇବା ପାଇଁ ଅନେକ ନିଷ୍ପତ୍ତି ନେଇ ସାଧାରଣ ଲୋକଙ୍କୁ ଦୁଃଖୀ କରାଇ ଦେଇଛନ୍ତି। ୨୦୧୧ରେ ବିଶ୍ୱକପ୍‌ କ୍ରିକେଟରେ ଭାରତ ଜିତିଲେ ସେ ଉଲଗ୍ନ ହୋଇ ଟିମ୍‌କୁ ସ୍ବାଗତ ଜଣାଇବେ ବୋଲି ଭିଡିଓ ବାର୍ତ୍ତା ଦେଇ ଚର୍ଚ୍ଚାକୁ ଆସିଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ କ୍ରିକେଟ ଜିତିଥିଲେ ମଧ୍ୟ ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନ ଥିଲେ।
ଏବେ ଯେତେବେଳେ ପୁନମ୍‌ଙ୍କ ମୃତ୍ୟୁ ଖବର ଜଣାପଡ଼ିଲା, ସେତେବେଳେ ଯେଉଁ ଟିଟ୍‌କାରୀ ଓ ବିରୋଧ ସୃଷ୍ଟି ହୋଇଛି ସେଥିରୁ ବର୍ତ୍ତିବା ପାଇଁ ପୁନମ୍‌ ଅନ୍ୟ ଏକ ମିଥ୍ୟା କହିଲା ଭଳି ମନେ ହେଉଛି। ସେହି ଇନ୍‌ଷ୍ଟାଗ୍ରାମ୍‌ରେ ପୁନମ କହିଛନ୍ତି ଯେ, ସର୍ଭିକାଲ କ୍ୟାନ୍ସର ଏକ ଏଭଳି ରୋଗ ଯାହାକି ବିନା ଶବ୍ଦରେ ପ୍ରାଣ ନେଇଯାଇଥାଏ ଏବଂ ତାହା ଉପରେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ମିଥ୍ୟା କାହାଣୀ ରଚିଥିଲେ। ପୁନମ୍‌ଙ୍କ ଜୀବନ ଓ କ୍ୟାରିୟରରେ ସଫଳତା ମିଳିପାରି ନ ଥିବା ବିଷୟ ଅଧିକାଂଶ ଜାଣିଛନ୍ତି। ହୁଏତ ସେଥିପାଇଁ ତାଙ୍କ ଜୀବନରେ ଏକ ହତାଶାଭାବ ସୃଷ୍ଟି ହୋଇଛି, ଯେଉଁଥିପାଇଁ, ମଝିରେ ମଝିରେ ପୁନମ୍‌ ଏଭଳି ଡାହା ଅସତ୍ୟର ଆଶ୍ରୟ ନେଇ ଲୋକଲୋଚନକୁ ଆସିବାକୁ ଚେଷ୍ଟା କରୁଛନ୍ତି। ମିଥ୍ୟାର ଆଶ୍ରୟ ନେଇ ଷ୍ଟାର ହେବା ଅସମ୍ଭବ। ସମସ୍ତେ ଅମିତାଭ ବଚ୍ଚନ ହୋଇପାରନ୍ତି ନାହିଁ। ପୁନମ୍‌ଙ୍କ ଏହି ମିଥ୍ୟାର ଆଶ୍ରୟ ନେବା ତାଙ୍କ ପାଇଁ ଆଜୀବନ ଏକ କଳଙ୍କ ଭାବେ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri