ମିଥ୍ୟାର ଆଶ୍ରୟ

ସୋସିଆଲ ମିଡିଆ କ୍ଷୀପ୍ର ବେଗରେ ସୂଚନା ବା ଖବର ପ୍ରେରଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ହାତରେ ସ୍ମାର୍ଟ ଫୋନ୍‌ଟିଏ ଥିଲେ ଜଗତକୁ ଜାଣିବା ଓ ବୁଝିବା ଯେମିତି ସହଜ ହୋଇଯାଇଛି ବୋଲି ଅନେକେ ଭାବୁଛନ୍ତି। ଜାନୁଆରୀ ୨୦୨୩ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ୬୯ କୋଟିରୁ ଅଧିକ ଲୋକ ଇଣ୍ଟରନେଟ୍‌ ଉପଯୋଗ କରୁଛନ୍ତି। ସେହିପରି ୪୬ କୋଟିରୁ ବେଶି ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି, ଯାହା ସମୁଦାୟ ଜନସଂଖ୍ୟାର ୩୨.୮ ପ୍ରତିଶତ। ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ନାଗରିକ ବା ନେଟିଜେନ୍‌ଙ୍କ ପାଇଁ ଗଲା ଦୁଇଦିନ ହେବ ଗୋଟେ ଖବର ବେଶ୍‌ ରୋଚକ ହୋଇଛି। ରୋଚକ ଏଇଥିପାଇଁ କୁହାଯାଉଛି ଯେ, ୨ ଫେବୃଆରୀରେ ଅଭିନେତ୍ରୀ ତଥା ମଡେଲ ପୁନମ୍‌ ପାଣ୍ଡେ ନିଜସ୍ବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଇନ୍‌ଷ୍ଟାଗ୍ରାମରେ ତାଙ୍କ ମୃତ୍ୟୁ ଖବର ପ୍ରକାଶ କରିଥିଲେ। ସେଥିରେ କାହାର ଅବିଶ୍ୱାସ ହେବାର ସମ୍ଭାବନା ନ ଥିଲା। ଅନେକେ ଶୋକବାର୍ତ୍ତା ପୁନମ୍‌ଙ୍କ ଆକାଉଣ୍ଟକୁ ଆସିଲା। ପରବର୍ତ୍ତୀ ସମୟରେ ଜଣାପଡ଼ିଲା ଯେ ତାହା ଥିଲା ନିଜର ପ୍ରଚାର ପାଇଁ ଏକ ଅଭିନବ ଉପାୟ। ମରିଗଲା କହିଦେଲେ ଶତ୍ରୁକୁ ବି ସାଧାରଣ ଲୋକ କ୍ଷମା କରିଦେଇ ଥାଆନ୍ତି। ହେଲେ ପୁନମ୍‌ଙ୍କ ଭଳି ଜଣେ ଯୁବତୀ ଏଭଳି ଅସ୍ବାଭାବିକ ଘୋଷଣା ନିଜ ତରଫରୁ କରାଇ କେଉଁଭଳି ଲାଭବାନ୍‌ ହୋଇପାରିବେ ତାହା ବୁଝିବା କଷ୍ଟକର। ପିଲାଦିନେ ‘ମିଛୁଆ ରାଧୁଆ’ ଗପ ଅଧିକାଂଶ ଶୁଣିଥିବେ। ଭାରତର ସାମାଜିକ ସ୍ଥିତିରେ ବୟସ୍କମାନେ ପିଲାଙ୍କୁ ‘ଟିକେ ଟିକେ ମିଛ’ କହିଲେ ପାପ ହୁଏନାହିଁ ବୋଲି ଶିଖାଇଥାଆନ୍ତି। ହୁଏତ ପୁନମ୍‌ଙ୍କର ଏହି ପଦକ୍ଷେପ ତାଙ୍କର ମାତାପିତାଙ୍କ ଆଭିମୁଖ୍ୟ ସମ୍ପର୍କରେ ପ୍ରଶ୍ନବାଚୀ ଉଠାଉଛି। ମିଛ କହିଲେ କେଉଁ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ, ତାହା ବାସ୍ତବରେ ଯେତେବେଳେ ବାଘ ଆସିଲା ସେତେବେଳେ ରାଧୁଆ ସହିତ ଆମେ ସମସ୍ତେ ବୁଝିଥିଲୁ। ଅଳ୍ପ ମିଛ କହିଲେ ମଧ୍ୟ କ୍ଷତିର ପରିମାଣ ବୁଝିବା କଷ୍ଟକର ହୋଇପଡ଼େ। ଓଡ଼ିଆରେ କଥା ଅଛି ‘ଲାଉ ଚୋର, କଖାରୁ ଚୋର, ଆସ୍ତେ ଆସ୍ତେ ବଡ଼ ଚୋର’। ପୁନମ୍‌ଙ୍କ ଭଳି ଆଜି ମିଛ କହିଥିବା ବ୍ୟକ୍ତି ବୁଝିବା ଦରକାର ଯେ ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ। ହୁଏତ ତାଙ୍କର ଯେତେବେଳେ ବାସ୍ତବ ମୃତ୍ୟୁ ଘଟିବ, ସେତେବେଳେ ସାଧାରଣ ନାଗରିକ ହସିଦେଇ ତାଙ୍କୁ ପାସୋରି ଯିବେ। ମିଛ କହିଥିଲେ ତାହାକୁ ବଞ୍ଚାଇ ରଖିବା ପାଇଁ ଆହୁରି ମିଛ କହିବାକୁ ପଡ଼େ। ପ୍ରାୟ ସବୁ ସମୟରେ ପୂର୍ବରୁ କୁହାଯାଇଥିବା ମିଛ ମନେପଡ଼େ ନାହିଁ। ଅପରପକ୍ଷରେ ସତ କହିଥିଲେ ତାହା ଦୀର୍ଘ ବର୍ଷ ପରେ ମଧ୍ୟ ମନେ ରହିଥାଏ। ଦେଖିବାକୁ ଗଲେ ସତ କହିଥିଲେ ଜୀବନକୁ ସୁବିଧାରେ ବିତାଇ ହେବ।
ସୋସିଆଲ ମିଡିଆ ବ୍ୟବହାରକାରୀ ପୁନମ୍‌ଙ୍କ ଏଭଳି କାର୍ଯ୍ୟକୁ ‘ଅତି ନିକୃଷ୍ଟ ପବ୍ଲିସିଟି ଷ୍ଟଣ୍ଟ୍‌’ ବୋଲି କହିଛନ୍ତି। କେବଳ ଏହି ଘଟଣା ନୁହେଁ, ଅତୀତରେ ସେ ଲୋକପ୍ରିୟତା ପାଇବା ପାଇଁ ଅନେକ ନିଷ୍ପତ୍ତି ନେଇ ସାଧାରଣ ଲୋକଙ୍କୁ ଦୁଃଖୀ କରାଇ ଦେଇଛନ୍ତି। ୨୦୧୧ରେ ବିଶ୍ୱକପ୍‌ କ୍ରିକେଟରେ ଭାରତ ଜିତିଲେ ସେ ଉଲଗ୍ନ ହୋଇ ଟିମ୍‌କୁ ସ୍ବାଗତ ଜଣାଇବେ ବୋଲି ଭିଡିଓ ବାର୍ତ୍ତା ଦେଇ ଚର୍ଚ୍ଚାକୁ ଆସିଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ କ୍ରିକେଟ ଜିତିଥିଲେ ମଧ୍ୟ ସେ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ନ ଥିଲେ।
ଏବେ ଯେତେବେଳେ ପୁନମ୍‌ଙ୍କ ମୃତ୍ୟୁ ଖବର ଜଣାପଡ଼ିଲା, ସେତେବେଳେ ଯେଉଁ ଟିଟ୍‌କାରୀ ଓ ବିରୋଧ ସୃଷ୍ଟି ହୋଇଛି ସେଥିରୁ ବର୍ତ୍ତିବା ପାଇଁ ପୁନମ୍‌ ଅନ୍ୟ ଏକ ମିଥ୍ୟା କହିଲା ଭଳି ମନେ ହେଉଛି। ସେହି ଇନ୍‌ଷ୍ଟାଗ୍ରାମ୍‌ରେ ପୁନମ କହିଛନ୍ତି ଯେ, ସର୍ଭିକାଲ କ୍ୟାନ୍ସର ଏକ ଏଭଳି ରୋଗ ଯାହାକି ବିନା ଶବ୍ଦରେ ପ୍ରାଣ ନେଇଯାଇଥାଏ ଏବଂ ତାହା ଉପରେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ମିଥ୍ୟା କାହାଣୀ ରଚିଥିଲେ। ପୁନମ୍‌ଙ୍କ ଜୀବନ ଓ କ୍ୟାରିୟରରେ ସଫଳତା ମିଳିପାରି ନ ଥିବା ବିଷୟ ଅଧିକାଂଶ ଜାଣିଛନ୍ତି। ହୁଏତ ସେଥିପାଇଁ ତାଙ୍କ ଜୀବନରେ ଏକ ହତାଶାଭାବ ସୃଷ୍ଟି ହୋଇଛି, ଯେଉଁଥିପାଇଁ, ମଝିରେ ମଝିରେ ପୁନମ୍‌ ଏଭଳି ଡାହା ଅସତ୍ୟର ଆଶ୍ରୟ ନେଇ ଲୋକଲୋଚନକୁ ଆସିବାକୁ ଚେଷ୍ଟା କରୁଛନ୍ତି। ମିଥ୍ୟାର ଆଶ୍ରୟ ନେଇ ଷ୍ଟାର ହେବା ଅସମ୍ଭବ। ସମସ୍ତେ ଅମିତାଭ ବଚ୍ଚନ ହୋଇପାରନ୍ତି ନାହିଁ। ପୁନମ୍‌ଙ୍କ ଏହି ମିଥ୍ୟାର ଆଶ୍ରୟ ନେବା ତାଙ୍କ ପାଇଁ ଆଜୀବନ ଏକ କଳଙ୍କ ଭାବେ ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri