ଆମ ଶିକ୍ଷା ସଂସ୍କାର

ହରିଶଙ୍କର ମିଶ୍ର

ଆମ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ୩ୟ ଶ୍ରେଣୀର ଛାତ୍ର ୩କ ପଣିକିଆ କହି ନ ପାରିବା, ଶିକ୍ଷକମାନେ ବିଳମ୍ବରେ ସ୍କୁଲ ଆସିବାର ପ୍ରତ୍ୟକ୍ଷ ପ୍ରମାଣ ପାଇଛନ୍ତି। କିନ୍ତୁ ସରକାରୀ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୮୦% ୭ମ ଶ୍ରେଣୀର ପାଠ ଜାଣିନଥିବା ଏବଂ ସେମାନଙ୍କୁ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଗୋଟିଏ ଲହରରେ ୨୫କ ପର୍ଯ୍ୟନ୍ତ ପଣିକିଆ କହିବା, ବା ନିର୍ଭୁଲ ଓଡ଼ିଆ, ଇଂରାଜୀ ବାକ୍ୟ ଲେଖିବାରେ ଯେ ଅସମର୍ଥ ତାହା ମନ୍ତ୍ରୀ ବାରମ୍ବାର କ୍ଷେତ୍ର ପରିଦର୍ଶନ କଲେ ନିଶ୍ଚିତ ଜାଣିପାରିବେ। କୋଟି କୋଟି ଟଙ୍କା ବ୍ୟୟରେ ସ୍କୁଲ ଘରର ନବକଳେବର କରାଗଲେ ବି ସଠିକ୍‌ ଶିକ୍ଷାଦାନ ନ ହେଲେ ସରକାରଙ୍କର ଶିକ୍ଷାନୀତି ବିପର୍ଯ୍ୟସ୍ତ ହେବ ଏବଂ ଘରୋଇ ସ୍କୁଲ ସଂଖ୍ୟା ବଢ଼ିଚାଲିବ। ଛାତ୍ରୀଛାତ୍ର ଅଭାବରୁ ଆହୁରି ଶତାଧିକ ସରକାରୀ ସ୍କୁଲ ବନ୍ଦ ହେବ। ଏହା ସତ୍ୟ ଯେ, ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଏବଂ ଶିକ୍ଷକମାନେ ମଧ୍ୟ ନିଜର ଓ ନିଜ ସ୍କୁଲର ଶିକ୍ଷାଦାନ ଉପରେ ଭରସା କରିନପାରି ସେମାନଙ୍କ ଝିଅ ପୁଅଙ୍କୁ ଘରୋଇ ସ୍କୁଲରେ ପଢ଼ାଉଛନ୍ତି। ଯେଉଁ ଅଣଆନୁଷ୍ଠାନିକ ଶିକ୍ଷକଙ୍କୁ ସଂକ୍ଷିପ୍ତ ତାଲିମ ଦିଆଯାଇ ଗଣଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ସେମାନଙ୍କଠାରୁ ଶୈକ୍ଷିକ ଦକ୍ଷତା ଆଶା କରିବା ବୃଥା। ଶୈକ୍ଷିକ ତାଲିମ ପରୀକ୍ଷା ମଧ୍ୟ କପିମୁକ୍ତ ନୁହେଁ। ଶିକ୍ଷକ ନିଯୁକ୍ତିରେ ଦକ୍ଷତା ଏକମାତ୍ର ମାନଦଣ୍ଡ ହେବା ଉଚିତ। ଛାତ୍ରୀଛାତ୍ରଙ୍କୁ ମାଗଣା ବହି, ପୋଷାକ, ମଧ୍ୟାହ୍ନଭୋଜନ, ଜୋତା ବଣ୍ଟନ ଦିନରୁ ଗୁଣାତ୍ମକ ଶିକ୍ଷାର ଅବକ୍ଷୟ ହୋଇଥିବା କେହି ବି ଅସ୍ବୀକାର କରିପାରିବେନି। ଦୁଇ ଦଶନ୍ଧି ପୂର୍ବ ପର୍ଯ୍ୟନ୍ତ ”ଛାଟ ବାଜିଲେ ପାଠ ହୁଏ“ ମାନସିକତାରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷକଙ୍କ ଦଣ୍ଡ ଉପରେ କୌଣସି ଅଭିବାବକ ଆପତ୍ତି କରୁନଥିଲେ। ଶିଶୁ ସୁରକ୍ଷା ନାମରେ ପ୍ରତ୍ୟେକ ସ୍କୁଲ ସାମ୍ନାରେ ଦଣ୍ଡମୁକ୍ତ ଅଞ୍ଚଳ ଏବଂ ଅଭିଯୋଗ ପାଇଁ ନିଃଶୁଳ୍କ ଦୂରଭାଷ ନମ୍ବର ଲେଖିବା ମଧ୍ୟ ଗୁଣାତ୍ମକ ଶିକ୍ଷା ପାଇଁ ବାଧକ ସାଜିଛି। ଏହାକୁ କିଛି ବ୍ୟକ୍ତି ବ୍ୟକ୍ତିଗତ ଆକ୍ରୋଶ ପାଇଁ ବ୍ୟବହାର କରୁଥିବା ବେଳେ ଛାତ୍ରୀଛାତ୍ରଙ୍କ ତ୍ରୁଟି ସୁଧାରିବା ପାଇଁ କୋଣସି ଶିକ୍ଷୟିତ୍ରୀ ଶିକ୍ଷକ ସାମାନ୍ୟ ଆକଟ ପାଇଁ ପଶ୍ଚାତ୍‌ପଦ ହେଉଛନ୍ତି। ଦେଶ ସ୍ବାଧୀନ ହେବା ବହୁ ପୂର୍ବରୁ ଏବଂ ସ୍ବାଧୀନତା ପରେ କିଛି ବର୍ଷ ପର୍ଯ୍ୟନ୍ତ ଗ୍ରାମଗୁଡ଼ିକରେ ଚାଟଶାଳୀ ଶିକ୍ଷା ବ୍ୟବସ୍ଥା ଥିଲା। ମାସିକ କିଛି ଚାଉଳ ଓ ପନିପରିବା ବିନିମୟରେ ଅବଧାନମାନେ ଗାଁ କୋଠଘରେ ପ୍ରାଥମିକ ଶିକ୍ଷାଦାନ କରୁଥିଲେ। ଚାଟଶାଳୀରେ ସେତେବେଳେ ଶୂନତେ ଅର୍ଥାତ୍‌ ପ୍ରଥମେ ଚାଟଶାଳୀ ଆସିଥିବା ଚାଟ ହାତରେ ଅବଧାନମାନେ ବେତକୁ ଛୁଆଁଇ ଦେଉଥିଲେ। ପଛରେ ଆସୁଥିବା ଚାଟଙ୍କ ପାଇଁ କ୍ରମାନ୍ବୟରେ ମୃଦୁ ବେତ୍ରାଘାତ ସଂଖ୍ୟା ବଢ଼ୁଥିଲା। ଶୂନତେ ପାଇଁ ଚାଟଙ୍କ ମଧ୍ୟରେ ପ୍ରତିଯୋଗିତା ସେମାନଙ୍କୁ ବେଶ ସମୟାନୁବର୍ତ୍ତୀ କରୁଥିଲା। ବର୍ତ୍ତମାନ ପରି ସେତେବେଳେ କୌଣସି କମିଶନ କାର୍ଯ୍ୟକ୍ଷମ ନ ଥିଲା।
ଏବେ ମୂଳ ପ୍ରସଙ୍ଗକୁ ଆସିବା। ରାମିଆ ଭଣ୍ଡାରି ଉପାଖ୍ୟାନକୁ ଦେଖିବା। ରାମିଆ ଥିଲା ରାଜାଙ୍କର ବିଶ୍ୱସ୍ତ ଭୃତ୍ୟ। ବୟସାଧିକ ସତ୍ତ୍ୱେ ସେବାରେ ହେଳା କରୁନଥିଲା। ଦିନେ ରାଜା ନିଜ ତରଫରୁ ରାମିଆକୁ ସେବାରୁ ଅବ୍ୟାହତି ଦେଲେ ଓ ତା’ର ଦୀର୍ଘଦିନର ନିରନ୍ତର ସେବାରେ ସନ୍ତୁଷ୍ଟ ଥିବାରୁ କିଛି ପୁରସ୍କାର ମାଗିବାକୁ କହିଲେ। ରାମିଆ ରାଜସେବାକୁ ପ୍ରାଧାନ୍ୟ ଦେଇ ନିଜର ଓ ପିଲାଛୁଆଙ୍କ ଭବିଷ୍ୟତକୁ ଅଣଦେଖା କରିଥିଲା। ସେ ବିନମ୍ର ଭାବରେ ବର୍ଷରେ ଗୋଟିଏ ଦିନ ରାଜା ତାହାର ଅତିଥି ହେବାକୁ ଅନୁରୋଧ କରିବାରେ ରାଜା ତାହାର ଅର୍ଥ ବୁଝି ସମ୍ମତି ପ୍ରକାଶ କଲେ। ଫଳରେ ରାମିଆ ଗଁାକୁ ରାସ୍ତା ଓ ଆନୁଷଙ୍ଗିକ ସୁବିଧା ସହ ତା’ ଘରକୁ ରାଜାଙ୍କ ଚଳଣିତୁଲ୍ୟ କରିଦେଲେ। ଅଞ୍ଚଳରେ ରାମିଆର ସୁଖ୍ୟାତି ବି ବଢ଼ିଗଲା।
ଏଇ ଉପାଖ୍ୟାନ ମୂଳରେ ଯେଉଁ ବାର୍ତ୍ତା ରହିଛି, ତାହା ହେଉଛି ଆମ ରାଜ୍ୟର ପ୍ରତ୍ୟେକ ବର୍ଗର ସରକାରୀ, ସରକାରୀ ନିୟନ୍ତ୍ରଣାଧୀନ, ଚୁକ୍ତିଭିତ୍ତିକ କର୍ମଚାରୀ ଓ ସରକାରଙ୍କଠାରୁ ସହାୟତା, ଲାଭ ପାଉଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ଏବଂ ସର୍ବନିମ୍ନଠାରୁ ସର୍ବୋଚ୍ଚ ପଦବୀରେ ଥିବା ଜନପ୍ରତିନିଧିଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢ଼ିବାକୁ ବାଧ୍ୟତାମୂଳକ କରାଯାଉ। ସେମାନେ ନିଜ ଝିଅ ପୁଅଙ୍କର ପାଠ୍ୟୋନ୍ନତି ଏବଂ ଶୈକ୍ଷିକ ବାତାବରଣ ଅନୁଧ୍ୟାନ କରିବାକୁ ନିୟମିତ ସ୍କୁଲକୁ ଯିବା ଦ୍ବାରା ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ଉପରେ ସରକାର ଓ ରାଜନେତାଙ୍କ ପରୋକ୍ଷ କର୍ତ୍ତୃତ୍ୱ ରହିବ। ସେମାନେ ପ୍ରତ୍ୟେକ ସ୍କୁଲର ବାସ୍ତବ ସ୍ଥିତି ସହ ତତ୍କାଳ ଓ ଭବିଷ୍ୟତ ଆବଶ୍ୟକତା ଅନୁଭବ କରିପାରିବେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବର୍ଗର ଅଭିଭାବକଙ୍କ ଦ୍ୱାରା ପ୍ରତି ମାସରେ ପ୍ରତ୍ୟେକ ସ୍କୁଲର ଶୈକ୍ଷିକ ପରିବେଶ ଓ ପାରିପାଶର୍‌ବିକ ବାତାବରଣର ତର୍ଜମା ଏବଂ ସ୍ବତନ୍ତ୍ର ଜିଲାସ୍ତରୀୟ କମିଟି ଗଠନ କରାଯାଇ ନିରାକରଣକୁ ନିଶ୍ଚିତ କରାଇଲେ ତାହା ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କରିବ ଏବଂ କ୍ରମଶଃ ଶିକ୍ଷା ବ୍ୟବସ୍ଥାରେ ନିଶ୍ଚିତ ପରିବର୍ତ୍ତନ ହୋଇଯିବ। ସେମାନଙ୍କ ଦ୍ୱାରା ନିୟମିତ ସ୍କୁଲ ଶିକ୍ଷକଙ୍କଠାରୁ ଜିଲା ଶିକ୍ଷାଧିକାରୀଙ୍କ ଦକ୍ଷତା ଓ ପ୍ରତିବଦ୍ଧତାର ତର୍ଜମା କଲେ ଅପାରଗ ଶିକ୍ଷୟିତ୍ରୀ ଓ ଶିକ୍ଷକ ନିଜକୁ ସଂଶୋଧନ କରିବେ ବା ଆତ୍ମଗୋପନ କରିବେ। ସରକାର ଶୂନ୍ୟ ସହନଶୀଳତା ନୀତିରେ ଅପାରଗ ଶିକ୍ଷକ ଓ ଅଧିକାରୀଙ୍କୁ ସ୍ବତନ୍ତ୍ର ନିୟମ ପ୍ରଣୟନ କରି ଚାକିରିରୁ ବହିଷ୍କାର କରିବାକୁ ସୁଯୋଗ ପାଇବେ। ଶିକ୍ଷା ବ୍ୟବସ୍ଥା ରାଜ୍ୟର ଭବିଷ୍ୟତ ପାଇଁ ମୂଳଦୁଆ। ତାହା ଦୁର୍ବଳ ହେଲେ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ବାଧକ ହେବା ନିଶ୍ଚିତ। ଏବେ ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ତାହା ସରକାରଙ୍କର ବିଭିନ୍ନ ଯୋଜନା ପରି ଛାତ୍ର କଲ୍ୟାଣ ଯୋଜନା ଭଳି ଜଣାଯାଏ। ରାଜ୍ୟର ସାମଗ୍ରିକ ଓ ଭବିଷ୍ୟତ ବିକାଶ ପାଇଁ କୌଣସି କଠୋର ପଦକ୍ଷେପ ସାମୟିକ ପ୍ରତିକ୍ରିୟା ସୃଷ୍ଟି କରିପାରେ। ମାତ୍ର ଇତିହାସରେ ତାହା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ।
ଗୁଣ୍ଡିଚା ବିହାର, ପୁରୀ-୨
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri