ସବୁ ମୂଳରେ ସଂସ୍କାର

ଶିଶୁର ମା’ ଓ ବାପା ଦୁହେଁ ପ୍ରଥମ ଶିକ୍ଷକ ବା ଗୁରୁ। ୮/୯ ମାସର ବ୍ୟବଧାନ ପରେ ଶିଶୁଟିକୁ ସଂସ୍କାର ସମ୍ବନ୍ଧରେ ଶିକ୍ଷା ଦିଆଯିବା ଉଚିତ। ସାଧାରଣତଃ ଦେଖାଯାଏ, ପିତାମାତା ଶିଶୁର ସଂସ୍କାର ନ ଦେଖି ଶିଶୁର ଖାଇବା, ଖେଳିବା ଓ ପାଠପଢ଼ିବାକୁ ଉତ୍ସାହ ସୃଷ୍ଟି କରିବାରେ ଆଗଭର ହୋଇପଡ଼ନ୍ତି। ମାତ୍ର ତାହା ଠିକ୍‌ ନୁହେଁ, ମୂଳରୁ ଶିଶୁଟିର କେଉଁ କାର୍ଯ୍ୟକଳାପ ପ୍ରତି ଧ୍ୟାନଦେବା ଦରକାର ବାପା ମାଆ ତାହା ଚିହ୍ନଟ କରିବା ଉଚିତ। ଫଳରେ ଶିଶୁଟି ବୁଦ୍ଧିମାନ୍‌, ଚରିତ୍ରବାନ୍‌ ଏବଂ ସୁନାଗରିକ ଭାବେ ଗଢ଼ି ଉଠିବ। ଆସନ୍ତୁ , ଶିଶୁଟିର ପରବର୍ତ୍ତୀ ଅବସ୍ଥା (ଅର୍ଥାତ୍‌ ୧ ବର୍ଷରୁ ୫ ବର୍ଷ) ବିଚାରକୁ ନେବା। ଏହି ସମୟରେ ଶିଶୁଟି ସର୍ବପ୍ରଥମେ ବାପାମାଆ ଛଡ଼ା ପରିବାର ଅନ୍ୟ ସଦସ୍ୟଙ୍କଠାରୁ ଶ୍ରଦ୍ଧା ପାଇବା ଉଚିତ। ଶିକ୍ଷା ଆହରଣ କରିବା ଆଗରୁ ସଂସ୍କାରର ଉପକାରିତା ସମ୍ବନ୍ଧରେ ଶିଶୁଟିକୁ ଜାଣିବା ଉଚିତ। ଏହା ଅସ୍ବୀକାର କରାଯାଇ ନ ପାରେ ଯେ, ଶିଶୁଟି ପରବର୍ତ୍ତୀ ଅବସ୍ଥାରେ ସାଙ୍ଗସାଥୀ କରିବାର ପ୍ରୟାସ କରିବା ଓ ସାଙ୍ଗ ସହ ମିଶିବାର ସଂସ୍କାର ଶିଖିବା ଉଚିତ। ଫଳରେ ପିଲା ପିଲାଙ୍କ ମଧ୍ୟରେ କଥା, ଭାବର ଆଦାନ ପ୍ରଦାନ ହୋଇପାରିବ ଓ ତତ୍‌ ସଙ୍ଗେ ସଙ୍ଗେ ଶିଶୁବନ୍ଧୁ ସାଙ୍ଗରେ ମିଶିବାର ସଂସ୍କାର ଶିଶୁଟି ପାଇଥାଏ। ଏ ପ୍ରକାର ସଂସ୍କାରଟି ଶିଶୁ ୫ ବର୍ଷରୁ ୯ ବର୍ଷ ଏବଂ ୯ ବର୍ଷରୁ ୧୨ ବର୍ଷ ପର୍ଯ୍ୟନ୍ତ ପ୍ରାପ୍ତ ହେବାର ସୁଯୋଗ ଥାଏ।
ଏଥର ଆସନ୍ତୁ, ମଣିଷର କିଶୋର ଅବସ୍ଥାରେ କିପରି ସଂସ୍କାରକୁ ଆହ୍ବାନ କରାଯାଇପାରିବ ସେ ବିଷୟରେ ଆଲୋଚନା କରିବା। ସାଧାରଣତଃ ପ୍ରାକ୍‌ କିଶୋରରୁ କୈଶୋର ଅବସ୍ଥା ୧୩ ବର୍ଷରୁ ୨୦ ବର୍ଷ ଭିତରେ ମଣିଷ ଜୀବନରେ ଅତିକ୍ରମ କରିଥାଏ। ଏଇ ସମୟରେ କିଶୋର ପିଲାଟି ବେସଂସ୍କାରୀ ହେବାର ବାଟ ବେଶି ଥାଏ। ଚରିତ୍ର, ଶୃଙ୍ଖଳା ଜ୍ଞାନ ପ୍ରାପ୍ତି, ସହିଷ୍ଣୁତାର ପରାକାଷ୍ଠା, ଧୈର୍ଯ୍ୟ ଧାରଣ ଶକ୍ତି ସହଭାଗିତା ଇତ୍ୟାଦି ଏଇ କିଶୋର ଅବସ୍ଥାରେ ସଂସ୍କାର ଲଭିବାର ମୁଖ୍ୟାଂଶ ହେବା ଉଚିତ। ଏତଦ୍‌ବ୍ୟତୀତ ସାଧୁତା, ସରଳତା, ସମୟାନୁବର୍ତ୍ତିତା, ସହନଶୀଳତା ଏବଂ ସୃଜନଶୀଳତା ଇତ୍ୟାଦି ନୈତିକ ଶିକ୍ଷା ସଂସ୍କାର ମାଧ୍ୟମରେ ବାପା ଓ ମାଆ ହୁଅନ୍ତୁ ବା ଶିକ୍ଷକ ଗୁରୁଦେବ ହୁଅନ୍ତୁ, ଯାହା ପାଖରୁ ହେଲେ କିଶୋର ପିଲାଟି ପ୍ରଥମେ ଶିକ୍ଷା ଲାଭ କରିବା ଉଚିତ। କିଶୋରଟି ଏସବୁ ଗୁଣର ଅଧିକାରୀ ନ ହୋଇ ଖାଲି ପାଠ୍ୟ ପୁସ୍ତକ ପଢ଼ି ଭଲ ଗ୍ରେଡ୍‌ ରଖିବାର ଉଦ୍ଦେଶ୍ୟ ରଖିଲେ ଜୀବନରେ ସଫଳତା ପାଇପାରିବ ନାହିଁ।
ପାଠକେ, ବର୍ତ୍ତମାନ ଟିକେ ମଣିଷର ଯୁବା ଓ ପ୍ରୌଢ଼ ଅବସ୍ଥାକୁ ଆସିବା। ଯୁବା ଅବସ୍ଥାରେ ମଣିଷ ପ୍ରାଧାନତଃ କର୍ମନିଯୁକ୍ତି ଏକ ଦାମ୍ପତ୍ୟ ଜୀବନର ଉପଭୋଗ, ପରିବାର ଦେଖାଶୁଣା, ପାରିବାରିକ ଓ ସାମାଜିକ ସମ୍ପର୍କ, କାର୍ଯ୍ୟରେ ନିପୁଣତା, ସାଧତା, ସଚ୍ଚୋଟତା, ପରୋପକାରିତା ଇତ୍ୟାଦି ସଂସ୍କାରଭିତ୍ତିକ ଗୁଣ ସମୂହର ହକ୍‌ଦାର ହେବା ଉଚିତ। ନତୁବା ଖାଲି ଅସତ୍‌ ଉପାୟରେ ଅର୍ଥ ଉପାର୍ଜନ କରି ପରିବାର ଭରଣପୋଷଣ କରିବାର ଲକ୍ଷ୍ୟ ରହିବା ଏବଂ ଯୁବା ବା ପ୍ରୌଢ଼ ଲୋକର କର୍ତ୍ତବ୍ୟ ନୁହେଁ। ଏପରି କରିଚାଲିଲେ ଯୁବାଲୋକଟି ଅସଫଳତାର ପାହାଚରେ ଗୋଡ଼ଦେବା ଆରମ୍ଭ କରିଦିଏ। ଯୁବକ ସକାରାମତ୍କ ଢଙ୍ଗରେ ତା’ର ପରିବାର, ତତ୍‌ ସଙ୍ଗେ ସଙ୍ଗେ ସମାଜର ମଙ୍ଗଳ କାମନା କରିବା ଦ୍ୱାରା ଏକ ଉନ୍ନତି ପଥର ସ୍ବୀକୃତି ମିଳିଥାଏ। ଯୁବା ବା ପ୍ରୌଢ଼ ଉପରୋକ୍ତ ସଂସ୍କାର ଓ ସତ୍‌କର୍ମ ଭିତ୍ତିରେ ନ ଚାଲି ଖାଲି ନକାରାମତ୍କ ଗୁଣର ଅଧିକାରୀ ହୋଇ ଜୀବନ ଉପଭୋଗ କଲେ, ମଣିଷ ଯେକୌଣସି କ୍ଷେତ୍ରରେ ସଫଳ ହୋଇପାରିବ ନାହିଁ।
ବୃଦ୍ଧାବସ୍ଥାରେ ମଣିଷ ଅଯର୍ଥାଥ ଚିନ୍ତାରେ ମଜ୍ଜିରୁହନ୍ତି। ଯଥା – ପୁଅ ପାଠପଢ଼ାରେ ସଫଳ ହୋଇପାରିଲା ନାହିଁ। ପକ୍କାଘର ଖଣ୍ଡେ କରିପାରିଲିନାହିଁ ବା ଝିଅ ଭଲ ଘରେ ବାହାହୋଇ ପାରିଲା ନାହିଁ ଇତ୍ୟାଦି। ବୃଦ୍ଧାବସ୍ଥାରେ ଚାଲିଚଳନରେ ପ୍ରଥମେ ସଂସ୍କାର ଲୋଡ଼ା। ଉତ୍ତମ ଶିକ୍ଷା ଓ ଅର୍ଥର ପ୍ରାଚୁର୍ଯ୍ୟରେ ଉକ୍ତ ପ୍ରକାର ସକାରାମତ୍କ ସଂସ୍କାର ନ ଥାଏ। ତେଣୁ ପ୍ରତ୍ୟେକ ବୃଦ୍ଧବ୍ୟକ୍ତି ଅଯଥା ଚିନ୍ତା ନ କରି ଈଶ୍ୱର ଚିନ୍ତନ, ପୂଜନରେ ନିଜକୁ ନିୟୋଜିତ କରିନେବା ଉଚିତ। ସଂସ୍କାରିତ ବୃଦ୍ଧଲୋକଟି ଆମତ୍ିକ ଶାନ୍ତି ଓ ଶାଶ୍ୱତ ଭାବନା ମାଧ୍ୟମରେ ନିଜକୁ ପରମାମତ୍ାଙ୍କ ପାଖରେ ସମର୍ପିଥାଏ। ଶେଷରେ ଶିକ୍ଷା, ଦୀକ୍ଷା, ଅର୍ଥ ଉପାର୍ଜନ, ଖ୍ୟାତି, ପ୍ରଶଂସା ସବୁକୁ ପଛରେ ପକାଇ ପ୍ରତ୍ୟେକ ସ୍ତରରେ ସଂସ୍କାରକୁ ପ୍ରଥମେ ଆପଣେଇବା ଏବଂ ଏକ ସୁସ୍ଥ, ସରଳ ଜୀବନ ଯାପନ କରିବାର ପ୍ରୟାସ ଜାରି ରଖିବା ଉଚିତ।

ଯଚିଦାନନ୍ଦ ଦାଶ
ମୋ: ୭୦୦୮୬୫୦୬୯୩


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri