ଚିକିତ୍ସା ପରିବର୍ତ୍ତେ ରୋଗୀଙ୍କୁ ରେଫର

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ରହିଛି। ସେଥିପାଇଁ ଜିଲାର ବିଭିନ୍ନ ପ୍ରାଥମିକ, ଗୋଷ୍ଠୀ ଓ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ରୋଗୀଙ୍କୁ ଏଠାକୁ ପଠାଯାଉଛି। ଏପରି କି ପଡ଼ୋଶୀ ଜିଲାଗୁଡ଼ିକରୁ ମଧ୍ୟ ବହୁ ରୋଗୀ ଅନୁଗୋଳ ମେଡିକାଲ ଆସୁଛନ୍ତି। କିନ୍ତୁ ଅନେକ ସମୟରେ ସାମାନ୍ୟ ଗୁରୁତର ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରା ନ ଯାଇ ଅନ୍ୟତ୍ର ରେଫର କରିଦିଆଯାଉଛି। ପ୍ରତିବର୍ଷ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରାଯାଉଥିବାରୁ ରେଫର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା କଥା। ହେଲେ ବର୍ଷକୁ ବର୍ଷ ଏହା ବଢ଼ି ଚାଲିଥିବାରୁ ଜିଲା ସ୍ବାସ୍ଥ୍ୟସେବାକୁ ନେଇ ରୋଗୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପଛରେ ଘରୋଇ ନର୍ସିଂହୋମ ପ୍ରୀତି ରହିଥିବା ସାଧାରଣରେ ଆଲୋଚନା ହେଉଛି।
ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଅନୁଗୋଳ ଜିଲାରେ ୩ଟି ଉପଖଣ୍ଡ, ୯ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୩୧ଟି ପ୍ରାଥମିକ ଚିକିତ୍ସାଳୟ ରହିଛି। ଦୈନିକ ସହସ୍ରାଧିକ ରୋଗୀ ଚିକିତ୍ସାସେବା ପାଇଁ ଏଠାକୁ ଆସିଥାନ୍ତି। ଏହାଛଡ଼ା ଢେଙ୍କାନାଳ, ଦେବଗଡ଼, ବୌଦ୍ଧ ଓ ସମ୍ବଲପୁର ସୀମାନ୍ତ ଅଞ୍ଚଳରୁ ରୋଗୀମାନେ ମଧ୍ୟ ଅନୁଗୋଳ ଜିଲାର ଚିକିତ୍ସାଳୟଗୁଡ଼ିକ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ମେଡିକାଲ ରେକର୍ଡ କହୁଛି, ୨୦୧୮-୧୯ ବର୍ଷରେ ଜିଲାର ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ୧୩ ଲକ୍ଷ ୬୧ ହଜାର ୬୨ ରୋଗୀ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୮୫ ହଜାର ୩୮୪ ଜଣ ଅନ୍ତଃବିଭାଗରେ ଚିକିତ୍ସିତ ହୋଇଛନ୍ତି। ୧୩୯୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ୧୬୦୦ ରୋଗୀ ଅନ୍ୟତ୍ର ରେଫର ହୋଇଛନ୍ତି। ୨୦୧୯-୨୦ ବର୍ଷରେ ୧୪ ଲକ୍ଷ ୫୧ ହଜାର ୪୦୯ ଜଣ ରୋଗୀ ଅସିଥିବାବେଳେ ୯୬ ହଜାର ୩୨୪ ଜଣ ଅନ୍ତଃବିଭାଗରେ ଚିକିତ୍ସିତ ହୋଇଛନ୍ତି। ୧୩୧୬ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ୧୯୯୧ ରୋଗୀଙ୍କୁ ରେଫର କରାଯାଇଛି। ୨୦୨୦-୨୧ ବର୍ଷରେ ୧୦ ଲକ୍ଷ ୪୯ ହଜାର ୪୧୯ ରୋଗୀ ଆସିଥିବାବେଳେ ୬୩ ହଜାର ୧୮୪ ଜଣ ଅନ୍ତଃବିଭାଗରେ ଚିକିତ୍ସିତ ହୋଇଛନ୍ତି। ୧୬୬୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସର୍ବାଧିକ ୨୧୨୭ ରୋଗୀ ଅନ୍ୟତ୍ର ରେଫର ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟର ଆଧୁନିକୀକରଣ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବିଭିନ୍ନ ବିଭାଗରେ ଡାକ୍ତର, ବିଶେଷଜ୍ଞ ପଦ ପୂରଣ କରାଯାଉ ନ ଥିବାରୁ ଏହାର ଫାଇଦା ଉଠାଇ କେତେଜଣ ଡାକ୍ତର ସାମାନ୍ୟ ଗୁରୁତରଙ୍କୁ ଅନ୍ୟତ୍ର ରେଫର କରିଦେଉଥିବା ଅଭିଯୋଗ ହେଉଛି।

ଘରୋଇ ଚିକିତ୍ସାଳୟ ସହ ଗୁପ୍ତ ବୁଝାମଣା
ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ସମସ୍ତ ଚିକିତ୍ସା ସେବା ମିଳୁଥିବା ସରକାର କହୁଛନ୍ତି। ହେଲେ ରୋଗୀମାନେ ସେହି ସୁବିଧା ନ ନେଇ ଘରୋଇ ନର୍ସିଂହୋମକୁ ଯାଇ ଶୋଷଣର ଶିକାର ହେଉଛନ୍ତି। ଘରୋଇ ମେଡିକାଲ ସହ ଗୁପ୍ତ ବୁଝାମଣା କରାଯାଇ ସେଠାକୁ ରୋଗୀଙ୍କୁ ରେଫର କରାଯାଉଛି।
-ଉପନ୍ଦ୍ରେ ଶର୍ମା, ସିଟୁ ଜିଲା ସାଧାରଣ ସମ୍ପାଦକ

ଚିକିତ୍ସାରେ ଅବହେଳା କରାଯାଉଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। କିନ୍ତୁ ରୋଗୀସେବାରେ ଅବହେଳା କରାଯାଉଛି। ଖାଲି ପଡ଼ିଥିବା ଡାକ୍ତରୀ ପଦବୀ ଏହାର ଅନ୍ୟତମ କାରଣ। ଏ ଦିଗରେ ଦୃଷ୍ଟି ଦିଆଗଲେ ରୋଗୀମାନେ ଅସୁବିଧା କି ଶୋଷଣର ଶିକାର ହୁଅନ୍ତେ ନାହିଁ।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ,
ରୋଗୀ କଲ୍ୟାଣ ସମିତି

ପ୍ରକୃତ ଦଲାଲଙ୍କୁ ଧରାଯିବା ଦରକାର
ଜିଲାରେ ଥିବା ଚିକିତ୍ସାଳୟରେ ରୋଗୀଙ୍କୁ ଉତ୍ତମ ସେବା ମିଳୁନାହିଁ। ରୋଗୀଙ୍କୁ କେହି ସାହାଯ୍ୟ କଲେ ଏଠି ଦଲାଲ୍‌ ସଜାଇ ଦିଆଯାଉଛି। କିନ୍ତୁ ପ୍ରକୃତ ଦଲାଲ୍‌ମାନଙ୍କୁ ଧରାଯାଉ ନାହିଁ। ଚିକିତ୍ସାରେ ଏପରି ଅବହେଳା ଜାରି ରହିଲେ ବାର ଆସୋସିଏଶନ୍‌ ପକ୍ଷରୁ ଆନ୍ଦୋଳନ କରାଯିବ।
-ସୋମନାଥ ରାଉତ, ଅନୁଗୋଳ ବାର ଆସୋସିଏଶନ ସାଧାରଣ ସମ୍ପାଦକ

ଉନ୍ନତ ସେବା ପାଇଁ ଉଦ୍ୟମ ହେଉଛି
ନର୍ସିଂହୋମ୍‌କୁ କୌଣସି ରୋଗୀଙ୍କୁ ପଠାଯାଉ ନାହିଁ। ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ସର୍ବଦା ଉଦ୍ୟମ କରାଯାଉଛି। ରୋଗୀ ଯେପରି ବିନା ମୂଲ୍ୟରେ ଭଲ ଚିକିତ୍ସା ପାଇବେ ସେଥିପାଇଁ ବାରମ୍ବାର ସମୀକ୍ଷା ବୈଠକ ହେଉଛି। ଅଧିକ ରେଫର ସମ୍ପର୍କିତ ଅଭିଯୋଗର ତର୍ଜମା କରାଯିବ।
-ଡାକ୍ତର ଅଭୟ କୁମାର ଦାଶ,
ଜିଲା ମୁଖ୍ୟ ଚିକିତ୍ସାଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri