ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା ସ୍ବାଭାବିକ ହୋଇପାରି ନାହିଁ। ଜିଲାର ମଣ୍ଡିକୁ ବିକ୍ରି ପାଇଁ ଯେଉଁ ହାରରେ ଧାନ ଆସୁଛି, ସେହି ଅନୁପାତରେ ଧାନ କିଣାଯାଉ ନଥିବା ଅଭିଯୋଗ ହେଉଛି। ଫଳରେ ମଣ୍ଡି ଗୁଡ଼ିକରେ ବିକ୍ରି ଅପେକ୍ଷାରେ ପଡ଼ି ରହୁଥିବା ଧାନ ଦିନକୁ ଦିନ ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ, ଜିଲାର ଅନେକ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମଧ୍ୟ ପହଞ୍ଚି ପାରି ନାହିଁ। ଅନ୍ୟପଟେ ଏଥର କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୬୯ଟଙ୍କା ବୃଦ୍ଧି କରିଥିବାରୁ ଚାଷୀ ମହଲରେ ଖୁସି ପ୍ରକାଶ ପାଇଥିଲା। ମାତ୍ର ରାଜ୍ୟ ସରକାର ଧାନ କୁଇଣ୍ଟାଲ ବାବଦକୁ ଦେଉଥିବା ଇନପୁଟ୍‌ ଆସିଷ୍ଟାଣ୍ଟରୁ ୬୯ ଟଙ୍କା ହ୍ରାସ କରି ଦେଇଛନ୍ତି। ପୂର୍ବରୁ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ପାଉଥିଲେ। ମାତ୍ର ଏବେ ଚାଷୀଙ୍କୁ ଇନପୁଟ୍‌ ଆସିଷ୍ଟାଣ୍ଟ ବାବଦକୁ ଚାଷୀଙ୍କୁ ଧାନ କୁଇଣ୍ଟାଲ ବାବଦକୁ ୭୩୧ ଟଙ୍କା ପ୍ରଦାନ କରାଯାଉଛି। ଏହାକୁ ନେଇ ସରକାରଙ୍କ ବିରୋଧରେ ଚାଷୀମାନେ ବିଷୋଦଗାର କରିଥିବା ବେଳେ ଅସନ୍ତୋଷ ତେଜି ଉଠିଛି।
ଅନ୍ୟବର୍ଷ ତୁଳନାରେ ଏଥର ଧାନ କିଣାବିକାରେ ଚାଷୀମାନଙ୍କୁ ଅଧିକ ହଇରାଣ ହରକତ ହେବାକୁ ପଡିଛି। ଜିଲାରେ ପ୍ରଥମଥର ପାଇଁ ଅନ୍ୟବର୍ଷ ତୁଳନାରେ ପ୍ରାୟ ମାସେ ପରେ ଅର୍ଥାତ୍‌ ଗତମାସ ୨୮ତାରିଖ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ସହିତ ମଣ୍ଡି ଗୁଡ଼ିକ ଖୋଲିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁ ଜିଲାରେ ବିଭିନ୍ନ ମଣ୍ଡିରେ ଧାନ କିଣାବିକା ହୋଇ ପାରି ନାହିଁ। ଏଭଳି ସ୍ଥିତିକୁ ନେଇ ୩ଦିନ ତଳେ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଗୋଡ଼ତଳେ ଧାନବସ୍ତା ରଖି ମୁଣ୍ଡିଆ ମାରିବା ସହିତ ସମସ୍ୟା ସମାଧାନ ପାଇଁ ଆକୁଳ ନିବେଦନ କରିଥିଲେ।
ଏହାସତ୍ତ୍ୱେ ଜିଲାରେ ଧାନ କିଣାବିକା ସମସ୍ୟାରେ ସୁଧାର ଆସି ନାହିଁ। ଏବଂ ଆଗାମୀ ଫସଲ ପାଇଁ ଚାଷୀମାନେ ପ୍ରସ୍ତୁତ ମଧ୍ୟ ହୋଇ ପାରୁ ନାହାନ୍ତି। ଅନ୍ୟପଟେ ଧାନବିକ୍ରି ଦାବିରେ ସୋମବାର ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀମାନେ ଧାରଣା ଦେଇଥିବାବେଳେ ଅତାବିରା ବ୍ଲକ ପାହାଡ଼ଶ୍ରୀଗିଡ଼ାରେ ଚାଷୀମାନେ ତାଲା ମାରି ଧାନ ଉଠାଣରେ ମନ୍ଥରତାର ପ୍ରତିବାଦ କରିବା ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ଧାନଦରକୁ ନେଇ ଚାଷୀ ଅସନ୍ତୋଷ ଦ୍ୱିଗୁଣିତ ହେବାରେ ଲାଗିଛି। ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ନିର୍ବାଚନୀ ପ୍ରଚାର ସମୟରେ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଶାସନକୁ ଆସୁ ଆସୁ ରାଜ୍ୟର ଭାଜପା ସରକାର ତାହା ପ୍ରଦାନ ମଧ୍ୟ କରିଥିଲେ। ଏହାକୁ ନେଇ ଚାଷୀମାନେ ବେଶ୍‌ ଖୁସି ଥିବା ପରିଲକ୍ଷିତ ହୋଇଥିଲା।
କିନ୍ତୁ ଏବେ କେନ୍ଦ୍ର ସରକାର ଯେତେବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)କୁ କୁଇଣ୍ଟାଲ ପ୍ରତି ୨୩୦୦ରୁ ୨୩୬୯ ଟଙ୍କାକୁ ବୃଦ୍ଧି କରିଛନ୍ତି, ସେତେବେଳେ ରାଜ୍ୟ ସରକାର ଧାନର ଇନପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ କରିବା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ଏମ୍‌ଏସ୍‌ପି ୨୩୦୦ ଟଙ୍କା ଏବଂ ଇନପୁଟ୍‌ ଆସିଷ୍ଟାଣ୍ଟ ୮୦୦ ଟଙ୍କା ଭାବେ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ମୋଟ୍‌ ୩୧୦୦ ଟଙ୍କା ପାଉଥିଲେ। ତେବେ ଏଥର କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୬୯ ଟଙ୍କା ବୃଦ୍ଧି କରିଥିବାରୁ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପାଇବେ ବୋଲି ଆଶା କରିଥିଲେ। ମାତ୍ର ରାଜ୍ୟ ସରକାର ଇନପୁଟ୍‌ ଆସିଷ୍ଟାଣ୍ଟକୁ ୬୯ଟଙ୍କା ହ୍ରାସ କରି ଦେଇଥିବାରୁ ଚାଷୀଙ୍କ ଇନପୁଟ୍‌ ଆସିଷ୍ଟାଣ୍ଟ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କାରୁ ୭୩୧ ଟଙ୍କାକୁ ଖସି ଯାଇଛି ଏବଂ ଚାଷୀମାନଙ୍କୁ ନିରାଶ କରିଛି। ବରଗଡ଼ ଗୋବିନ୍ଦପାଲିର ଜଣେ ଚାଷୀ ସୁବଳ ପ୍ରଧାନ କହିଛନ୍ତି, କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି ୬୯ଟଙ୍କା ବୃଦ୍ଧି କରିଥିବାରୁ ସେ ଏଥର ଧାନ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପାଇବେ ବୋଲି ଆଶା ରଖିଥିଲେ। ମାତ୍ର ତାହା ହେଲାନି ଏବଂ ଧାନ କୁଇଣ୍ଟାଲ ପ୍ରତି(ଇନପୁଟ୍‌ ଆସିଷ୍ଟାଣ୍ଟ୍‌ ସହିତ) ପୂର୍ବବତ୍‌ ୩୧୦୦ ଟଙ୍କା ସେ ପାଇଥିବା କହିଛନ୍ତି। ତେବେ ଆଗରୁ ତାଙ୍କୁ ଧାନ କୁଇଣ୍ଟାଲ ବାବଦକୁ ୮୦୦ ଟଙ୍କା ଇନପୁଟ୍‌ ଆସିଷ୍ଟାଣ୍ଟ ମିଳୁଥିଲା, ମାତ୍ର ଏଥର ଧାନ କୁଇଣ୍ଟାଲ ପ୍ରତି ୭୩୧ ଟଙ୍କା ଏବଂ ଏମ୍‌ଏସପି ବାବଦକୁ ୨୩୬୯ ଟଙ୍କା ସେ ପାଇଥିବା ସୁବଳ କହିଛନ୍ତି। ସେହିପରି ଚାଷୀନେତା ଏକାଦଶିଆ ସାହୁ କହିଛନ୍ତି, ନିର୍ବାଚନ ପୂର୍ବରୁ ଭାଜପା ଚାଷୀଙ୍କୁ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଦେବ ବୋଲି କହିଥିଲା। ଚାଷୀମାନେ ବିଶ୍ୱାସ କରି ଏକପାଖିଆ ମତଦାନ କରି ଭାଜପାକୁ ଶାସନକୁ ଆଣିଲେ। ଏବେ ଚାଷୀଙ୍କୁ ଧୋକା ମିଳିଛି ବୋଲି ସାହୁ କହଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri