ଫାଟିଗଲା ରେଡ୍‌ ଓ୍ବାଇନ ଟ୍ୟାଙ୍କର, ଆଉ ତା’ ପରେ…

ମାଡ୍ରିଡ୍‌,୨୭ା୯: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ରେଡ୍‌ ଓ୍ବାଇନ୍‌ ଟ୍ୟାଙ୍କର ଫାଟି ୫୦ ହଜାର ଲିଟର ରେଡ୍‌ ଓ୍ବାଇନ୍‌ ବା ନାଲି ମଦ ପାଣି ପରି ବହୁଛି। ଭିଡିଓଟିକୁ ରେଡିଓ ଆଲବେସଟ୍‌ ନାମକ ଏକ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଏହା ସ୍ପେନ୍‌ର ଏକ ଭିଡିଓ। ଓ୍ବାଇନାରୀ ଟ୍ୟାଙ୍କ ଫାଟିବା ପରେ ତୀବ୍ର ଗତିରେ ରେଡ୍‌ ଓ୍ବାଇନ୍‌ ବାହାରେ ସୁଅ ଆକାରରେ ବହି ଯାଉଛି। ୪୯ ସେକେଣ୍ଡର ଏହି ଭିଡିଓକୁ ଦେଖି ଯେମିତି ଲାଗୁଛି ନାଲି ମଦର ବନ୍ୟା ଆସିଛି। ଭିଡିଓକୁ ଦେଖି ୟୁଜରମାନେ ମଧ୍ୟ ମଜାଳିଆ ଟିପ୍ସ ସବୁ ଦେଉଛନ୍ତି।

Share