Categories: ଜାତୀୟ

‘ପୁଷ୍ପା’ ଷ୍ଟାଇଲରେ ଲାଲ ଚନ୍ଦନ କାଠ ଚୋରୀ

ନୂଆଦିଲ୍ଲୀ,୩ ।୨: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ର ଏବେ ସବୁଠି ଚର୍ଚ୍ଚା । ଲୋକେ ଏହାର ଗୀତ ଓ ଡାଏଲଗକୁ ମନେ ମନେ ଗୁଣି ହେଉଛନ୍ତି । ତେବେ ଏହି ପୁଷ୍ପା ଷ୍ଟାଇଲରେ ଏବେ ଜଣେ ବ୍ୟକ୍ତି ଚନ୍ଦନ କାଠ ଚୋରା ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି । କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଉକ୍ତ ବ୍ୟକ୍ତି ଏହି କାରବାର କରୁଥିବା ସମୟରେ ଅସଫଳ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ୟସିନ ଇନାୟଥୁଲ୍ଲା ନାମକ ଜଣେ ବ୍ୟକ୍ତି କର୍ନାଟକ-ଆନ୍ଧ୍ର ସୀମାରୁ ମହାରାଷ୍ଟ୍ର ଯାଉଥିବା ରାସ୍ତାରେ ଚନ୍ଦନ କାଠ ଭର୍ତ୍ତି ଟ୍ରକ ସହ ଧରାପଡିଛନ୍ତି । ୟାସିନ ଲାଲ ଚନ୍ଦନ କାଠ ଚୋରା କାରବାର କରୁଥିବା ବେଳେ ଧରାପଡିଛନ୍ତି । ସେ ସୀମା ପାର କରୁଥିବା ସମୟରେ ପୋଲିସ ତାଙ୍କୁ ଧରିଥିବା ସୂଚନା ମିଳିଛି ।

Share