ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ନାଲି ଚାଉଳ

ଚଣ୍ଡିଖୋଲ,୩ା୧୦(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଏବଂ ଗହମ ଯୋଗାଇ ଦେଉଛନ୍ତି। ଏହି ଚାଉଳ ସମ୍ପୂର୍ଣ୍ଣ ଧଳା ଓ ପରିଷ୍କାର ହୋଇଥିବା ଆବଶ୍ୟକ ବୋଲି ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ମାତ୍ର କେତେଜଣ ଅସାଧୁ ଅଧିକାରୀ ମିଲରଙ୍କ ସହିତ ମଧୁଚନ୍ଦ୍ରିକା କରି ନିମ୍ନମାନର ନାଲି ଚାଉଳ ଯୋଗାଉଥିବା ଅଭିଯୋଗ ହୋଇଛି। ଏଥିରେ ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ଠିକାଦାର ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଯାଜପୁର ଜିଲାର ବଡ଼ଚଣା, ବରୀ, ଧର୍ମଶାଳା ଓ ରସୁଲପୁର ବ୍ଲକ୍‌ ଅଞ୍ଚଳକୁ ଚାଉଳ ଏବଂ ଗହମ ଯୋଗାଇବା ପାଇଁ ଧାନମଣ୍ଡଳଠାରେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ରହିଛି। ନିକଟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍‌ଜିକେଏଓ୍ବାଇ)ରେ ୩ମାସର ଚାଉଳ ମାଗଣା ଦିଆଯିବ ବୋଲି ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ୟ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ୩ମାସର ମାଗଣା ଚାଉଳ ଦେବେ ବୋଲି ଘୋଷଣା କରିଛନ୍ତି। ଠିକ୍‌ ଏହି ସମୟରେ ଧାନମଣ୍ଡଳ ପଣ୍ୟାଗାରରୁ ନିମ୍ନମାନର ଚାଉଳ ରିଟେଲରଙ୍କ ପାଖକୁ ଯାଉଛି, ଯାହାକି ଦେଖିବାକୁ ସମ୍ପୂର୍ଣ୍ଣ ନାଲି। ବଡ଼ଚଣା ବ୍ଲକର କେତେକ ପଞ୍ଚାୟତରେ ଥିବା ରିଟେଲରଙ୍କ ପାଖରେ ଏହି ଚାଉଳ ପହଞ୍ଚତ୍ବା ପରେ ସେମାନେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ପଣ୍ୟାଗାର ନିଗମରୁ ଠିକାଦାରମାନେ ରିଟେଲରଙ୍କୁ ଯୋଗାଇ ଦେଉଥିବା ଚାଉଳ ଅତ୍ୟନ୍ତ ନିମ୍ନମାନର। ଏ ସମ୍ପର୍କରେ ସେମାନେ ଯୋଗାଣ ଠିକାଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅଭିଯୋଗ ଅନୁଯାୟୀ, ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡ଼ିଆଠାରେ ଥିବା ଏକ ରାଇସ ମିଲ୍‌ ଓ ବଡ଼ଚଣା ବ୍ଲକର ହରିଅଂଶପାଟଣାରେ ଥିବା ଏକ ରାଇସ ମିଲ ଏହି ନିମ୍ନମାନର ଚାଉଳ ଦେଇଛନ୍ତି। ଏ ସମ୍ପର୍କରେ ଧାନମଣ୍ଡଳ ସ୍ଥିତ ରାଜ୍ୟ ପଣ୍ୟାଗାର ନିଗମ ଅଧୀକ୍ଷକ ଲକ୍ଷ୍ମୀନାରାୟଣ ମହାପାତ୍ର କହିଛନ୍ତି, ବର୍ଷର ଶେଷ ସମୟ ହୋଇଥିବାରୁ ରାଇସ୍‌ ମିଲଗୁଡ଼ିକରେ ଗଚ୍ଛିତ ରହିଥିବା ଧାନଗୁଡ଼ିକ ଲାଲ୍‌ ପଡ଼ିଯାଏ। ସେଥିପାଇଁ ଚାଉଳ ଲାଲ ହୋଇ ଆସୁଛି। ତେବେ ଏହି ଦୁଇଟି ମିଲ ସହିତ ଅନ୍ୟ କେତେକ ମିଲ ମଧ୍ୟ ଚାଉଳ ଦେଇଛନ୍ତି। ତେଣୁ ଜିଲା ଯୋଗାଣ ଅଧିକାରୀଙ୍କ ଅନୁମୋଦନକ୍ରମେ ଆମେ ମିଲରଙ୍କ ନିକଟରୁ ଏଭଳି ଚାଉଳ ରଖିଛୁ ବୋଲି ସେ ପ୍ରକାଶ କରିଛନ୍ତି।
ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ୍‌ ଖଁା କହିଛନ୍ତି, ସମ୍ପୂର୍ଣ୍ଣ ଧଳା ଚାଉଳ ହିତାଧିକାରୀଙ୍କୁ ଦିଆଯିବା ନେଇ ସରକାରଙ୍କ ନିର୍ଦ୍ଦେଶନାମା ରହିଛି। ମାତ୍ର ଧାନମଣ୍ଡଳ ପଣ୍ୟାଗାରରେ ରହୁଥିବା ଚାଉଳକୁ ପରୀକ୍ଷା କରିବାକୁ ସେଠାରେ ୨ଜଣ ପରୀକ୍ଷକ ରହିଛନ୍ତି। ଚାଉଳର ମାନ ପରୀକ୍ଷା କରି ଗୋଦାମ ଗୃହରେ ଗଚ୍ଛିତ ରଖିବା କାର୍ଯ୍ୟ ସେମାନଙ୍କର। ଜିଲା ଯୋଗାଣ ଅଧିକାରୀ କାହାରିକୁ ନିମ୍ନମାନର ଚାଉଳ ରଖିବାକୁ ଅନୁମତି ଦେଇନାହାନ୍ତି କିମ୍ବା ଅନୁମତି ଦେବା ଓ ପରୀକ୍ଷା ନିରୀକ୍ଷା କରିବା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ ନୁହେଁ ବୋଲି ସେ କହିଛନ୍ତି। ତେବେ ସରକାରୀ ଅଧିକାରୀଙ୍କ ଏଭଳି ବକ୍ତବ୍ୟକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଏହି ଚାଉଳ କାରବାରରେ ବ୍ୟାପକ ଘୋଟାଲା ହେଉଥିବା ଉଭୟଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ବାରି ହେଉଛି। ତେଣୁ ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହିତାଧିକାରୀ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri