ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ନାଲି ଚାଉଳ

ଚଣ୍ଡିଖୋଲ,୩ା୧୦(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଏବଂ ଗହମ ଯୋଗାଇ ଦେଉଛନ୍ତି। ଏହି ଚାଉଳ ସମ୍ପୂର୍ଣ୍ଣ ଧଳା ଓ ପରିଷ୍କାର ହୋଇଥିବା ଆବଶ୍ୟକ ବୋଲି ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ମାତ୍ର କେତେଜଣ ଅସାଧୁ ଅଧିକାରୀ ମିଲରଙ୍କ ସହିତ ମଧୁଚନ୍ଦ୍ରିକା କରି ନିମ୍ନମାନର ନାଲି ଚାଉଳ ଯୋଗାଉଥିବା ଅଭିଯୋଗ ହୋଇଛି। ଏଥିରେ ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ଠିକାଦାର ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଯାଜପୁର ଜିଲାର ବଡ଼ଚଣା, ବରୀ, ଧର୍ମଶାଳା ଓ ରସୁଲପୁର ବ୍ଲକ୍‌ ଅଞ୍ଚଳକୁ ଚାଉଳ ଏବଂ ଗହମ ଯୋଗାଇବା ପାଇଁ ଧାନମଣ୍ଡଳଠାରେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ରହିଛି। ନିକଟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍‌ଜିକେଏଓ୍ବାଇ)ରେ ୩ମାସର ଚାଉଳ ମାଗଣା ଦିଆଯିବ ବୋଲି ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ୟ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ୩ମାସର ମାଗଣା ଚାଉଳ ଦେବେ ବୋଲି ଘୋଷଣା କରିଛନ୍ତି। ଠିକ୍‌ ଏହି ସମୟରେ ଧାନମଣ୍ଡଳ ପଣ୍ୟାଗାରରୁ ନିମ୍ନମାନର ଚାଉଳ ରିଟେଲରଙ୍କ ପାଖକୁ ଯାଉଛି, ଯାହାକି ଦେଖିବାକୁ ସମ୍ପୂର୍ଣ୍ଣ ନାଲି। ବଡ଼ଚଣା ବ୍ଲକର କେତେକ ପଞ୍ଚାୟତରେ ଥିବା ରିଟେଲରଙ୍କ ପାଖରେ ଏହି ଚାଉଳ ପହଞ୍ଚତ୍ବା ପରେ ସେମାନେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ପଣ୍ୟାଗାର ନିଗମରୁ ଠିକାଦାରମାନେ ରିଟେଲରଙ୍କୁ ଯୋଗାଇ ଦେଉଥିବା ଚାଉଳ ଅତ୍ୟନ୍ତ ନିମ୍ନମାନର। ଏ ସମ୍ପର୍କରେ ସେମାନେ ଯୋଗାଣ ଠିକାଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅଭିଯୋଗ ଅନୁଯାୟୀ, ଧର୍ମଶାଳା ବ୍ଲକ ଅନ୍ତର୍ଗତ କଣ୍ଟିଗଡ଼ିଆଠାରେ ଥିବା ଏକ ରାଇସ ମିଲ୍‌ ଓ ବଡ଼ଚଣା ବ୍ଲକର ହରିଅଂଶପାଟଣାରେ ଥିବା ଏକ ରାଇସ ମିଲ ଏହି ନିମ୍ନମାନର ଚାଉଳ ଦେଇଛନ୍ତି। ଏ ସମ୍ପର୍କରେ ଧାନମଣ୍ଡଳ ସ୍ଥିତ ରାଜ୍ୟ ପଣ୍ୟାଗାର ନିଗମ ଅଧୀକ୍ଷକ ଲକ୍ଷ୍ମୀନାରାୟଣ ମହାପାତ୍ର କହିଛନ୍ତି, ବର୍ଷର ଶେଷ ସମୟ ହୋଇଥିବାରୁ ରାଇସ୍‌ ମିଲଗୁଡ଼ିକରେ ଗଚ୍ଛିତ ରହିଥିବା ଧାନଗୁଡ଼ିକ ଲାଲ୍‌ ପଡ଼ିଯାଏ। ସେଥିପାଇଁ ଚାଉଳ ଲାଲ ହୋଇ ଆସୁଛି। ତେବେ ଏହି ଦୁଇଟି ମିଲ ସହିତ ଅନ୍ୟ କେତେକ ମିଲ ମଧ୍ୟ ଚାଉଳ ଦେଇଛନ୍ତି। ତେଣୁ ଜିଲା ଯୋଗାଣ ଅଧିକାରୀଙ୍କ ଅନୁମୋଦନକ୍ରମେ ଆମେ ମିଲରଙ୍କ ନିକଟରୁ ଏଭଳି ଚାଉଳ ରଖିଛୁ ବୋଲି ସେ ପ୍ରକାଶ କରିଛନ୍ତି।
ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ୍‌ ଖଁା କହିଛନ୍ତି, ସମ୍ପୂର୍ଣ୍ଣ ଧଳା ଚାଉଳ ହିତାଧିକାରୀଙ୍କୁ ଦିଆଯିବା ନେଇ ସରକାରଙ୍କ ନିର୍ଦ୍ଦେଶନାମା ରହିଛି। ମାତ୍ର ଧାନମଣ୍ଡଳ ପଣ୍ୟାଗାରରେ ରହୁଥିବା ଚାଉଳକୁ ପରୀକ୍ଷା କରିବାକୁ ସେଠାରେ ୨ଜଣ ପରୀକ୍ଷକ ରହିଛନ୍ତି। ଚାଉଳର ମାନ ପରୀକ୍ଷା କରି ଗୋଦାମ ଗୃହରେ ଗଚ୍ଛିତ ରଖିବା କାର୍ଯ୍ୟ ସେମାନଙ୍କର। ଜିଲା ଯୋଗାଣ ଅଧିକାରୀ କାହାରିକୁ ନିମ୍ନମାନର ଚାଉଳ ରଖିବାକୁ ଅନୁମତି ଦେଇନାହାନ୍ତି କିମ୍ବା ଅନୁମତି ଦେବା ଓ ପରୀକ୍ଷା ନିରୀକ୍ଷା କରିବା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ ନୁହେଁ ବୋଲି ସେ କହିଛନ୍ତି। ତେବେ ସରକାରୀ ଅଧିକାରୀଙ୍କ ଏଭଳି ବକ୍ତବ୍ୟକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଏହି ଚାଉଳ କାରବାରରେ ବ୍ୟାପକ ଘୋଟାଲା ହେଉଥିବା ଉଭୟଙ୍କ କଥାବାର୍ତ୍ତାରୁ ସ୍ପଷ୍ଟ ବାରି ହେଉଛି। ତେଣୁ ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହିତାଧିକାରୀ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri