ନୁଭୋକୋକୁ ମିଳିବ ‘ଗୋଲ୍‌ଡେନ୍‌ ପିକକ୍‌ ଆୱାର୍ଡ’

ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋକୁ ଚଳିତ ବର୍ଷର ‘ଗୋଲ୍‌ଡେନ୍‌ ପିକକ୍‌ ଆୱାର୍ଡ ଫର ଏକ୍ସଲେନ୍ସ ଇନ୍‌ କର୍ପୋରେଟ୍‌ ଗଭର୍ନାନ୍ସ-୨୦୨୨’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି। ବିଶେଷକରି କୋଠା ଉପକରଣ କ୍ଷେତ୍ରରେ ନୁଭୋକୋର ଅଭିବୃଦ୍ଧି ତଥା ଶ୍ରେଷ୍ଠମାନର ଗଭର୍ନାନ୍ସ ଯୋଗୁ ଏଭଳି ଏକ ସମ୍ମାନ ପାଇଁ କମ୍ପାନୀ ମନୋନୀତ ହୋଇଥିବା ଜଣାପଡିଛି। ଏପରିକି ନିର୍ମାଣ କ୍ଷେତ୍ରର ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ଏକ ମାନ୍ୟତା ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୦ରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀକୁ ଉକ୍ତ ସମ୍ମାନଜନକ ଗୋଲ୍‌ଡେନ୍‌ ପିକକ୍‌ ଟ୍ରଫି ଏବଂ ଏକ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ।

ଏ ସମ୍ପର୍କରେ ନୁଭୋକୋ ଭିଷ୍ଟା କର୍ପୋରେଶନ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଜୟକୁମାର କ୍ରିଷ୍ଣସ୍ବାମୀ କହିଛନ୍ତି, କର୍ପୋରେଟ୍‌ ଗଭର୍ନାନ୍ସ ପାଇଁ ମାନଦଣ୍ଡ ଭାବେ ବିଚାର କରାଯାଉଥିବା ଉକ୍ତ ପୁରସ୍କାର ଆମ ଲାଗି କୃତଜ୍ଞତାର ବିଷୟ। ସେହିଭଳି କର୍ପୋରେଟ୍‌ ଗଭର୍ନାନ୍ସ ଅଭିଯାନ ଓ ପ୍ରଥା ଆମକୁ ଏହି ପୁରସ୍କାର ଆଣି ଦେଇଛି। ସୂଚନାଯୋଗ୍ୟ ଯେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଡାଇରେକ୍ଟର୍ସ ପକ୍ଷରୁ ୧୯୯୧ରେ ଗୋଲ୍‌ଡେନ୍‌ ପିକକ୍‌ ପୁରସ୍କାରର ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌କୋ ଗୋଲ୍ଡ ପକ୍ଷରୁ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି

ଭୁବନେଶ୍ୱର,୨୬।୪: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରାଯାଉଛି। ଗ୍ରାହକଙ୍କୁ ଅନ୍‌ଲାଇନରେ କ୍ରୟ ସୁବିଧା କମ୍ପାନୀ...

ବୀମା ପୈଠ ପାଇଁ ମିଳିବ ଋଣ

ଭୁବନେଶ୍ୱର,୩୦।୬: ବର୍ତ୍ତମାନ ସମୟରେ ଲୋକେ ସବୁଥିରେ ବୀମା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଫଳରେ ସେମାନେ ସବୁ ସ୍ତରରେ ସୁରକ୍ଷିତ ହୋଇପାରିବେ, ହେଲେ ବେଳେ ବେଳେ...

ଷ୍ଟାର୍ଟଅପ୍‌ରେ ୪୦% ମହିଳା ଉଦ୍ୟମୀ

ଭୁବନେଶ୍ୱର:  ଭାରତୀୟ ଷ୍ଟାର୍ଟଅପ୍‌ ବ୍ୟବସ୍ଥାରେ ଓଡ଼ିଶା ଷ୍ଟାର୍ଟଅପ୍‌ଗୁଡିକର ସ୍ଥାନ ତୃତୀୟ। ରାଜ୍ୟରେ ବର୍ତ୍ତମାନ ୧୦୩୪ ଷ୍ଟାର୍ଟଅପ୍‌ ରହିଥିବା ବେଳେ ସେଥିମଧ୍ୟରୁ ୪୦% ଭାଗ ମହିଳା ଉଦ୍ୟମୀ ବୋଲି...

ଓଡ଼ିଶାରେ ଓ୍ବେଲ୍‌ସ୍ପନର ବିତରକ ନିଯୁକ୍ତ

କଟକ ଅଫିସ,୧୪।୯: ଓଡ଼ିଶାରେ ବାଣିଜ୍ୟ କାରବାର ବୃଦ୍ଧି ଲାଗି ଓ୍ବେଲ୍‌ସ୍ପନ ପକ୍ଷରୁ କଟକରେ ନୂଆ ବିତରକ ନିଯୁକ୍ତ କରାଯାଇଛି। ‘ଗାୟତ୍ରୀ’ ନାମକ ସଂସ୍ଥା ସହ କମ୍ପାନୀ...

ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୦।୧୧: ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ମାନ୍ଦାବସ୍ଥା ଜାରି ରହିଛି। ଦେଶରେ ଉଭୟ ଅନ୍ତଃରାଷ୍ଟ୍ରୀୟ ଓ ସ୍ଥାନୀୟ ସମସ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି।...

୨୦ଜଣଙ୍କୁ ଓଡ଼ିଶା କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ

ଭୁବନେଶ୍ୱର,୧୪।୧୧: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ହିନ୍ଦୁସ୍ତାନ କରିଡର୍‌ ପକ୍ଷରୁ ଓଡ଼ିଶା କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ-୨୦୨୨ ପ୍ରଦାନ କରାଯାଇଛି। ବିଶେଷ କରି ଷ୍ଟାର୍ଟଅପ୍‌...

ଗହମ ପରେ ଏବେ ଚିନି ରପ୍ତାନି ଉପରେ ରୋକ ଲାଗି ଯୋଜନା…

ନୂଆଦିଲ୍ଲୀ, ୨୪।୫ : ଗହମ ପରି ଏବେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ଏକ...

‘କାର୍ଯ୍ୟ କ୍ଷେତ୍ରରେ ଶୂନ କ୍ଷତି’କୁ ପ୍ରଶଂସା

ଭୁବନେଶ୍ୱର,୩୧।୧୦: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡର ଗଂଜାମ ଜିଲ୍ଲା ଗୋପାଳପୁରସ୍ଥିତ ଫେରୋ ଆଲଏଜ୍‌ ପ୍ଲାଂଟ୍‌ ଓ ଗୋପାଳପୁର ଶିଳ୍ପ ପାର୍କରେ ଥିବା ଟାଟା ଷ୍ଟିଲ୍‌ ସ୍ପେସିଆଲ୍‌...

Advertisement
Archives

Model This Week