Posted inଜାତୀୟ

ଲାଲ୍‌ଟୋପି ଭାଜପାକୁ ବିପଦ

ଗୋରଖପୁର/ଲକ୍ଷ୍ନୌ,୮।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ ବିରୋଧୀଙ୍କ ବାକ୍‌ଯୁଦ୍ଧ ସେତିକି ତୀବ୍ର ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୋରଖପୁରରେ ଭାଜପାର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି (ଏସ୍‌ପି)କୁ ଟାର୍ଗେଟ କରିଥିଲେ। କହିଥିଲେ, ୟୁପି ପାଇଁ ଲାଲ୍‌ଟୋପି ଏକ ରେଡ୍‌ ଆଲର୍ଟ। ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ କାଳ ବିଳମ୍ବ ନ କରି ଏହାର ଜବାବରେ କହିଛନ୍ତି, ଲାଲ୍‌ଟୋପି ୟୁପି ପାଇଁ ନୁହେଁ, ବରଂ ଭାଜପା ଲାଗି ବିପଦ। ଦୁଇ ନେତାଙ୍କ ଏଭଳି ବାକ୍ୟ ବିନିମୟ ୟୁପି ଭୋଟରଙ୍କୁ ଆମୋଦିତ କରିଛି।
ୟୁପି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିଲେ ହେଁ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋରଖପୁରରେ ଏକ ଏମ୍ସ ଏବଂ ସାର କାରଖାନାକୁ ଉଦ୍‌ଘାଟନ କରିବା ସହ ସଭାକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆଜି ସମଗ୍ର ୟୁପି ଜାଣିଛି ଯେ ଯେଉଁମାନେ ଲାଲ୍‌ଟୋପି ପିନ୍ଧନ୍ତି ସେମାନେ ଲୋକଙ୍କ ଦୁଃଖ ଯନ୍ତ୍ରଣାକୁ ନେଇ ଆଦୌ ଚିନ୍ତିତ ନୁହନ୍ତି। ଲାଲ୍‌ଟୋପି ପରିଧାନ କରୁଥିବା ଲୋକେ କେବଳ କ୍ଷମତା ଚାହାନ୍ତି। ସେମାନେ କ୍ଷମତାକୁ ଆସିଲେ ଦୁର୍ନୀତି କରନ୍ତି, ଲୋକଙ୍କ ଉତ୍ସକୁ ହଡ଼ପ କରନ୍ତି ଏବଂ ମାଫିଆମାନଙ୍କୁ ସ୍ବାଧୀନତା ଦିଅନ୍ତି ବୋଲି ମୋଦି ସମାଲୋଚନା କରିଥିଲେ। ଲାଲ୍‌ଟୋପି ସମାଜବାଦୀ ନେତା ଓ କର୍ମୀଙ୍କ ଟ୍ରେଡ୍‌ ମାର୍କ ହୋଇଥିବାରୁ ସେ ଏପରି ଟାର୍ଗେଟ କରିଥିଲେ।
ଏହାର କିଛି ସମୟ ପରେ ମିରଟ୍‌ରେ ଏସ୍‌ପିର ଏକ ସଭା ହୋଇଥିଲା। ଉକ୍ତ ସଭାରେ ଏସ୍‌ପି ମୁଖିଆ ଅଖିଳେଶ ଯାଦବ କହିଥିଲେ, ଲାଲ୍‌ଟୋପି ପିନ୍ଧୁଥିବା ଲୋକେ ହେଉଛନ୍ତି ଭାଜପା ପାଇଁ ରେଡ୍‌ ଆଲର୍ଟ। କାରଣ ଭାଜପା ଯୋଗୁ ଦେଶରେ ଦରଦାମ ବୃଦ୍ଧି, ବେକାରି ସମସ୍ୟା, କୃଷକ ଓ ଚାଷୀଙ୍କ ଦୁଃଖ ବହୁଗୁଣିତ ହୋଇ ରେଡ୍‌ ଆଲର୍ଟ ହୋଇଛି। ସେହିପରି ହାଥ୍‌ରସ୍‌ ଓ ଲଖିମପୁର ଖେରି ଘଟଣା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଦେଇଥିବାବେଳେ ସରକାରଙ୍କ ଅବହେଳା ଯୋଗୁ ମହିଳା ଓ ଯୁବପିଢ଼ିଙ୍କ ଅସୁବିଧା, ସ୍ବାସ୍ଥ୍ୟ, ଶିକ୍ଷା ଓ ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ୟୁପିରେ ୨୦୨୨ରେ ଲାଲ୍‌ଟୋପି ପରିବର୍ତ୍ତନ ଆଣିବ ବୋଲି ଅଖିଳେଶ କହିଥିଲେ। ଇତିମଧ୍ୟରେ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ନେତା ଜୟନ୍ତ ଚୌଧରୀ ସମାଜବାଦୀ ପାର୍ଟି ସହ ତାଙ୍କ ଦଳର ମେଣ୍ଟ ଚୂଡ଼ାନ୍ତ ହୋଇଥିବା ଘୋଷଣା କରିଛନ୍ତି। ଜୟନ୍ତ କହିଛନ୍ତି, ଆସନ୍ତା ବିଧାନସଭାରେ ଦୁଇଦଳ ଏକାଠି ଲଢ଼ିବେ। କ୍ଷମତାକୁ ଆସିଲେ କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ ବେଳେ ଶହୀଦ ହୋଇଥିବା କୃଷକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପ୍ରତିଷ୍ଠା କରାଯିବ। ଏଥର ୟୁପି ଭୋଟର ଭାଜପାକୁ ମୁହଁତୋଡ଼ ଜବାବ ଦେବାକୁ ଯାଉଛନ୍ତି ବୋଲି ଜୟନ୍ତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri