Categories: ଜାତୀୟ

ଲକ୍ଷ୍ନୌରୁ ୨ ଆତଙ୍କବାଦୀ ଗିରଫ ହେବା ପରେ ମଧ୍ୟପ୍ରଦେଶରେ ରେଡ ଆଲର୍ଟ

ଭୋପାଳ,୧୨ ।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ବାହାରେ ଅଲ କାଏଦା ସଙ୍ଗଠନର ୨ ଆତଙ୍କବାଦୀ ଗିରଫ ହେବା ପରେ ଏହାକୁ ଗମ୍ଭିରତାର ସହ ନେଇଛନ୍ତି ମଧ୍ୟପ୍ରଦେଶ ସରକାର । ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସୋମବାର ପ୍ରକାଶ କରିଛନ୍ତି ଯେ ସେ ପୋଲିସ ମହାନିର୍ଦ୍ଦେଶକଙ୍କୁ ରାଜ୍ୟରେ ରେର୍ଡ ଆଲର୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମିଶ୍ର ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଉତ୍ତର ପ୍ରଦେଶରେ ଗିରଫ ହୋଇଥିବା ୨ ଆତଙ୍କବାଦୀ ଓ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧିକୁ ଦେଖି ରାଜ୍ୟରେ ରେଡ ଆଲର୍ଟ ଜାରି କରିବାକୁ ଘୋଷଣା କରିଛୁ । ଡିଜିପିଙ୍କୁ ଏହା ଉପରେ ଶୀଘ୍ର ଆଦେଶ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି ମଧ୍ୟ ରାଜ୍ୟରେ ସନ୍ଦିଗ୍ଧ ବା ପରିଚିତ ସିମି ବା ଅଲ କାଏଦାର ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ ପୋଲିସକୁ କହିଛନ୍ତି । ସୂଚନାଯୋଗ୍ୟ, ରବିବାର ଲକ୍ଷ୍ନୌ ବାହାରୁ ଅଲ କାଏଦାର ୨ ଆଙ୍କବାଦୀ ଗିରଫ ହୋଇଥିବା ବେଳେ ଏମାନେ ମାନବ ବୋମା ବ୍ୟବହାର କରି ବସ୍ଫୋରଣ କରିବା ଯୋଜନାରେ ଥିବା ଜଣାପଡିଛି ।

Share