ରୁଷିଆ ପାଇଁ ରେଡ ଆଲର୍ଟ! ଜେଲେନ୍‌ସ୍କିଙ୍କୁ ଭେଟିବେ ଆମେରିକାର ୨ ମନ୍ତ୍ରୀ

କ୍ୱିଭ,୨୪ ।୪: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ନ୍ୟୁଜ ଏଜେନ୍ସି ଏପିର ରିପୋର୍ଟ ଅନୂଯାୟୀ, ରୁଷିଆ ସେନା ଏବେ ୟୁକ୍ରେନର ଦକ୍ଷିଣ ସହର ମାରିଉପୋଲର ଏକ ଇସ୍ପାତ କାରଖାନାରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଯୁଦ୍ଧ କାରଣରୁ ଏହି କାରଖାନାକୁ ନାଗରିକଙ୍କ ଆଶ୍ରୟ ସ୍ଥଳ କରାଯାଇଛି । ଏଠାରେ ୟୁକ୍ରେନ୍ ସେନାବି ରହୁଛନ୍ତି । ମାରିଉପୋଲ ସାମରିକ ଭାବେ ମହତ୍ୱପୂର୍ଣ୍ଣ ବନ୍ଦର ସହର । ଏହି ସହରକୁ କବଜା କରିବାକୁ ରୁଷିଆ ସେନା ନାକେଦମ ହେଲେଣି । ଏଠାରେ ରୁଷିଆ ସେନାଙ୍କୁ ୟୁକ୍ରେନବାସୀଙ୍କ କଡା ବିରୋଧର ସାମ୍ନା କରିବାକୁ ପଡୁଛି । ଏବେ ଏହି ଯୁଦ୍ଧ ମଧ୍ୟରେ ଆମେରିକାର ୨ ଟପ ମନ୍ତ୍ରୀ ୟୁକେନ୍‌୍ର ରାଷ୍ଟ୍ରପତିଙ୍କୁ କ୍ୱିଭରେ ସାକ୍ଷାତ୍ କରିବେ ବୋଲି ଜଣାପଡିଛି ।
ୟକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି, ଆମେରିକାର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ କ୍ୱିଭରେ ତାଙ୍କ ସହ ସାକ୍ଷାତ୍ କରିବେ । ସୂଚନାଯୋଗ୍ୟ, ରୁଷିଆ ଆକ୍ରମଣ ଆରମ୍ଭ ହେବା ପରେ ଆମେରିକାର କୌଣସି ମନ୍ତ୍ରଙ୍କ କ୍ୱିଭରେ ପ୍ରଥମ ଉଚ୍ଚସ୍ତରୀୟ ଯାତ୍ରା ହେବ । ଜେଲେନ୍‌ସ୍କି କୌଣସି ଆମେରିକା ନେତାଙ୍କ ସହ ଗତ ଫେବୃୟାରୀ ୧୯ରେ ସାକ୍ଷାତ୍ କରିଥିଲେ । ଆମେରିକା ଆରମ୍ଭରୁ ୟୁକ୍ରେନକୁ ସହଯୋଗ କରି ଆସୁଥିବା ବେଳେ ଏହି ସାକ୍ଷାତକାର ରୁଷିଆ ପାଇଁ ରେଡ ଆଲର୍ଟ ହୋଇପାରେ ବୋଲି କୁହାଯାଉଛି ।

Share