Categories: ଜାତୀୟ

କିନ୍ନରଙ୍କୁ ପୋଲିସ ବିଭାଗରେ ମିଳିବ ନିଯୁକ୍ତି

ପାଟନା,୧୬।୧: ଏଣିକି ବିହାରରେ ପୋଲିସ ବିଭାଗରେ କିନ୍ନରଙ୍କୁ ନିଯୁକ୍ତି ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଛନ୍ତି। ସିପାହୀ ଏବଂ ଦାରୋଗା ପଦବୀରେ କିନ୍ନରଙ୍କୁ ସିଧାସଳଖ ନିଯୁକ୍ତି ମିଳିବ। ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସିପାହୀ ନିଯୁକ୍ତିର ଅଧିକାର ପୋଲିସ ଅଧିକ୍ଷକଙ୍କ ପାଖରେ ରହିବ। ଅପରପକ୍ଷରେ ପୋଲିସ ମହାନିରୀକ୍ଷକସ୍ତରୀୟ ପଦାଧିକାରୀଙ୍କ ପାଖରେ ଦାରୋଗା ନିଯୁକ୍ତି ଅଧିକାର ରହିବ। ଆଗାମୀ ଦିନରେ ରାଜ୍ୟ ପୋଲିସ ବିଭାଗରେ କିନ୍ନରଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବ। ପ୍ରତି ୫୦୦ ସାଧାରଣ ପୋଲିସ ପଦବୀ ମଧ୍ୟରେ ଗୋଟିଏ ପଦବୀ କିନ୍ନରଙ୍କ ଲାଗି ରହିବ। ଶିକ୍ଷାଗତ ଯୋଗ୍ୟତା ସାଧାରଣ ସମାନ ଥିବାବେଳେ ଶାରୀରିକ ଯୋଗ୍ୟତା ମହିଳାଙ୍କ ପ୍ରାର୍ଥୀଙ୍କ ଭଳି ରହିବ ବୋଲି ଘୋଷଣା ପତ୍ରରେ କୁହାଯାଇଛି।

Share