ନିଯୁକ୍ତି ବୃଦ୍ଧି ଆବଶ୍ୟକ

ଆମେ ସର୍ବଦା ଲେଖିଆସିଛୁ ଯେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମତୁଲ ଓ ଇନ୍‌କ୍ଲୁସିଭ ବା ଅନ୍ତର୍ଭୁକ୍ତ ହେବା ଉଚିତ। ଏହାର ସୁଫଳ ସର୍ବଦା ଗରିବ ଓ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବା ଦରକାର। ଯେହେତୁ ବୈଷମ୍ୟ ବୃଦ୍ଧି ସହିତ ଧନୀ ଅଧିକ ବ୍ୟୟ କଲେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ସହିତ ଜିଡିପି ବା ଆର୍ଥିକ ଅଭିବୃଦ୍ଧି ଘଟିଥାଏ, ସେଥିପାଇଁ ଶାସକ ଶ୍ରେଣୀ ସର୍ବଦା ଜିଡିପି ବୃଦ୍ଧିକୁ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ତାହା ଆଜି ମଧ୍ୟ ନିମ୍ନମୁଖୀ। ଆର୍ଥିକ ଅଭିବୃଦ୍ଧି (ବାସ୍ତବ ଜିଡିପି ବା ମୋଟ ଘରୋଇ ଉତ୍ପାଦ ବୃଦ୍ଧି ହାର) ଜୁଲାଇ-ସେପ୍ଟେମ୍ବର ୨୦୨୪ରେ ମାତ୍ର ୫.୪% ହୋଇଛି। ଯଦିଓ ସରକାର ମୁଦ୍ରାସ୍ଫୀତି ବୃଦ୍ଧି ଓ ତାକୁ ନିୟନ୍ତ୍ରଣ ପାଇଁ ସୁଧ ହାର ବୃଦ୍ଧି ଓ ବିଶ୍ୱ ଆର୍ଥିକ ପରିସ୍ଥିତିକୁ ଅଭିବୃଦ୍ଧି ହ୍ରାସର କାରଣ ଦର୍ଶାଉଛନ୍ତି, ବାସ୍ତବରେ କାରଣ ଅନେକ ରହିଛି। ପ୍ରମୁଖ କାରଣ ହେଲା ଘରୋଇ ଉପଭୋଗ ଖର୍ଚ୍ଚ ବା ପ୍ରାଇଭେଟ କଞ୍ଜପ୍‌ଶନ, ଯାହା ଜିଡିପିର ପ୍ରାୟ ୬୦% ତାହା ହ୍ରାସ ପାଇବ। ଘରୋଇ ଉପଭୋଗ ଖର୍ଚ୍ଚ କମ୍‌ ହେବାର କାରଣ ହେଲା ଲୋକଙ୍କ ବାସ୍ତବ ମଜୁରି( ନାମାଙ୍କନ ମଜୁରି – ମୁଦ୍ରସ୍ଫୀତି) ବୃଦ୍ଧି ନ ପାଇବା ବା ସ୍ଥିର ରହିବା ଏବଂ ନିଯୁକ୍ତି ହ୍ରାସପାଇବା।

ସ୍ବୟଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ କହିଛନ୍ତି ଯେ ମଜୁରିର କମ୍‌ ଅଭିବୃଦ୍ଧି ଓ ନିଯୁକ୍ତି ହ୍ରାସ ଲୋକଙ୍କ କ୍ରୟ ଶକ୍ତି ଏବଂ ମାନୁଫାକ୍‌ଚରିଂ କ୍ଷେତ୍ର ଉପରେ ପ୍ରଭାବ ପକାଇଛି। ଯାହା ଚାହିଦାକୁ ହ୍ରାସ କରିଛି ଏବଂ ଫଳସ୍ବରୂପ ଆର୍ଥିକ ଅଭିବୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ଉଲ୍ଲେଖନୀୟ ଯେ ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚର ରିପୋର୍ଟ ଅନୁସାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ବାସ୍ତବ ମଜୁରି ବୃଦ୍ଧି ୦.୦୧% ରହିଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତର ଗ୍ରାମାଞ୍ଚଳର ପୁରୁଷ ତଥା ମହିଳା ଶ୍ରମିକଙ୍କ ବାସ୍ତବ ମଜୁରି ସେମାନଙ୍କ ଛଅ ବର୍ଷ ପୂର୍ବେ ରୋଜଗାରଠାରୁ କମ୍‌ ରହିଛି। ଏପରି କି ମନରେଗା ମଜୁରି ବୃଦ୍ଧି ଅଧିକାଂଶ ବର୍ଷରେ ଗ୍ରାମୀଣ ମୁଦ୍ରାସ୍ଫୀତିଠାରୁ କମ୍‌ ଅଛି। ଉଦାହରଣ ସ୍ବରୂପ ୨୦୨୨-୨୩ରେ ଗ୍ରାମୀଣ ମୁଦ୍ରାସ୍ଫୀତି ୬.୮୪% ବୃଦ୍ଧି ପାଇଲା ବେଳେ ମଜୁରି ମାତ୍ର ୩.୭୦% ବୃଦ୍ଧିପାଇଛି। ସେହିପରି ୨୦୨୪-୨୫ରେ ଗ୍ରାମୀଣ ମୁଦ୍ରାସ୍ଫୀତି ୫.୪୦% ଓ ଖାଦ୍ୟ ମୁଦ୍ରାସ୍ଫୀତି ୮.୪୨% ବୃଦ୍ଧିପାଇଲା ବେଳେ ମଜୁରି ମାତ୍ର ୫.୮୦% ବୃଦ୍ଧିପାଇଛି। ସହରୀ ଶ୍ରମିକମାନଙ୍କର ବାସ୍ତବ ମଜୁରି କେବଳ ସାମାନ୍ୟ, ଅର୍ଥାତ୍‌ ୨୦୧୭-୧୮ରେ ଯାହା ୧୨, ୮୪୭ ଟଙ୍କା ଥିଲା ତାହା ୨୦୨୩-୨୪ରେ ୧୩,୦୦୬ ଟଙ୍କାକୁ ବୃଦ୍ଧି ପାଇଛି। ଅଧିକାଂଶ ବେତନପ୍ରାପ୍ତ ଭାରତୀୟ ଶ୍ରମିକଙ୍କ ବାସ୍ତବ ମଜୁରି ଗତ ୬ ବର୍ଷ ମଧ୍ୟରେ ହ୍ରାସ ପାଇଛି କିମ୍ବା ସ୍ଥିର ରହିଛି। ସେହିପରି ଅଭିବୃଦ୍ଧି ଅନୁସାରେ ନିଯୁକ୍ତି ବୃଦ୍ଧି ପାଉନି। ଅଧିକାଂଶ ଶିକ୍ଷିତ ଏବେ ବେକାରି। ୩୪ରୁ କମ୍‌ ବୟସର ଯୁବବର୍ଗଙ୍କ ମଧ୍ୟରୁ ୮୩% ବେକାର। କୃତ୍ରିମ ବୁଦ୍ଧିମତ୍ତା, ଲୋକଙ୍କ ବଦଳରେ ଯନ୍ତ୍ରପାତି ବ୍ୟବହାର କରିବା ଓ କମ୍ପାନୀମାନେ କେବଳ ଲାଭକୁ ପ୍ରାଧାନ୍ୟ ଦେବା ଯୋଗୁ ନିଯୁକ୍ତି ବୃଦ୍ଧି ପାଉନାହିଁ। ଉଲ୍ଲେଖଯୋଗ୍ୟ ଯେ ନିଫ୍ଟିର ୫୦୦ କମ୍ପାନୀଙ୍କ ଲାଭ ୨୦୨୩-୨୪ ରେ ଜିଡିପିର ୪.୮%ରେ ପହଞ୍ଚିଛି, ଯାହା ଗତ ୧୫ବର୍ଷରେ ସର୍ବାଧିକ। ୨୦୨୦-୨୧ରେ ଏହା ୨.୧% ଥିଲା। ଏସବୁ ଯୋଗୁ ଲୋକଙ୍କ କ୍ରୟଶକ୍ତି, ଇଚ୍ଛାଧୀନ ଆୟ(ଡିସ୍କ୍ରେସନାରି ଆୟ) ହ୍ରାସ ପାଇବା ଯୋଗୁ ସମସ୍ୟା ଆହୁରି ସଙ୍କଟମୟ ହୋଇଛି।

ଏହି ସମସ୍ୟାର ସମାଧାନ ପାଇଁ ଦୁଇଟି ପଥ ରହିଛି। ଗୋଟିଏ ହେଉଛି ଯୋଗାଣ-ପାର୍ଶ୍ୱ ସମାଧାନ। ଏହି ନୀତି ଅନୁସାରେ ସୁଧ ହାର କମ୍‌ ରଖାଯାଇଥାଏ। ସୁଧ ହାର କମ୍‌ ରହିଲେ ଲୋକ ଅଧିକ ଋଣ କରିବେ ଏବଂ କ୍ରୟ କରିବେ ଓ ଅର୍ଥନୀତି ଚଳଚଞ୍ଚଳ ହୋଇ ଆର୍ଥିକ ଅଭିବୃଦ୍ଧି ଘଟିବ। କିନ୍ତୁ ସଞ୍ଚୟକାରୀଙ୍କ ସ୍ବାର୍ଥ ପାଇଁ ବାସ୍ତବ ସୁଧ ହାର ଯୁକ୍ତାତ୍ମକ ବା ମୁଦ୍ରାସ୍ଫୀତିଠାରୁ ଅଧିକ ରହିବା ଆବଶ୍ୟକ। ପୁନଶ୍ଚ ମୁଦ୍ରାସ୍ଫୀତି ଅଧିକ ଥିଲାବେଳେ ସୁଧ ହାର ହ୍ରାସ କରାଯିବା ଅନୁଚିତ। କାରଣ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସୁଧ ହାର ବୃଦ୍ଧି କରାଯାଇଥାଏ। ଯଦି ମୁଦ୍ରାସ୍ଫୀତିଠାରୁ ଜମା ସୁଧ ହାର କମ୍‌ ରଖାଯାଏ ତାହାକୁ ଆର୍ଥିକ ଦମନ ବା ଫାଇନାନସିଆଲ ରିପ୍ରେସନ କୁହାଯାଏ। ଏହାଦ୍ୱାରା ସଞ୍ଚୟ ଉପରେ ନିର୍ଭରଶୀଳ ଲୋକମାନେ ପ୍ରଭାବିତ ହୁଅନ୍ତି। ଆୟର ସ୍ତର ବଜାୟ ରଖିବା ପାଇଁ ସେମାନେ ଅଧିକ ସଞ୍ଚୟ କରନ୍ତି ଏବଂ କମ୍‌ ଖର୍ଚ୍ଚ କରନ୍ତି, ଯାହା ସମୁଦାୟ ଚାହିଦା ଏବଂ ଅର୍ଥନୀତି ଉପରେ କ୍ଷତିକାରକ ପ୍ରଭାବ ସୃଷ୍ଟି କରେ। ସର୍ବଶେଷ ଋଣ ନୀତି ସମୀକ୍ଷାରେ ସୁଧ ହାର ହ୍ରାସ ପାଇଁ କର୍ପୋରେଟ ଓ ସରକାରଙ୍କ ତରଫରୁ ଅଧିକ ଚାପ ସୃଷ୍ଟି ହେଉଥିଲେ ମଧ୍ୟ ତାହା ଅଧିକ ମୁଦ୍ରାସ୍ଫୀତି ହାର ଦୃଷ୍ଟିରୁ କରାଯାଇନାହିଁ। ଶକ୍ତିକାନ୍ତ ଦାସ ତାଙ୍କ ଅବଧିରେ ରେପୋ ରେଟ୍‌ ବିଭିନ୍ନ ପଦକ୍ଷେପରେ ୬.୫%ରୁ ୪.୫କୁ ହ୍ରାସ କରିଥିଲେ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ପୁଣି ବିଭିନ୍ନ ପଦକ୍ଷେପରେ ୬.୫%କୁ ବୃଦ୍ଧି କରିଥିଲେ।

ବାସ୍ତବରେ ସୁଧ ହାର ହ୍ରାସ ହେଲେ ଉପଭୋକ୍ତା ଯେତିକି ଉପକୃତ ହୁଅନ୍ତି ନାହିଁ, ସରକାର ଓ କର୍ପୋରେଟ ବେଶି ଉପକୃତ ହୋଇଥାନ୍ତି। କାରଣ ସରକାର ସର୍ବାଧିକ ଋଣକାରୀ ଓ କର୍ପୋରେଟ ଦ୍ୱିତୀୟ ସର୍ବାଧିକ ଋଣକାରୀ ହୋଇଥିବା ଏବଂ ସୁଧ ହାର ହ୍ରାସ ଯୋଗୁ ସୁଧ ବାବଦ ପରିବ୍ୟୟ ହ୍ରାସ ପାଇଥାଏ। କିନ୍ତୁ ରିଜର୍ଭ ବ୍ୟାଙ୍କ ପଲିସି ସୁଧ ହାର ବା ରେପୋ ହାର ହ୍ରାସ କରି ନ ଥିଲେ ମଧ୍ୟ ଏହାର ସର୍ବଶେଷ ମୁଦ୍ରା ଓ ଋଣ ନୀତିରେ ନଗଦ ଜମା ଅନୁପାତ ବା କ୍ୟାଶ ରିଜର୍ଭ ଅନୁପାତ(ସିଆର୍‌ଆର୍‌)କୁ ୪.୫%ରୁ ୪%କୁ ହ୍ରାସ କରି ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ରେ ୧. ୧୬ ଲକ୍ଷ କୋଟି ଟଙ୍କା ନଗଦ ଟଙ୍କା ଛାଡିଛନ୍ତି। ସିଆର୍‌ଆର୍‌ର ଅର୍ଥ ହେଉଛି ଗ୍ରାହକଙ୍କ ଜମା ଅନୁପାତ ଅନୁସାରେ ବ୍ୟାଙ୍କଗୁଡ଼ିକୁ ବାଧ୍ୟତାମୂଳକ ଭାବରେ ରିଜର୍ଭ ବ୍ୟାଙ୍କରେ ଅର୍ଥ ରଖିବାକୁ ପଡିଥାଏ। ବ୍ୟାଙ୍କମାନେ ତା’ ଉପରେ କୌଣସି ସୁଧ ରିଜର୍ଭ ବ୍ୟାଙ୍କରୁ ପାଆନ୍ତି ନାହିଁ। କିନ୍ତୁ ରିଭର୍ସ ରେପୋ ରେଟ୍‌ ମାଧ୍ୟମରେ ଯେଉଁ ଜମା ରଖନ୍ତି, ସେଥିରେ ସୁଧ ପାଇଥାନ୍ତି। ଯେତେବେଳେ ସିଆର୍‌ଆର୍‌ ହ୍ରାସ ହୁଏ ବ୍ୟାଙ୍କ ହାତରେ ଅଧିକ ଅର୍ଥ ଉପଲବ୍ଧ ହୁଏ। ଏଣୁ ବ୍ୟାଙ୍କ ଅଧିକ ଋଣ ଦେବା ପାଇଁ ଚାହିଁବେ ଏବଂ ସୁଧ ହାର ହ୍ରାସ କରିବାକୁ ବାଧ୍ୟ ହେବେ। କିନ୍ତୁ ବର୍ତ୍ତମାନ ସମସ୍ୟା ହେଉଛି ଅଧିକ ଚାହିଦା-ପାର୍ଶ୍ୱ ବା ଡିମାଣ୍ଡ କମ୍ପ୍ରେଶନ ବା ଚାହିଦା ସଙ୍କୋଚନଜନିତ। ଲୋକଙ୍କ ହାତକୁ ଅର୍ଥ ଆସିଲେ, କ୍ରୟ ଶକ୍ତି ବୃଦ୍ଧିପାଇଲେ ଯାଇ ଲୋକେ ଅଧିକ କ୍ରୟ କରିବେ ଏବଂ ଚାହିଦା ବୃଦ୍ଧି ପାଇବ ଓ ଘରୋଇ ନିବେଶ ଆସିବ। ଯଦି ଲୋକଙ୍କ ଆୟ ଓ କ୍ରୟଶକ୍ତି ବୃଦ୍ଧି ନ ପାଇବ, ସେମାନେ କ୍ରୟ କରିବେ ନାହିଁ। ତେବେ ଯେତେ ସୁଧ ହ୍ରାସ କଲେ ମଧ୍ୟ କମ୍ପାନୀମାନେ ନିବେଶ କରିବେନି। ଏଣୁ ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇବା ଆବଶ୍ୟକ। ଆଗରୁ ବାମପନ୍ଥୀ ଅର୍ଥନୀତିଜ୍ଞମାନେ ଏହି ଯୁକ୍ତି କରିଲାବେଳେ ଶାସକ ଶ୍ରେଣୀ ବିରୋଧ କରୁଥିଲେ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏହି କଥା ଦୋହରାଇଛନ୍ତି। ସେ କର୍ପୋରେଟମାନଙ୍କୁ ଶ୍ରମିକ ଓ କର୍ମଚାରୀଙ୍କ ମଜୁରି ବୃଦ୍ଧି ଏବଂ ଅଧିକ ନିଯୁକ୍ତି ଦେବା ସହିତ ପୁଞ୍ଜି ଏବଂ ଶ୍ରମ-ଅଭିବୃଦ୍ଧି ମଧ୍ୟରେ ଠିକ୍‌ ସନ୍ତୁଳନ ରଖିବା ପାଇଁ କହିଛନ୍ତି।

ଡ. ସନ୍ତୋଷ କୁମାର ମହାପାତ୍ର

ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri