ଅଣଓଡ଼ିଆ ଠିକାସଂସ୍ଥା କବ୍‌ଜାରେ ନିଯୁକ୍ତି

ଯାଜପୁର ଅଫିସ,୭।୯: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଓଡ଼ିଆ ଓ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ସ୍ଥାନୀୟ ନିଯୁକ୍ତିକୁ ନେଇ ଏକ ରୋଚକ ତଥ୍ୟ ହସ୍ତଗତ ହୋଇଛି। ଏଠାରେ ୧୮୪ ଓଡ଼ିଆ ଠିକାସଂସ୍ଥା ଦ୍ୱାରା ୬,୧୯୫ ଓ ୩୬୪ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ୨୫,୭୧୦ ଜଣ କର୍ମଚାରୀ ଓ ଶ୍ରମିକ ନିୟୋଜିତ ହୋଇଥିବା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟରେ ସ୍ପଷ୍ଟ ହୋଇଛି। ତେବେ ଓଡ଼ିଆଙ୍କ ତୁଳନାରେ ଅଣଓଡ଼ିଆ ଠିକାସଂସ୍ଥା ପାଖାପାଖି ୨ ଗୁଣ ହୋଇଥିବାରୁ ସେମାନଙ୍କ ମନମାନି କ୍ରମଶଃ ଏଠାରେ ବୃଦ୍ଧି ପାଇବାରେ ଲାଗିଛି। ଅଣଓଡ଼ିଆ ଠିକାସଂସ୍ଥାର କର୍ମକର୍ତ୍ତାମାନେ ଓଡ଼ିଆ କର୍ମଚାରୀ ଓ ଶ୍ରମିକଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେଇ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଉଠିଛି। ଫଳରେ ସେମାନେ ଚାକିରି ଛାଡ଼ି ଘରକୁ ପଳାଉଥିବା ଭଳି ଘଟଣା ନଜିର ରହିଛି। ଅଣଓଡ଼ିଆ ଠିକାସଂସ୍ଥାକୁ କ୍ଷମତାଶାଳୀ ଅଧିକାରୀ ଓ ସ୍ଥାନୀୟ ଲୋକପ୍ରତିନିଧିମାନେ ସୁରକ୍ଷା ଦେଉଥିବାରୁ ଏନେଇ ପ୍ରତିବାଦ କଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଶୂନ ହେଉଥିବା ମତପ୍ରକାଶ ପାଇଛି।
ଜିଲାରେ ଗଢ଼ି ଉଠିଥିବା ଇସ୍ପାତ କାରଖାନାର ନିଯୁକ୍ତିର ଚିତ୍ରକୁ ଅବଲୋକନ କଲେ କଳିଙ୍ଗନଗର ଶିଳ୍ପାଞ୍ଚଳ ପାଇଁ ବିସ୍ଥାପିତଙ୍କ ଅବଦାନ ବୃଥା ହୋଇଥିବା କୁହାଯାଇପାରେ। ଯାଜପୁର ରୋଡ ଯୁଗ୍ମ ଶ୍ରମ କମିଶନ କାର୍ଯ୍ୟାଳୟରୁ ମିଳିଥିବା ଆର୍‌ଟିଆଇ ତଥ୍ୟରେ ଟାଟା ଷ୍ଟିଲ ଲିଃରେ ୮୩ ଓଡ଼ିଆ ଠିକାସଂସ୍ଥା ମାଧ୍ୟମରେ ୪୦୫ ଜଣ କର୍ମଚାରୀ ଓ ୩୨୮୮ ଜଣ ଶ୍ରମିକ କାମ କରୁଛନ୍ତି। ସେହିପରି ୨୦୫ଟି ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ୩୦୧୫ କର୍ମଚାରୀ ଓ ୧୭,୮୪୫ ଶ୍ରମିକଙ୍କୁ ନିଯୁକ୍ତି ମିଳିଛି। ତେବେ କମ୍ପାନୀ ପକ୍ଷରୁ ସମ୍ପୃକ୍ତ ଠିକାସଂସ୍ଥାକୁ ଦରମା ବାବଦରେ ମିଳୁଥିବା ଅର୍ଥର ପ୍ରାୟ ୫୦ ପ୍ରତିଶତ ମାତ୍ର କର୍ମଚାରୀ ଓ ଶ୍ରମିକଙ୍କୁ ଦିଆଯାଇଥାଏ। ବ୍ୟକ୍ତିଗତ ଜରୁରୀ ସମୟରେ ଠିକା ଶ୍ରମିକ କିମ୍ବା କର୍ମଚାରୀଙ୍କୁ ଛୁଟି ମଧ୍ୟ ମିଳି ନଥାଏ ବୋଲି ଠିକାସଂସ୍ଥାରେ ନିୟୋଜିତ ଜଣେ ମେକାନିକାଲ ଇଞ୍ଜିନିୟର ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହି କମ୍ପାନୀର କେତେକ ଅଧିକାରୀଙ୍କ ସହାୟତାରେ ସମ୍ପୃକ୍ତ ଠିକାସଂସ୍ଥା କର୍ମକର୍ତ୍ତାଙ୍କ ଦ୍ୱାରା ବାହାରକୁ ଯାଉଥିବା ଉପତ୍ାଦିତ ସାମଗ୍ରୀ ଓଜନ ପ୍ରକିୟାରେ ମଧ୍ୟ ବ୍ୟାପକ ଅନିୟମିତତା କରାଯାଇଥାଏ। ଏଥିରେ ସମ୍ପୃକ୍ତ ଅଧିକାରୀ ଓ ଠିକାସଂସ୍ଥା ମାଲାମାଲ ହେଉଛନ୍ତି। ଏନେଇ ଠିକା ଶ୍ରମିକ କିମ୍ବା କର୍ମଚାରୀ ସ୍ବର ଉତ୍ତୋଳନ କଲେ ତାଙ୍କର କ୍ୟାରିୟରକୁ କଳା ତାଲିକାଭୁକ୍ତ କରି ଦିଆଯିବ ବୋଲି ଧମକ ମଧ୍ୟ ମିଳିଥାଏ। ଜିନ୍ଦଲ ଷ୍ଟେନ୍‌ଲେସ ଲିଃରେ ୪୫ ଓଡ଼ିଆ ଠିକାସଂସ୍ଥା ଦ୍ୱାରା ୧୨୬ କର୍ମଚାରୀ ଓ ୧୨୫୬ ଶ୍ରମିକ ଏବଂ ୧୦୯ ଅଣଓଡ଼ିଆ ଠିକାସଂସ୍ଥା ମାଧ୍ୟମରେ ୬୦୦ କର୍ମଚାରୀ ଓ ୨୯୮୪ ଶ୍ରମିକ କାର୍ଯ୍ୟ କରୁଛନ୍ତି। ବିଆର୍‌ପିଏଲ୍‌ରେ ୧୦ ଓଡ଼ିଆ ଠିକାସଂସ୍ଥା ଜରିଆରେ ୪୦ କର୍ମଚାରୀ ଓ ୧୨୧ ଶ୍ରମିକ ଏବଂ ୧୨ ଅଣଓଡ଼ିଆ ଠିକାସଂସ୍ଥା ଦ୍ୱାରା ୮୦ କର୍ମଚାରୀ ଓ ୩୯୦ ଜଣ ଶ୍ରମିକଙ୍କୁ ନିଯୁକ୍ତି ମିଳିଛି। ଭିସା ଷ୍ଟିଲ ଲିଃରେ ୧୫ ଓଡ଼ିଆ ଠିକାସଂସ୍ଥା ମାଧ୍ୟମରେ ୪୫ କର୍ମଚାରୀ ଓ ୨୭୮ ଶ୍ରମିକ ଏବଂ ୨୫ ଅଣଓଡ଼ିଆ ସଂସ୍ଥା ଜରିଆରେ ୩୨ କର୍ମଚାରୀ ଓ ୨୧୫ ଶ୍ରମିକଙ୍କୁ ନିଯୁକ୍ତି ମିଳିଛି। ରୋହିତ ଫେରୋଟେକ କାରଖାନାରେ ୨୧ ଓଡ଼ିଆ ଠିକାସଂସ୍ଥା ଦ୍ୱାରା ୧୨ କର୍ମଚାରୀ ଓ ୪୦୦ ଶ୍ରମିକ ଏବଂ ୫ ଅଣଓଡ଼ିଆ ସଂସ୍ଥା ମାଧ୍ୟମରେ ୧୨ କର୍ମଚାରୀ ଓ ୧୨୨ ଜଣ ଶ୍ରମିକ ନିଯୁକ୍ତି ପାଇଛନ୍ତି। ୟାଜଦାନୀରେ ୧୦ ଓଡ଼ିଆ ସଂସ୍ଥା ଦ୍ୱାରା ୧୨ କର୍ମଚାରୀ ଓ ୨୧୨ ଶ୍ରମିକ ଏବଂ ୮ ଅଣଓଡ଼ିଆ ସଂସ୍ଥା ଜରିଆରେ ୧୫ କର୍ମଚାରୀ ଓ ୪୦୦ ଶ୍ରମିକ କାମ କରୁଛନ୍ତି।
ଅଣଓଡ଼ିଆ ଠିକାସଂସ୍ଥା ଜରିଆରେ ନିଯୁକ୍ତି ପାଇଥିବା ପ୍ରାୟ ୮୦% କର୍ମଚାରୀ ଓ ଶ୍ରମିକ ମଧ୍ୟ ରାଜ୍ୟ ବାହାରର। ଉଲ୍ଲେଖଯୋଗ୍ୟ ଯେ, ଶିଳ୍ପାନୁଷ୍ଠାନଗୁଡ଼ିକରେ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ। ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନେ ଯୋଗାଇଥିବା ତଥ୍ୟକୁ ଯାଞ୍ଚ କରିବା ପାଇଁ ଶ୍ରମ ଓ ନିୟୋଜନ ବିଭାଗକୁ ଅନୁମତି ଦିଅନ୍ତି ନାହିଁ। ନିଯୁକ୍ତି ନାମରେ ଶିଳ୍ପାନୁଷ୍ଠାନଗୁଡ଼ିକ ମନମୁଖି କାରବାର ଚଳାଇଛନ୍ତି। ଯାଜପୁର ଜିଲାରେ କୌଣସି ଶିଳ୍ପାନୁଷ୍ଠାନ ନିଯୁକ୍ତି ପାଇଁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରୁ ନାମ ମାଗିନାହାନ୍ତି। ଜିଲାର କୌଣସି ଶିଳ୍ପ ପ୍ରତିଷ୍ଠାନ ବିଜ୍ଞାପନ ଜରିଆରେ ନିଯୁକ୍ତି ଆହ୍ବାନ କରିନାହାନ୍ତି। ରାଜ୍ୟର ବିଭିନ୍ନ ବିଭାଗର କେତେଜଣ ଅମଲାତନ୍ତ୍ରୀ ଓ ପ୍ରଭାବଶାଳୀ ନେତାଙ୍କ ସୁପାରିସରେ ଓଡ଼ିଆ ଯୁବତୀଯୁବକଙ୍କ ନିଯୁକ୍ତି ସୀମିତ ରହିଛି। ନିଜର ଦକ୍ଷତା ଅନୁସାରେ ନିଯୁକ୍ତି ପାଇଥିବା ଓଡ଼ିଆଙ୍କ ସଂଖ୍ୟା ନଗଣ୍ୟ। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ଶିଳ୍ପ ସମୀକ୍ଷା ବୈଠକରେ କାରଖାନା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ତାଗିଦ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri