ନିଯୁକ୍ତି ଦ୍ୱନ୍ଦ୍ୱ

Dillip Cherian

କେନ୍ଦ୍ର ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାରଙ୍କ ମୂଳ ଗୁଜରାଟ କ୍ୟାଡର୍‌କୁ ପ୍ରତ୍ୟାବର୍ତ୍ତନ ଏକ ସମ୍ପୂର୍ଣ୍ଣ ଅଜବ ଘଟଣା ବୋଲି ପୂର୍ବରୁ ଉକ୍ତ ସ୍ତମ୍ଭରେ ସୂଚିତ କରାଯାଇଥିଲା । ଏବେ ସାଧାରଣରେ ମତ ପ୍ରକାଶ ପାଉଛି ଯେ, ଗୁଜରାଟର ମୁଖ୍ୟ ଶାସନ ସଚିବ ପଙ୍କଜ କୁମାରଙ୍କ କାର୍ଯ୍ୟକାଳ ୨୦୨୨ ମେ’ରେ ଶେଷ ହେବା ପରେ ତାଙ୍କ ସ୍ଥାନରେ କୁମାର ଅବସ୍ଥାପିତ ହେବେ । ତେବେ କୁମାରଙ୍କୁ ଏଭଳି ନିଯୁକ୍ତି ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ଏବଂ ଏହି ସମୟରେ ସେ ରାଜ୍ୟର ସ୍ଥିତି ସହ ଅଭ୍ୟସ୍ତ ହୋଇପାରିବେ ବୋଲି କୁହାଯାଉଛି। ବିଚିତ୍ର କଥା ହେଉଛି, ଘୋଷଣାର ୧୦ ଦିନ ବିତିଯାଇଥିଲେ ମଧ୍ୟ କେନ୍ଦ୍ର କୁମାରଙ୍କୁ ଛାଡ଼ିବାର ସଂକେତ ଦେଖାଯାଉନାହିଁ କିମ୍ବା ରାଜ୍ୟ ତାଙ୍କୁ ଫେରାଇ ଆଣିବାରେ କୌଣସି ଆବଶ୍ୟକତା ଥିବା ଭଳି ମନୋଭାବ ପ୍ରକାଶ କରୁନାହିଁ। ନିଯୁକ୍ତିିକୁ ନେଇ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, ହେଲେ କୁମାରଙ୍କ ସପକ୍ଷରେ ଉଭୟ ସରକାର ରହିଥିବା ସ୍ପଷ୍ଟ ହେଉଛି। ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟକୁ ମାର୍ଗଦର୍ଶନ କରିବା ଲାଗି ତାଙ୍କୁ ଗୁଜରାଟ ପଠାଇବାକୁ ସମ୍ଭବତଃ ଉଭୟ ସରକାରଙ୍କର ଏକ ଯୋଜନା ଥିଲା ବୋଲି ମଧ୍ୟ ଜଣାପଡ଼ୁଛି। କୁମାରଙ୍କୁ ମୁଖ୍ୟ ଶାସନ ପଦବୀରେ ସିଧାସଳଖ ନିଯୁକ୍ତି ଦେଲେ ସେହି ପଦବୀ ପାଇଁ ଯୋଗ୍ୟ ୧୯୮୬ ବ୍ୟାଚ୍‌ ତିନି ବରିଷ୍ଟ ଆଇଏଏସ୍‌ ଅଧକାରୀଙ୍କୁ ସେ ଟପିଯିବେ ଓ ଏହାର ସମାଧାନ ପାଇଁ ସେହି ୩ ଅଧିକାରୀଙ୍କୁ ସେମାନଙ୍କ ପସନ୍ଦ ପଦବୀରେ ଅବସ୍ଥାପିତ କରିବାକୁ ହେବ। କୁମାରଙ୍କ ନିଯୁକ୍ତିକୁ ରୋକିବା ପଛରେ ଏହା ଏକ କାରଣ ହୋଇପାରେ। ସରକାର କୁମାରଙ୍କୁ ନିଯୁକ୍ତି ଦେବା ପୂର୍ବରୁ ପ୍ରଥମେ ଏହି ସମସ୍ୟା ସମାଧାନ କରିବାର ସମ୍ଭାବନା ରହିଛି।
ସଂରକ୍ଷଣ ସାହାରା ମନା
ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଯେ, ୟୁପିଏସ୍‌ସିରେ କୃତକାର୍ଯ୍ୟ ହେଉଥିବା ପ୍ରାର୍ଥୀମାନଙ୍କର କ୍ୟାଡର୍‌ ପସନ୍ଦ ଅଧିକାର ନାହିଁ କି ସେମାନଙ୍କ ପସନ୍ଦ ମୁତାବକ କ୍ୟାଡର୍‌ ଆବଣ୍ଟନ କରାଯାଇପାରିବ ନାହିଁ। କେରଳ ହାଇକୋର୍ଟ ହିମାଚଳପ୍ରଦେଶରେ ନିଯୁକ୍ତ ମହିଳା ଆଇଏଏସ୍‌ ଅଧିକାରୀ ଏ.ଶାଇନାମୋଲ୍‌ଙ୍କୁ ତାଙ୍କ ମୂଳ କ୍ୟାଡର୍‌ ଦେବାକୁ କେନ୍ଦ୍ରକୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତା’ବିରୋଧରେ କେନ୍ଦ୍ର ସୁପ୍ରିମକୋର୍ଟରେ ଏହାର ପୁନର୍ବିଚାର ପାଇଁ ଅନୁରୋଧ କରିଥିଲେ। ଏହା ଉପରେ ବିଚାର କରି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ଅଦାଲତ ପୁଣି କହିଛନ୍ତି, କେବଳ ନିଯୁକ୍ତି ନିୟମ ବ୍ୟତୀତ ଆଇଏଏସ୍‌ଙ୍କ କ୍ୟାଡର୍‌ ଆବଣ୍ଟନ ଭଳି ସ୍ବୟଂକ୍ରିୟା ପଦ୍ଧତିର ନିୟମ ବିଚ୍ୟୁତି କେବେ ଗ୍ରହଣୀୟ ନୁହେଁ। ଶାଇନାମୋଲ୍‌ ୨୦୦୬ରେ ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇଥିଲେ। ସେ ମୁସଲିମ୍‌ ଓବିସି ବର୍ଗର ହେଲେ ମଧ୍ୟ ତାଙ୍କୁ ସାଧାରଣ ବର୍ଗରେ ଚୟନ କରାଯାଇଥିଲା ଏବଂ ୨୦୦୭ରେ ସେ ହିମାଚଳ କ୍ୟାଡର୍‌ରେ ନିଯୁକ୍ତ ହୋଇଥିଲେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ,ଶାଇନାମୋଲ୍‌ ସଂରକ୍ଷଣ କୋଟାର ସୁବିଧା ନ ନେଇ ସାଧାରଣ ବର୍ଗରେ ନିଯୁକ୍ତ ହୋଇଥିତ୍ବାରୁ ସେ ତାଙ୍କ ରାଜ୍ୟରେ ଓବିସି କୋଟାରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ନୁହନ୍ତି ଓ ଉକ୍ତ ଘଟଣାରେ କେରଳ ସରକାରଙ୍କ ସହ ଆଲୋଚନା କରିବା ଆବଶ୍ୟକ ନ ଥିଲା । ଆଇଏଏସ୍‌ ପାଇଁ ଏସ୍‌ସ/ଏସ୍‌ଟି କିମ୍ବା ଓବିସି ବର୍ଗର ଯେଉଁ ପ୍ରାର୍ଥୀମାନେ କୋଟାର ସୁବିଧା ନ ନେଇ ସାଧାରଣ ବର୍ଗରେ ନିଯୁକ୍ତି ଲାଗି ଚୟନ ହେଉଛନ୍ତି ସେମାନଙ୍କ ପାଇଁ ସ୍ପଷ୍ଟତଃ କୋର୍ଟର ଉକ୍ତ ନିର୍ଦ୍ଦେଶର ତାପତର୍‌ୟ୍ୟ ରହିଛି। ନିଯୁକ୍ତି ଚୟନ ଏବଂ କ୍ୟାଡର୍‌ ଆବଣ୍ଟନ ପରେ ଏମାନେ ଆଉ ସଂରକ୍ଷଣର ସାହାରା ନେଇପାରିବେ ନାହିଁ।
ପୋଲିସକୁ ସବୁଜ ସଂକେତ
ପୋଲିସ କମିଶନରେଟ୍‌ରେ ‘ଡୁଆଲ କଣ୍ଟ୍ରେଲ’ ସିଷ୍ଟମ ଲାଗୁ କରିବାରେ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ରାଜସ୍ଥାନ ଭଳି ରାଜ୍ୟଗୁଡ଼ିକ ମଧ୍ୟରେ ଏବେ ମଧ୍ୟପ୍ରଦେଶ ସ୍ଥାନ ପାଇବ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆ ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦିଷ୍ଟ ତାରିଖ ସ୍ପଷ୍ଟ କରି ନ ଥିଲେ ବି ଏହା ଏପ୍ରିଲ ୨୦୨୨ରୁ କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଭି. କେ.ଜୋହରି ସୂଚନା ଦେଇଛନ୍ତି। ଅନେକ ବର୍ଷ ପୂର୍ବେ ପ୍ରଥମେ ପୋଲିସ କମିଶନରେଟ୍‌ର ନୂଆ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ବ୍ୟବସ୍ଥାକୁ ୧୬ଟି ରାଜ୍ୟ ଗ୍ରହଣ କରିଥିଲେ ଏବଂ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇପିଏସ୍‌ ପ୍ରୋବେଶନର୍‌ଙ୍କ ସହ ଆଲୋଚନା ଅବସରରେ ରାଜ୍ୟଗୁଡ଼ିକର ଏଭଳି ପଦକ୍ଷେପକୁ ପ୍ରଶଂସା କରି କହିଥିଲେ , ଏହାକୁ ଅନ୍ୟମାନେ ଗ୍ରହଣ କରିବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଏହି ଅଭିଯାନ ଜୋର ଧରିଛି। ଏବେ ପ୍ରଚଳିତ ବ୍ୟବସ୍ଥାରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ପୋଲିସକୁ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡ଼ୁଛି। କିନ୍ତୁ ନୂଆ ବ୍ୟବସ୍ଥାରେ ପୋଲିସକୁ ମାଜିଷ୍ଟେରିଆଲ କ୍ଷମତା ପ୍ରଦାନ କରାଯିବ। ଅପରାଧ ରୋକିବା ଲାଗି ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବାକୁ ଏହା ସାହାଯ୍ୟ କରିବ। ପୋଲିିସ ବିଭାଗକୁ ଅଧିକ କ୍ଷମତା ଦେବା ପାଇଁ ଦୃଢ ଆଇଏଏସ୍‌ ଲବିର ବିରୋଧ ଯୋଗୁ ଏହି ପ୍ରସ୍ତାବ କାର୍ଯ୍ୟକାରୀରେ ବିଳମ୍ବ ହେଉଥିଲା। ହେଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଲିସ କମିଶନରେଟ ବ୍ୟବସ୍ଥା ସବୁଜ ସଂକେତ ପାଇବା ପରେ ଆଇଏଏସ୍‌ ଲବି ପାଖରେ ଆଉ କୌଣସି ବିକଳ୍ପ ନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri