ନିଯୁକ୍ତି ଦ୍ୱନ୍ଦ୍ୱ

Dillip Cherian

କେନ୍ଦ୍ର ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜ କୁମାରଙ୍କ ମୂଳ ଗୁଜରାଟ କ୍ୟାଡର୍‌କୁ ପ୍ରତ୍ୟାବର୍ତ୍ତନ ଏକ ସମ୍ପୂର୍ଣ୍ଣ ଅଜବ ଘଟଣା ବୋଲି ପୂର୍ବରୁ ଉକ୍ତ ସ୍ତମ୍ଭରେ ସୂଚିତ କରାଯାଇଥିଲା । ଏବେ ସାଧାରଣରେ ମତ ପ୍ରକାଶ ପାଉଛି ଯେ, ଗୁଜରାଟର ମୁଖ୍ୟ ଶାସନ ସଚିବ ପଙ୍କଜ କୁମାରଙ୍କ କାର୍ଯ୍ୟକାଳ ୨୦୨୨ ମେ’ରେ ଶେଷ ହେବା ପରେ ତାଙ୍କ ସ୍ଥାନରେ କୁମାର ଅବସ୍ଥାପିତ ହେବେ । ତେବେ କୁମାରଙ୍କୁ ଏଭଳି ନିଯୁକ୍ତି ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ଏବଂ ଏହି ସମୟରେ ସେ ରାଜ୍ୟର ସ୍ଥିତି ସହ ଅଭ୍ୟସ୍ତ ହୋଇପାରିବେ ବୋଲି କୁହାଯାଉଛି। ବିଚିତ୍ର କଥା ହେଉଛି, ଘୋଷଣାର ୧୦ ଦିନ ବିତିଯାଇଥିଲେ ମଧ୍ୟ କେନ୍ଦ୍ର କୁମାରଙ୍କୁ ଛାଡ଼ିବାର ସଂକେତ ଦେଖାଯାଉନାହିଁ କିମ୍ବା ରାଜ୍ୟ ତାଙ୍କୁ ଫେରାଇ ଆଣିବାରେ କୌଣସି ଆବଶ୍ୟକତା ଥିବା ଭଳି ମନୋଭାବ ପ୍ରକାଶ କରୁନାହିଁ। ନିଯୁକ୍ତିିକୁ ନେଇ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, ହେଲେ କୁମାରଙ୍କ ସପକ୍ଷରେ ଉଭୟ ସରକାର ରହିଥିବା ସ୍ପଷ୍ଟ ହେଉଛି। ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟକୁ ମାର୍ଗଦର୍ଶନ କରିବା ଲାଗି ତାଙ୍କୁ ଗୁଜରାଟ ପଠାଇବାକୁ ସମ୍ଭବତଃ ଉଭୟ ସରକାରଙ୍କର ଏକ ଯୋଜନା ଥିଲା ବୋଲି ମଧ୍ୟ ଜଣାପଡ଼ୁଛି। କୁମାରଙ୍କୁ ମୁଖ୍ୟ ଶାସନ ପଦବୀରେ ସିଧାସଳଖ ନିଯୁକ୍ତି ଦେଲେ ସେହି ପଦବୀ ପାଇଁ ଯୋଗ୍ୟ ୧୯୮୬ ବ୍ୟାଚ୍‌ ତିନି ବରିଷ୍ଟ ଆଇଏଏସ୍‌ ଅଧକାରୀଙ୍କୁ ସେ ଟପିଯିବେ ଓ ଏହାର ସମାଧାନ ପାଇଁ ସେହି ୩ ଅଧିକାରୀଙ୍କୁ ସେମାନଙ୍କ ପସନ୍ଦ ପଦବୀରେ ଅବସ୍ଥାପିତ କରିବାକୁ ହେବ। କୁମାରଙ୍କ ନିଯୁକ୍ତିକୁ ରୋକିବା ପଛରେ ଏହା ଏକ କାରଣ ହୋଇପାରେ। ସରକାର କୁମାରଙ୍କୁ ନିଯୁକ୍ତି ଦେବା ପୂର୍ବରୁ ପ୍ରଥମେ ଏହି ସମସ୍ୟା ସମାଧାନ କରିବାର ସମ୍ଭାବନା ରହିଛି।
ସଂରକ୍ଷଣ ସାହାରା ମନା
ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଯେ, ୟୁପିଏସ୍‌ସିରେ କୃତକାର୍ଯ୍ୟ ହେଉଥିବା ପ୍ରାର୍ଥୀମାନଙ୍କର କ୍ୟାଡର୍‌ ପସନ୍ଦ ଅଧିକାର ନାହିଁ କି ସେମାନଙ୍କ ପସନ୍ଦ ମୁତାବକ କ୍ୟାଡର୍‌ ଆବଣ୍ଟନ କରାଯାଇପାରିବ ନାହିଁ। କେରଳ ହାଇକୋର୍ଟ ହିମାଚଳପ୍ରଦେଶରେ ନିଯୁକ୍ତ ମହିଳା ଆଇଏଏସ୍‌ ଅଧିକାରୀ ଏ.ଶାଇନାମୋଲ୍‌ଙ୍କୁ ତାଙ୍କ ମୂଳ କ୍ୟାଡର୍‌ ଦେବାକୁ କେନ୍ଦ୍ରକୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତା’ବିରୋଧରେ କେନ୍ଦ୍ର ସୁପ୍ରିମକୋର୍ଟରେ ଏହାର ପୁନର୍ବିଚାର ପାଇଁ ଅନୁରୋଧ କରିଥିଲେ। ଏହା ଉପରେ ବିଚାର କରି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ଅଦାଲତ ପୁଣି କହିଛନ୍ତି, କେବଳ ନିଯୁକ୍ତି ନିୟମ ବ୍ୟତୀତ ଆଇଏଏସ୍‌ଙ୍କ କ୍ୟାଡର୍‌ ଆବଣ୍ଟନ ଭଳି ସ୍ବୟଂକ୍ରିୟା ପଦ୍ଧତିର ନିୟମ ବିଚ୍ୟୁତି କେବେ ଗ୍ରହଣୀୟ ନୁହେଁ। ଶାଇନାମୋଲ୍‌ ୨୦୦୬ରେ ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇଥିଲେ। ସେ ମୁସଲିମ୍‌ ଓବିସି ବର୍ଗର ହେଲେ ମଧ୍ୟ ତାଙ୍କୁ ସାଧାରଣ ବର୍ଗରେ ଚୟନ କରାଯାଇଥିଲା ଏବଂ ୨୦୦୭ରେ ସେ ହିମାଚଳ କ୍ୟାଡର୍‌ରେ ନିଯୁକ୍ତ ହୋଇଥିଲେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ,ଶାଇନାମୋଲ୍‌ ସଂରକ୍ଷଣ କୋଟାର ସୁବିଧା ନ ନେଇ ସାଧାରଣ ବର୍ଗରେ ନିଯୁକ୍ତ ହୋଇଥିତ୍ବାରୁ ସେ ତାଙ୍କ ରାଜ୍ୟରେ ଓବିସି କୋଟାରେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ନୁହନ୍ତି ଓ ଉକ୍ତ ଘଟଣାରେ କେରଳ ସରକାରଙ୍କ ସହ ଆଲୋଚନା କରିବା ଆବଶ୍ୟକ ନ ଥିଲା । ଆଇଏଏସ୍‌ ପାଇଁ ଏସ୍‌ସ/ଏସ୍‌ଟି କିମ୍ବା ଓବିସି ବର୍ଗର ଯେଉଁ ପ୍ରାର୍ଥୀମାନେ କୋଟାର ସୁବିଧା ନ ନେଇ ସାଧାରଣ ବର୍ଗରେ ନିଯୁକ୍ତି ଲାଗି ଚୟନ ହେଉଛନ୍ତି ସେମାନଙ୍କ ପାଇଁ ସ୍ପଷ୍ଟତଃ କୋର୍ଟର ଉକ୍ତ ନିର୍ଦ୍ଦେଶର ତାପତର୍‌ୟ୍ୟ ରହିଛି। ନିଯୁକ୍ତି ଚୟନ ଏବଂ କ୍ୟାଡର୍‌ ଆବଣ୍ଟନ ପରେ ଏମାନେ ଆଉ ସଂରକ୍ଷଣର ସାହାରା ନେଇପାରିବେ ନାହିଁ।
ପୋଲିସକୁ ସବୁଜ ସଂକେତ
ପୋଲିସ କମିଶନରେଟ୍‌ରେ ‘ଡୁଆଲ କଣ୍ଟ୍ରେଲ’ ସିଷ୍ଟମ ଲାଗୁ କରିବାରେ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ରାଜସ୍ଥାନ ଭଳି ରାଜ୍ୟଗୁଡ଼ିକ ମଧ୍ୟରେ ଏବେ ମଧ୍ୟପ୍ରଦେଶ ସ୍ଥାନ ପାଇବ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆ ବ୍ୟବସ୍ଥା ଲାଗୁ କରିବା ପାଇଁ ନିର୍ଦ୍ଦିଷ୍ଟ ତାରିଖ ସ୍ପଷ୍ଟ କରି ନ ଥିଲେ ବି ଏହା ଏପ୍ରିଲ ୨୦୨୨ରୁ କାର୍ଯ୍ୟକାରୀ ହେବା ସମ୍ଭାବନା ରହିଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଭି. କେ.ଜୋହରି ସୂଚନା ଦେଇଛନ୍ତି। ଅନେକ ବର୍ଷ ପୂର୍ବେ ପ୍ରଥମେ ପୋଲିସ କମିଶନରେଟ୍‌ର ନୂଆ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ବ୍ୟବସ୍ଥାକୁ ୧୬ଟି ରାଜ୍ୟ ଗ୍ରହଣ କରିଥିଲେ ଏବଂ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇପିଏସ୍‌ ପ୍ରୋବେଶନର୍‌ଙ୍କ ସହ ଆଲୋଚନା ଅବସରରେ ରାଜ୍ୟଗୁଡ଼ିକର ଏଭଳି ପଦକ୍ଷେପକୁ ପ୍ରଶଂସା କରି କହିଥିଲେ , ଏହାକୁ ଅନ୍ୟମାନେ ଗ୍ରହଣ କରିବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଏହି ଅଭିଯାନ ଜୋର ଧରିଛି। ଏବେ ପ୍ରଚଳିତ ବ୍ୟବସ୍ଥାରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ପୋଲିସକୁ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ ଅନୁମତି ନେବାକୁ ପଡ଼ୁଛି। କିନ୍ତୁ ନୂଆ ବ୍ୟବସ୍ଥାରେ ପୋଲିସକୁ ମାଜିଷ୍ଟେରିଆଲ କ୍ଷମତା ପ୍ରଦାନ କରାଯିବ। ଅପରାଧ ରୋକିବା ଲାଗି ପ୍ରଭାବୀ ଢଙ୍ଗରେ କାର୍ଯ୍ୟ କରିବାକୁ ଏହା ସାହାଯ୍ୟ କରିବ। ପୋଲିିସ ବିଭାଗକୁ ଅଧିକ କ୍ଷମତା ଦେବା ପାଇଁ ଦୃଢ ଆଇଏଏସ୍‌ ଲବିର ବିରୋଧ ଯୋଗୁ ଏହି ପ୍ରସ୍ତାବ କାର୍ଯ୍ୟକାରୀରେ ବିଳମ୍ବ ହେଉଥିଲା। ହେଲେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଲିସ କମିଶନରେଟ ବ୍ୟବସ୍ଥା ସବୁଜ ସଂକେତ ପାଇବା ପରେ ଆଇଏଏସ୍‌ ଲବି ପାଖରେ ଆଉ କୌଣସି ବିକଳ୍ପ ନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri