ପ୍ରତିଶ୍ରୁତିର ୧%ରୁ ବି କମ୍‌ ନିଯୁକ୍ତି

ଯାଜପୁର ଅଫିସ,୨୬ା୭:ସରକାର ନିଯୁକ୍ତିକୁ ଗୁରୁତ୍ୱ ଦେଇ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗଲ ୱିଣ୍ଡୋ ପଦ୍ଧତି ଏବଂ ହାଇଲେଭଲ କ୍ଲିୟରାନ୍ସ ଅଥରିଟି ଗଠନ କରିଛନ୍ତି। ହେଲେ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିବା ଉଦ୍ୟୋଗୀମାନଙ୍କୁ ଜମି, ରାସ୍ତା, ବିଦ୍ୟୁତୀକରଣ, ପାଣି ଇତ୍ୟାଦି ଭିତ୍ତିଭୂମି ଯୋଗାଇ ଦେବାରେ ପ୍ରଶାସନର ଅବହେଳା କାରଣରୁ ଅନୁମୋଦିତ ୬୪୯ ଶିଳ୍ପ ମଧ୍ୟରୁ ୧୪୮ଟି ପ୍ରତିଷ୍ଠା ହୋଇପାରିଛି। ମେକ୍‌ ଇନ୍‌ ଓଡ଼ିଶା ପ୍ରଥମ ସଂସ୍କରଣ (୨୦୧୬) ଜରିଆରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୮୪ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୫୮ଟିକୁ ଅନୁମୋଦନ ମିଳିଛି। ସେଥିରୁ ମାତ୍ର ୭ଟି ଶିଳ୍ପ ପ୍ରତିଷ୍ଠା ହୋଇ ଏଯାଏ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି। ମେକ୍‌ ଇନ୍‌ ଓଡ଼ିଶା ଦ୍ୱିତୀୟ ସଂସ୍କରଣ (୨୦୧୮)ରେ ୨୦୨ ପ୍ରସ୍ତାବ ମଧ୍ୟରୁ ମାତ୍ର ୧୦୮ଟିକୁ ଅନୁମୋଦନ ମିଳିଥିବାବେଳେ ସେଥିରୁ ମାତ୍ର ୯ଟି କାର୍ଯ୍ୟକ୍ଷମ ହୋଇଛି। ଉଭୟ ସଂସ୍କରଣରେ ସମୁଦାୟ ୭ ଲକ୍ଷ ୨୯ ହଜାର ୪୭୧ ଜଣ ନିଯୁକ୍ତି ପାଇବେ ବୋଲି ପ୍ରତିଶ୍ରୁତି ମିଳିଥିବାବେଳେ ସେଥିରୁ ମାତ୍ର ୫,୮୭୮(୧ ପ୍ରତିଶତରୁ କମ୍‌) ଜଣ ନିଯୁକ୍ତି ପାଇଛନ୍ତି। ଏଥିରୁ ସରକାରଙ୍କ ନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟ କେତେ ସଫଳ ତାହା ଜଳଜଳ ହୋଇ ଦିଶୁଛି।
ରାଜ୍ୟର ବିଭିନ୍ନ ଶିଳ୍ପ କାରଖାନାରେ ନିଯୁକ୍ତି ସୃଷ୍ଟି ପରିବର୍ତ୍ତେ ଛଟେଇ ସଂଖ୍ୟା ଅଧିକ ହେଉଛି। ଯେଉଁ କେତେକ ବୃହତ୍‌ ଶିଳ୍ପ ପ୍ରତିଷ୍ଠା ହେଉଛି ସେଠାରେ ଅଣଓଡ଼ିଆଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହିକ୍ରମରେ ଅଧିକରୁ ଅଧିକ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟରେ ମେକ୍‌ ଇନ୍‌ ଓଡ଼ିଶାର ପରିକଳ୍ପନା କରାଯାଇଛି। ଏଥିପାଇଁ ସିଙ୍ଗଲ ୱିଣ୍ଡୋ ପଦ୍ଧତି ଏବଂ ହାଇଲେଭଲ କ୍ଲିୟରାନ୍ସ ଅଥରିଟି ଗଠନ ପରଠାରୁ ୨୦୨୨ ଜୁନ ସୁଦ୍ଧା ବିଭିନ୍ନ କ୍ଷେତ୍ରରେ ୬୪୯ ବୃହତ୍‌ ଶିଳ୍ପ ମାଧ୍ୟମରେ ୧୭,୫୯,୮୬୭.୧୧ କୋଟି ଟଙ୍କାର ପୁଞ୍ଜିନିବେଶର ଅନୁମୋଦନ କରାଯାଇଛି। ଏଥିରେ ୬,୯୪,୪୪୫ ଜଣଙ୍କୁ ନିଯୁକ୍ତି ମିିଳିବ ବୋଲି ଆଶା କରାଯାଉଥିଲା। ଷ୍ଟିଲ୍‌ ଓ ପେଲେଟାଇଜେଶନ କ୍ଷେତ୍ରରେ ୧୮୩ଟି, ମିନେରାଲ୍ସ, କୋଇଲା, କେମିକାଲ ଆଦି କ୍ଷେତ୍ରରେ ୧୦୭, ସିମେଣ୍ଟ ପ୍ରଡକ୍ଟରେ ୪୫, ଶକ୍ତି କ୍ଷେତ୍ରରେ ୬୫ ଶିଳ୍ପ ପ୍ରତିଷ୍ଠାର ପରିକଳ୍ପନା ହୋଇଥିଲା। ହେଲେ ସେଥିମଧ୍ୟରୁ ୧୪୮ଟି ଶିଳ୍ପ ଜରିଆରେ ୩୩୨୦୮୩.୫୩ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବାବେଳେ ସେଥିରେ ୨,୨୨,୦୮୫ ଜଣଙ୍କୁ ନିଯୁକ୍ତି ମିଳିଛି ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି।
ମେକ୍‌ ଇନ୍‌ ଓଡ଼ିଶାର ପ୍ରଥମ ସଂସ୍କରଣରେ ୮୪ ପ୍ରକଳ୍ପରେ ୨,୦୩,୨୩୫ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆବେଦନ ହୋଇଥିଲା। ହେଲେ ସେଥିରୁ ମାତ୍ର ୩୪୪୦ କୋଟି ଟଙ୍କା ବିନିଯୋଗ ହୋଇ ୭ଟି ପ୍ରକଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୧,୩୭,୬୩୪ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିବାବେଳେ ସେଥିରୁ ଗତ ଜୁନ ସୁଦ୍ଧା ମାତ୍ର ୪,୦୮୯ ଜଣ ନିଯୁକ୍ତି ପାଇଛନ୍ତି। ଦ୍ୱିତୀୟ ସଂସ୍କରଣରେ ୨୦୨ ପ୍ରକଳ୍ପରେ ୪,୨୩,୧୧୪.୫୩ କୋଟି ଟଙ୍କା ବିନିଯୋଗ ହେବ ଏବଂ ସେଥିରେ ୫,୯୧,୮୪୭ ଜଣ ନିଯୁକ୍ତି ପାଇବେ ବୋଲି ଘୋଷଣା ହୋଇଥିଲା। ହେଲେ ମାତ୍ର ୯ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାବେଳେ ୧,୭୮୯ ଜଣଙ୍କୁ ନିଯୁକ୍ତି ମିଳିଛି। କେତେକ ଶିଳ୍ପକୁ ସ୍ଥାନୀୟ ନେତୃବର୍ଗ ନିଜ ସ୍ବାର୍ଥ ପାଇଁ ସହଯୋଗ କରୁ ନ ଥିବା ମଧ୍ୟ ଦେଖିବାକୁ ମିଳିଛି। ଫଳରେ କେତେକ ଶିଳ୍ପ କମ୍ପାନୀ ଉଦ୍‌ଘାଟନ ପୂର୍ବରୁ ଫେରି ଯାଇଥିବା ନଜିର ରହିଛି।
୨୦୨୦ ମାର୍ଚ୍ଚରେ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ ଅନୁସାରେ ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନୀ ଉତ୍ସବ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସରେ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏଥିରେ କଳିଙ୍ଗନଗର ବିଜୁ ପଟ୍ଟନାୟକ ପାର୍କ ନିକଟରେ କେସିକା ମେଟାଲିକ୍ସ ଲିମିଟେଡର ଗ୍ରାଉଣ୍ଡ ବ୍ରେକିଂ ପ୍ରସ୍ତାବ ଥିଲା। ହେଲେ ପ୍ରଶାସନର ଆବଶ୍ୟକ ସହଯୋଗ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ମହତ୍‌ କାର୍ଯ୍ୟ ସମ୍ପନ୍ନ ହୋଇ ପାରି ନ ଥିଲା। ସେହିପରି ଚାର୍ଟିନାଡ ସିମେଣ୍ଟ କମ୍ପାନୀ, ବିଜୁ ପଟ୍ଟନାୟକ ନ୍ୟାଶନାଲ ଷ୍ଟିଲ୍‌ ଇନ୍‌ଷ୍ଟିଚ୍ୟୁଟ (ବିପିଏନ୍‌ଏସ୍‌ଆଇ) ଭଳି ଅନେକ କମ୍ପାନୀ ଶିଳ୍ପ ପ୍ରତିଷ୍ଠା ନ କରି ଫେରି ଯାଇଥିବା ନଜିର ରହିଛି। ଚଳିତ ବିଧାନସଭାରେ ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନ ଉପରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଉପରୋକ୍ତ ତଥ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri