ପ୍ରତିଶ୍ରୁତିର ୧%ରୁ ବି କମ୍‌ ନିଯୁକ୍ତି

ଯାଜପୁର ଅଫିସ,୨୬ା୭:ସରକାର ନିଯୁକ୍ତିକୁ ଗୁରୁତ୍ୱ ଦେଇ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗଲ ୱିଣ୍ଡୋ ପଦ୍ଧତି ଏବଂ ହାଇଲେଭଲ କ୍ଲିୟରାନ୍ସ ଅଥରିଟି ଗଠନ କରିଛନ୍ତି। ହେଲେ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିବା ଉଦ୍ୟୋଗୀମାନଙ୍କୁ ଜମି, ରାସ୍ତା, ବିଦ୍ୟୁତୀକରଣ, ପାଣି ଇତ୍ୟାଦି ଭିତ୍ତିଭୂମି ଯୋଗାଇ ଦେବାରେ ପ୍ରଶାସନର ଅବହେଳା କାରଣରୁ ଅନୁମୋଦିତ ୬୪୯ ଶିଳ୍ପ ମଧ୍ୟରୁ ୧୪୮ଟି ପ୍ରତିଷ୍ଠା ହୋଇପାରିଛି। ମେକ୍‌ ଇନ୍‌ ଓଡ଼ିଶା ପ୍ରଥମ ସଂସ୍କରଣ (୨୦୧୬) ଜରିଆରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୮୪ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୫୮ଟିକୁ ଅନୁମୋଦନ ମିଳିଛି। ସେଥିରୁ ମାତ୍ର ୭ଟି ଶିଳ୍ପ ପ୍ରତିଷ୍ଠା ହୋଇ ଏଯାଏ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଛି। ମେକ୍‌ ଇନ୍‌ ଓଡ଼ିଶା ଦ୍ୱିତୀୟ ସଂସ୍କରଣ (୨୦୧୮)ରେ ୨୦୨ ପ୍ରସ୍ତାବ ମଧ୍ୟରୁ ମାତ୍ର ୧୦୮ଟିକୁ ଅନୁମୋଦନ ମିଳିଥିବାବେଳେ ସେଥିରୁ ମାତ୍ର ୯ଟି କାର୍ଯ୍ୟକ୍ଷମ ହୋଇଛି। ଉଭୟ ସଂସ୍କରଣରେ ସମୁଦାୟ ୭ ଲକ୍ଷ ୨୯ ହଜାର ୪୭୧ ଜଣ ନିଯୁକ୍ତି ପାଇବେ ବୋଲି ପ୍ରତିଶ୍ରୁତି ମିଳିଥିବାବେଳେ ସେଥିରୁ ମାତ୍ର ୫,୮୭୮(୧ ପ୍ରତିଶତରୁ କମ୍‌) ଜଣ ନିଯୁକ୍ତି ପାଇଛନ୍ତି। ଏଥିରୁ ସରକାରଙ୍କ ନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟ କେତେ ସଫଳ ତାହା ଜଳଜଳ ହୋଇ ଦିଶୁଛି।
ରାଜ୍ୟର ବିଭିନ୍ନ ଶିଳ୍ପ କାରଖାନାରେ ନିଯୁକ୍ତି ସୃଷ୍ଟି ପରିବର୍ତ୍ତେ ଛଟେଇ ସଂଖ୍ୟା ଅଧିକ ହେଉଛି। ଯେଉଁ କେତେକ ବୃହତ୍‌ ଶିଳ୍ପ ପ୍ରତିଷ୍ଠା ହେଉଛି ସେଠାରେ ଅଣଓଡ଼ିଆଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହିକ୍ରମରେ ଅଧିକରୁ ଅଧିକ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟରେ ମେକ୍‌ ଇନ୍‌ ଓଡ଼ିଶାର ପରିକଳ୍ପନା କରାଯାଇଛି। ଏଥିପାଇଁ ସିଙ୍ଗଲ ୱିଣ୍ଡୋ ପଦ୍ଧତି ଏବଂ ହାଇଲେଭଲ କ୍ଲିୟରାନ୍ସ ଅଥରିଟି ଗଠନ ପରଠାରୁ ୨୦୨୨ ଜୁନ ସୁଦ୍ଧା ବିଭିନ୍ନ କ୍ଷେତ୍ରରେ ୬୪୯ ବୃହତ୍‌ ଶିଳ୍ପ ମାଧ୍ୟମରେ ୧୭,୫୯,୮୬୭.୧୧ କୋଟି ଟଙ୍କାର ପୁଞ୍ଜିନିବେଶର ଅନୁମୋଦନ କରାଯାଇଛି। ଏଥିରେ ୬,୯୪,୪୪୫ ଜଣଙ୍କୁ ନିଯୁକ୍ତି ମିିଳିବ ବୋଲି ଆଶା କରାଯାଉଥିଲା। ଷ୍ଟିଲ୍‌ ଓ ପେଲେଟାଇଜେଶନ କ୍ଷେତ୍ରରେ ୧୮୩ଟି, ମିନେରାଲ୍ସ, କୋଇଲା, କେମିକାଲ ଆଦି କ୍ଷେତ୍ରରେ ୧୦୭, ସିମେଣ୍ଟ ପ୍ରଡକ୍ଟରେ ୪୫, ଶକ୍ତି କ୍ଷେତ୍ରରେ ୬୫ ଶିଳ୍ପ ପ୍ରତିଷ୍ଠାର ପରିକଳ୍ପନା ହୋଇଥିଲା। ହେଲେ ସେଥିମଧ୍ୟରୁ ୧୪୮ଟି ଶିଳ୍ପ ଜରିଆରେ ୩୩୨୦୮୩.୫୩ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବାବେଳେ ସେଥିରେ ୨,୨୨,୦୮୫ ଜଣଙ୍କୁ ନିଯୁକ୍ତି ମିଳିଛି ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି।
ମେକ୍‌ ଇନ୍‌ ଓଡ଼ିଶାର ପ୍ରଥମ ସଂସ୍କରଣରେ ୮୪ ପ୍ରକଳ୍ପରେ ୨,୦୩,୨୩୫ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆବେଦନ ହୋଇଥିଲା। ହେଲେ ସେଥିରୁ ମାତ୍ର ୩୪୪୦ କୋଟି ଟଙ୍କା ବିନିଯୋଗ ହୋଇ ୭ଟି ପ୍ରକଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୧,୩୭,୬୩୪ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିବାବେଳେ ସେଥିରୁ ଗତ ଜୁନ ସୁଦ୍ଧା ମାତ୍ର ୪,୦୮୯ ଜଣ ନିଯୁକ୍ତି ପାଇଛନ୍ତି। ଦ୍ୱିତୀୟ ସଂସ୍କରଣରେ ୨୦୨ ପ୍ରକଳ୍ପରେ ୪,୨୩,୧୧୪.୫୩ କୋଟି ଟଙ୍କା ବିନିଯୋଗ ହେବ ଏବଂ ସେଥିରେ ୫,୯୧,୮୪୭ ଜଣ ନିଯୁକ୍ତି ପାଇବେ ବୋଲି ଘୋଷଣା ହୋଇଥିଲା। ହେଲେ ମାତ୍ର ୯ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବାବେଳେ ୧,୭୮୯ ଜଣଙ୍କୁ ନିଯୁକ୍ତି ମିଳିଛି। କେତେକ ଶିଳ୍ପକୁ ସ୍ଥାନୀୟ ନେତୃବର୍ଗ ନିଜ ସ୍ବାର୍ଥ ପାଇଁ ସହଯୋଗ କରୁ ନ ଥିବା ମଧ୍ୟ ଦେଖିବାକୁ ମିଳିଛି। ଫଳରେ କେତେକ ଶିଳ୍ପ କମ୍ପାନୀ ଉଦ୍‌ଘାଟନ ପୂର୍ବରୁ ଫେରି ଯାଇଥିବା ନଜିର ରହିଛି।
୨୦୨୦ ମାର୍ଚ୍ଚରେ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ ଅନୁସାରେ ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନୀ ଉତ୍ସବ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସରେ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏଥିରେ କଳିଙ୍ଗନଗର ବିଜୁ ପଟ୍ଟନାୟକ ପାର୍କ ନିକଟରେ କେସିକା ମେଟାଲିକ୍ସ ଲିମିଟେଡର ଗ୍ରାଉଣ୍ଡ ବ୍ରେକିଂ ପ୍ରସ୍ତାବ ଥିଲା। ହେଲେ ପ୍ରଶାସନର ଆବଶ୍ୟକ ସହଯୋଗ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ମହତ୍‌ କାର୍ଯ୍ୟ ସମ୍ପନ୍ନ ହୋଇ ପାରି ନ ଥିଲା। ସେହିପରି ଚାର୍ଟିନାଡ ସିମେଣ୍ଟ କମ୍ପାନୀ, ବିଜୁ ପଟ୍ଟନାୟକ ନ୍ୟାଶନାଲ ଷ୍ଟିଲ୍‌ ଇନ୍‌ଷ୍ଟିଚ୍ୟୁଟ (ବିପିଏନ୍‌ଏସ୍‌ଆଇ) ଭଳି ଅନେକ କମ୍ପାନୀ ଶିଳ୍ପ ପ୍ରତିଷ୍ଠା ନ କରି ଫେରି ଯାଇଥିବା ନଜିର ରହିଛି। ଚଳିତ ବିଧାନସଭାରେ ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନ ଉପରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଉପରୋକ୍ତ ତଥ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଉଦ୍‌ଘାଟନ କଲେ ଚାଷୀ, ପ୍ରଶାସନ ଗୁରୁତ୍ୱ ଦେଇ…

ରିଷିଡ଼ା,୧୮।୧୨(ସୁଶାନ୍ତ ମଲ୍ଲିକ)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାକ୍ସ ଅଧୀନ ଖରଝୁରା ତାରିଣୀଛକଠାରେ ଗୁରୁବାର ଏକ ଧାନମଣ୍ଡି ଚାଷୀମାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଉପମଣ୍ଡି...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri