ରେକର୍ଡ କଲା ଓଣ୍ଡର ଓମ୍ୟାନ୍‌

ମୁମ୍ବାଇ, ୧ା୨: ହଲିଉଡ ଷ୍ଟାର ଗାଲ ଗାଡୋଟ୍‌ଙ୍କ ଅଭିନୀତ‘ ଓଣ୍ଡର ଓମ୍ୟାନ ୧୯୮୪’ ଚଳଚ୍ଚିତ୍ର ରେକର୍ଡ କରିଛି। ‘ଓଣ୍ଡର ଓମ୍ୟାନ’ର ଏହି ସିକ୍ୱେଲ ପ୍ରିମିୟର ଏଚ୍‌ବିଓ ମାକ୍ସରେ ଡିସେମ୍ବର ୨୫ରେ ରିଲିଜ ହୋଇଥିବାବେଳେ ସର୍ବାଧିକ ସମୟ ଦେଖାଯାଇଥିବା ଚଳଚ୍ଚିତ୍ର ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ସୃଷ୍ଟି କରିଛି। ୨.୨୫ ବିଲିୟନ ମିନିଟ୍‌ ପର୍ଯ୍ୟନ୍ତ ଲୋକେ ଦେଖିଥିବାରୁ ଓଣ୍ଡର ଓମ୍ୟାନ ଫିଲ୍ମ ଏଭଳି ବିରଳ ରେକର୍ଡ ସ୍ଥାପନ କରିଛି। ଏଥିପାଇଁ ବେଶ୍‌ ଖୁସି ଅଛନ୍ତି ଗାଡୋଟ୍‌। ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ଖୁସି ବ୍ୟକ୍ତି କରିଛନ୍ତି। କେବଳ ଓଣ୍ଡର ଓମ୍ୟାନ ୧୯୮୪ ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖାଯାଇଥିବାବେଳେ ଏଚ୍‌ବିଓ ମାକ୍ସର ସବସ୍କ୍ରିପଶନ ୨ ଗୁଣା ବଢ଼ିଛି। ରିପୋର୍ଟ ଅନୁଯାୟୀ ଡିସି ମୁଭିଜର ଏହି ଚଳଚ୍ଚିତ୍ର ୧୫୧ ମିନିଟ୍‌ର।

Share