ରେକର୍ଡ ରଚିଲେ ଇଶିକା, ସଂସ୍କୃତି: ସିବିଏସ୍‌ଇ ପରୀକ୍ଷାରେ ସଂସ୍କାର ସ୍କୁଲର ସଫଳତା

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବରଗଡ଼ସ୍ଥିତ ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ବିଦ୍ୟାଳୟର ଇଶିକା ଅଗ୍ରୱାଲ ଓ ସଂସ୍କୃତି ଜୈନ ୯୯.୨ ପ୍ରତିଶତ ଲେଖାଏ ମାର୍କ ରଖି ରେକର୍ଡ ରଚିଛନ୍ତି ବୋଲି ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିପରି ବଂଶିକା ଅଗ୍ରୱାଲ ୯୮.୨, ରିତ୍ୱିକ ମୁକାଲା ୯୭.୬, ମୋହିତ କୁମାର ସାହୁ ୯୬.୨, ସମ୍ପର୍ଣ୍ଣା ଭରଦ୍ୱାଜ ୯୬.୨ ପ୍ରତିଶତ ମାର୍କ ରଖିଛନ୍ତି। ପ୍ରିୟାଂଶୁ ନାଏକ ୯୫.୨, ସଂସ୍କାର ଅଗ୍ରୱାଲ ୯୫, ସ୍ନେହଲ ଅଗ୍ରୱାଲ ୯୪.୮, ଅଂଶ ଅଗ୍ରୱାଲ ୯୪.୯, ରୋଶନୀ ଅଗ୍ରୱାଲ ୯୪.୪, ସମର୍ଥ ଅଗ୍ରୱାଲ ୯୪.୨, ଅକ୍ଷଜ ମିତ୍ତଲ ୯୪.୨, ବୈଷ୍ଣବୀ ରୁଙ୍ଗଟା ୯୪ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ମିହିକା ଅଗ୍ରୱାଲ ୯୩.୮, ଅନନ୍ତ ଅଗ୍ରୱାଲ ୯୩.୮, ସାନଭି ଧାନୁକା ୯୩.୪, ଅକ୍ଷରା ରୁଙ୍ଗଟା ୯୩.୨ ପ୍ରତିଶତ ମାର୍କ ରଖିଛନ୍ତି। ତୃପ୍ତି ଜୈନ ୯୨.୪, ଅଂଶିକା ଅଗ୍ରୱାଲ ୯୨.୨, ରମନ ଗର୍ଗ ୯୨.୨, ପ୍ରତ୍ୟୁଷ ମାଝି ୯୧.୨, ଓଜସ୍ବିନୀ ସାହୁ ୯୧ ପ୍ରତିଶତ ମାର୍କ ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଛାତ୍ରୀଛାତ୍ରଙ୍କ ଏହି ସଫଳତାରେ ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଚେୟାରମ୍ୟାନ ସୁମନ ସାୱାଡ଼ିଆ, ଡାଇରେକ୍ଟର ଅଜିତ ପଟ୍ଟନାୟକ, ପ୍ରିନ୍ସିପାଲ କରନ ସାହୁ, ଡାଇରେକ୍ଟର ସିଦ୍ଧାର୍ଥ ସାୱାଡ଼ିଆ, ଏକାଡେମିକ କୋଅର୍ଡିନେଟର ସୀମା ସାହୁ, କୋଅର୍ଡିନେଟର ରୀତା ନାୟକଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ କୃତୀ ଛାତ୍ରୀଛାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 

Share