Posted inଖେଳ

ଜୋକୋଭିଚ୍‌ଙ୍କୁ ରେକର୍ଡ ଟାଇଟଲ

ପ୍ୟାରିସ୍‌, ୧୨ା୬: କ୍ଲେ କୋର୍ଟ ଟେନିସ୍‌ ଫ୍ରେଞ୍ଚ୍‌ ଓପନ୍‌ ଜିତିବା ସହିତ କ୍ୟାରିୟରର ୨୩ ତମ ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌। ରବିବାର ଅନୁଷ୍ଠିତ ଫାଇନାଲରେ ନରଓ୍ବେରେ କାସ୍ପର ରୁଡ୍‌ଙ୍କୁ ୭-୬(୭-୧), ୬-୩ ଓ ୭-୫ ସେଟ୍‌ରେ ପରାସ୍ତ କରିବା ସହ ସେ ରାଫେଲ ନାଡାଲଙ୍କ ୨୨ତମ ଗ୍ରାଣ୍ଡସ୍ଲାମ ରେକର୍ଡକୁ ଭାଙ୍ଗିଛନ୍ତି। ଚଳିତ ଟୁର୍ନାମେଣ୍ଟରେ କ୍ଲେ କୋର୍ଟ କିଙ୍ଗ୍‌ ରାଫେଲ ନାଡାଲ ଅଂଶଗ୍ରହଣ କରୁ ନ ଥିବାବେଳେ ବିଶ୍ୱ ମାନ୍ୟତାର ୩ ନମ୍ବର ଖେଳାଳି ଜୋକୋଭିଚ୍‌ ଫେଭରିଟ୍‌ ଥିଲେ। କାରେନ୍‌ ଖାଚାନୋଭ ଓ କାର୍ଲୋସ୍‌ ଅଲକାରାଜଙ୍କ ବିପକ୍ଷ ମ୍ୟାଚ୍‌କୁ ବାଦ୍‌ ଦେଲେ ଅନ୍ୟ ମ୍ୟାଚ୍‌ରେ ସେ ଗୋଟିଏ ବି ସେଟ୍‌ ହାରି ନ ଥିଲେ। ଏହାସହିତ ନିଜ କ୍ୟାରିୟରର ତୃତୀୟ ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଛନ୍ତି ଜୋକୋଭିଚ୍‌। ୨୩ତମ ଗ୍ରାଣ୍ଡସ୍ଲାମ ମଧ୍ୟରେ ଜୋକୋଭିଚ୍‌ ୩ଥର ଲେଖାଏ ୟୁଏସ୍‌ ଓପନ ଓ ଫ୍ରେଞ୍ଚ୍‌ ଓପନ ବିଜୟୀ ହୋଇଥିବା ବେଳେ ୭ଥର ଓ୍ବିମ୍ବେଲଡନ୍‌ ଓ ୧୦ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିଛନ୍ତି। ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା ରୁଡ୍‌ଙ୍କ ବିପକ୍ଷରେ ସକାରାତ୍ମକ ଆରମ୍ଭ କରିଥିଲେ। ପ୍ରଥମରୁ ହିଁ ସେ ପ୍ରଭାବ ବିସ୍ତାର କରି ଖେଳି ୨-୦ରେ ଆଗୁଆ ରହିଥିଲେ। ତେବେ ରୁଡ୍‌ ପ୍ରତ୍ୟାବର୍ତ୍ତନ କରିବା ସହିତ ଏହି ସେଟ୍‌ଟି ଟାଇବ୍ରେକରରେ ଫଇସଲା ହୋଇଥିଲା। ଟାଇବ୍ରେକରରେ ଜୋକୋଭିଚ୍‌ ୭-୧ରେ ଜିତିଥିଲେ। ଦ୍ୱିତୀୟ ସେଟ୍‌ରେ ଜୋକୋଭିଚ୍‌ଙ୍କ ଟେକ୍‌ନିକ୍‌ ସମ୍ମୁଖରେ ଅସହାୟ ମନେ ହୋଇଥିଲେ ରୁଡ୍‌। ତୃତୀୟ ସେଟ୍‌ରେ ରୁଡ୍‌ ସାମାନ୍ୟ ସଂଘର୍ଷ କରିଥିଲେ ମଧ୍ୟ ଜୋକୋଭିଚ୍‌ ୭-୫ରେ ଏହାକୁ ଜିତିନେଇ ରୋଲାଣ୍ଡ ଗ୍ୟାରସ୍‌ରେ ରାଫେଲ ନାଡାଲଙ୍କୁ ପଛରେ ପକାଇଥିଲେ। ପୁରୁଷ ଖେଳାଳିଙ୍କ ମଧ୍ୟରେ ଜୋକୋଭିଚ୍‌ ଓ ମହିଳା ଖେଳାଳିଙ୍କ ମଧ୍ୟରେ ସେରେନା ଓ୍ବିଲିୟମ୍ସ ୨୩ଟି ଲେଖାଏ ଗ୍ରାଣ୍ଡସ୍ଲାମ ହାସଲ ରେକର୍ଡ ନିଜ ନାମରେ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri