ଦୀପାବଳିରେ ରେକର୍ଡ ୬ ଲକ୍ଷ କୋଟିର ରେକର୍ଡ ବ୍ୟବସାୟ, ଗ୍ରାହକ ବାଛିଲେ ସ୍ୱଦେଶୀ ସାମଗ୍ରୀ

ନୂଆଦିଲ୍ଲୀ,୨୧।୧୦: ଚଳିତ ବର୍ଷ ଦୀପାବଳିରେ ସାରା ଦେଶର ବଜାରରେ ରେକର୍ଡ ବ୍ୟବସାୟ ହୋଇଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ରିପୋର୍ଟ ଅନୁଯାୟୀ, ଦୀପାବଳିରେ ମୋଟ ୬.୦୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି, ଯାହା ଏପର୍ଯ୍ୟନ୍ତ ସବୁଠାରୁ ଅଧିକ।

ଏହି ସମୟରେ, ‘ଭୋକାଲ୍ ଫର୍ ଲୋକାଲ୍’ ଏବଂ ‘ସ୍ୱଦେଶୀ ଦୀପାବଳି’ ଅଭିଯାନର ପ୍ରଭାବ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ, ୮୭ ପ୍ରତିଶତ ଗ୍ରାହକ ବିଦେଶୀ ସାମଗ୍ରୀ ବଦଳରେ ଭାରତୀୟ ଉତ୍ପାଦକୁ କିଣିବାକୁ ପ୍ରାଥମିକତା ଦେଇଛନ୍ତି।

ଗତ ବର୍ଷ ତୁଳନାରେ ଏଥର ବ୍ୟବସାୟରେ ୨୫% ବୃଦ୍ଧି ଘଟିଛି। ଦେଶୀ ସାମଗ୍ରୀର ଚାହିଦା ବଢ଼ିଥିବାରୁ ଚାଇନା ସାମଗ୍ରୀର ଚାହିଦା କମିଛି। ବ୍ୟବସାୟରେ ୫.୪୦ ଲକ୍ଷ କୋଟି ଟଙ୍କାର ବସ୍ତୁ ବ୍ୟାପାର ଓ ୬୫,୦୦୦ କୋଟି ଟଙ୍କାର ସେବା ବ୍ୟାପାର ସାମିଲ୍ ଅଛି। ଏହି ସମୟରେ ଗ୍ରୋସରୀ, ସୁନା-ରୂପା, ଇଲେକ୍ଟ୍ରୋନିକ୍ସ, ପୋଷାକ ଓ ଉପହାର ସାମଗ୍ରୀର ଚାହିଦା ଅଧିକ ଥିଲା।

CAIT ର କହିବାନୁଯାୟୀ, ଦୀପାବଳି ବ୍ୟବସାୟରୁ ପ୍ରାୟ ୫୦ ଲକ୍ଷ ଅସ୍ଥାୟୀ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ରେକର୍ଡ ବ୍ୟବସାୟ ଭାରତୀୟ ଅର୍ଥନୀତି ପ୍ରତି ବଢ଼ୁଥିବା ଆତ୍ମବିଶ୍ୱାସକୁ ଦର୍ଶାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ସୁନା-ରୂପା ପରି ବଢିଚାଲିଛି ଏହି ଧାତୁର ଦାମ୍‌! ଏବେଠୁ କିଣି ନିଅନ୍ତୁ…

ନୂଆଦିଲ୍ଲୀ,୩୧।୧: ଯଦି ଆପଣଙ୍କର ଧ୍ୟାନ କେବଳ ସୁନା ଏବଂ ରୂପା ଉପରେ ରହିଛି, ତେବେ ବଜାରକୁ ପୁନଃପରୀକ୍ଷଣ କରିବାର ସମୟ ଆସିଛି। ବିଶ୍ୱ ସାମଗ୍ରୀ ବଜାରରେ ଏକ…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

୨୦୩୨ରେ ଚନ୍ଦ୍ରକୁ ଧକ୍କାଦେବ ଗ୍ରହାଣୁ ପିଣ୍ଡ

ନୂଆଦିଲ୍ଲୀ,୩୧ା୧: ୨୦୩୨ରେ ଏକ କ୍ଷୁଦ୍ର ଗ୍ରହାଣୁ ପିଣ୍ଡ ଚନ୍ଦ୍ରକୁ ଧକ୍କା ଦେବା ନେଇ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଉକ୍ତ ଗ୍ରହାଣୁ ପିଣ୍ଡର ଓସାର ପ୍ରାୟ ୬୦ ମିଟର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri