Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସ-ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ରେ ରେକର୍ଡ ବର୍ଷା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ସ୍କୋର କରିଥିଲା। ଏହାପୂର୍ବରୁ ଏହି ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନାମରେ ଥିଲା। ଆଇପିଏଲ ୨୦୧୩ରେ ଆରସିବି ୨୬୩ ରନ ସ୍କୋର କରିଥିଲା। କିନ୍ତୁ ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ନିଜ ନାମରେ ରେକର୍ଡ ସୃଷ୍ଟି କରିଛି।
ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ୪୦ ଓଭରରେ ୫୨୩ ରନ ସ୍କୋର କରାଯାଇଥିଲା। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଉଭୟ ଇନିଂସରେ ୫୦୦ରୁ ଅଧିକ ରନ ସ୍କୋର କରାଯାଇଥିଲା।
ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ରେକର୍ଡ ୩୮ ଛକା ମାରିଥିଲା। ଏଥି ସହିତ ଉଭୟ ଦଳର ମୋଟ ୪ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ମାର୍କ ଅତିକ୍ରମ କରିଥିଲେ।
ଆଇପିଏଲ ଇତିହାସରେ ଦ୍ୱିତୀୟ ଇନିଂସରେ ସର୍ବାଧିକ ରନ ପାଇଁ ରାଜସ୍ଥାନ ରୟାଲ୍ସ ରେକର୍ଡ କରିଥିଲା। ଆଇପିଏଲ ୨୦୨୦ରେ ରାଜସ୍ଥାନ ରୟାଲ୍ସ ୨୨୬ ରନ ସ୍କୋର କରି ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ଜିତିଥିଲା। ଏଥି ସହିତ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କ ନାମରେ ରେକର୍ଡ ସୃଷ୍ଟି କରିଛି।
ଏହି ମ୍ୟାଚରେ ୩୮ଟି ଛକା ବ୍ୟତୀତ ୬୯ ଚୌକା ହୋଇଥିଲା। ଏହାପୂର୍ବରୁ ଆଇପିଏଲ ୨୦୧୦ରେ ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ୬୯ ଚୌକା ହୋଇଥିଲା।

Share