ରାଜସ୍ବ ଆଦାୟରେ ରେକର୍ଡ

କାମାକ୍ଷାନଗର, ୧୪।୬(ଡି.ଏନ.ଏ.) ଲଘୁ ଖଣିଜର ଯଥେଷ୍ଟ ଉତ୍ସ ଥିଲା। ହେଲେ ଠିକ୍‌ ସମୟରେ ସେସବୁ ନିଲାମ ହୋଇ ପାରୁ ନ ଥିଲା। ବାଲି ସଇରାତ, ପଥର ଖାଦାନରୁ ବ୍ୟାପକ ଖଣିଜ ଚୋରା ଚାଲାଣ ହେଉଥିବା ବେଳେ ଅସମ୍ପୂର୍ଣ୍ଣ ରହିଯାଉଥିଲା ରାଜସ୍ବ ଆଦାୟ ଲକ୍ଷ୍ୟ। ତେବେ ପ୍ରଶାସନିକ ଅଧିକାରୀ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ପରେ ବଦଳି ଯାଇଛି ସ୍ଥିତି। ଏକଦା ରାଜସ୍ବ ଆଦାୟରେ ପଛୁଆ କାମାକ୍ଷାନଗର ତହସିଲ ରେକର୍ଡ ପରିମାଣର ରାଜସ୍ବ ଆଦାୟ କରି ଢେଙ୍କାନାଳ ଜିଲାରେ ୧ ନମ୍ବର ସ୍ଥାନ ଦଖଲ କରିଛି।
କାମାକ୍ଷାନଗର, କାଦୁଆ, ସୁନିଆମାରୁ, ଜିରାଳ, ମଠକରଗୋଳା, ଅଁଳାବେରେଣୀ, ତୁମୁସିଙ୍ଗା ରାଜସ୍ବ ସର୍କଲକୁ ନେଇ କାମାକ୍ଷାନଗର ତହସିଲ ଗଠିତ। ୨୦୧୯-୨୦୨୦ ଆର୍ଥିକ ବର୍ଷରେ ତହସିଲ ପକ୍ଷରୁ ୩ କୋଟି ୨୭ ଲକ୍ଷ ୬୯ ହଜାର ରାଜସ୍ବ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୬ କୋଟି ୮୦ଲକ୍ଷ ୯୦ ହଜାର ୩୫୬ ଟଙ୍କା ଆଦାୟ ହୋଇଥିଲା। ୨୦୨୦-୨୧ ବର୍ଷରେ ୪ କୋଟି ୪୨ ଲକ୍ଷ ୫୮ ହଜାର ଟଙ୍କା ଲକ୍ଷ୍ୟ ରଖାଯାଇଥିବାବେଳେ ଆଦାୟ ହୋଇଛି ୧୧କୋଟି ୫୨ ଲକ୍ଷ ୭୦ ହଜାର ୬୬୨ ଟଙ୍କା, ଯାହା ୫୭% ଅଧିକ। ଆଦାୟ ରାଜସ୍ବର ସିଂହଭାଗ ବିଭିନ୍ନ ଖଜଣା, ନିସ୍ତାର ସେସ୍‌, ସଇରାତ, ଜଳକରରୁ ରହିଛି। ସେହିପରି କେବଳ ଜରିମାନା ଆକାରରେ ୪୯ ଲକ୍ଷ ୫୯ ହଜାର ୯୦୦ ଟଙ୍କା ଆଦାୟ ହୋଇଛି।
ସୂଚନାଯୋଗ୍ୟ, କାମାକ୍ଷାନଗର ତହସିଲ ଅଧୀନରେ ଥିବା ଖଣି ଓ ସଇରାତ ମଧ୍ୟରୁ ମାତ୍ର ୫ଟି ନିଲାମଯୋଗ୍ୟ ଲଘୁଖଣିଜ ଉତ୍ସ ରହିଥିଲା। ଉପଯୁକ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ ଅନ୍ୟ କେତେକ ସଇରାତ ଏବଂ ପଥର ଖାଦାନ ନିଲାମ ହୋଇପାରୁ ନ ଥିଲା। ଏଗୁଡ଼ିକୁ ମାଫିଆମାନେ ନିୟନ୍ତ୍ରଣ କରୁଥିଲେ। ତେବେ ତହସିଲ ପ୍ରଶାସନ ଉଦ୍ୟମରେ ଚଳିତ ବର୍ଷ ଆଉ ୧୧ଟି ଲଘୁଖଣିଜ ଉତ୍ସ ଚିହ୍ନଟ କରାଯାଇଛି। ମୋଟ ୧୬ ସଇରାତ ଏବଂ ପଥର ଖାଦାନରୁ ୧୨ଟି ଖଣିର ନିଲାମ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ୪ଟିର ନିଲାମ ପକ୍ରିୟା ଖୁବ୍‌ଶୀଘ୍ର ଶେଷ କରାଯିବାକୁ ଯୋଜନା ଚାଲିଛି। ଏହାପରେ ରାଜସ୍ବ ଆଦାୟ ଆହୁରି ବଢ଼ିବା ଆଶା ପ୍ରକାଶ ପାଇଛି।
ପୂର୍ବ ତ୍ରୁଟି ସୁଧୁରାଯାଉଛି

ପୂର୍ବରୁ ଜାତୀୟ ରାଜପଥ କାର୍ଯ୍ୟ ଏବଂ ରେଲ୍‌ଓ୍ବେ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ରାଜସ୍ବ ଫାଙ୍କି ଚାଲିଥିଲେ। ଏଭଳି ତ୍ରୁଟି ସୁଧାରିବା ଲାଗି ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ଆଲୋଚନା କରାଯାଇଥିଲା। ଯୋଗ୍ୟ ଲଘୁଖଣିଜ ଉତ୍ସଗୁଡ଼ିକୁ ନିଲାମ ଦିଆଯାଇଛି। ବେଆଇନ ବାଲି, ପଥର ଚାଲାଣକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଫଳରେ ରାଜସ୍ବ ଆଦାୟ ରେକର୍ଡ ପରିମାଣର ବଢ଼ିଛି।
-ସଞ୍ଜୟ କୁମାର ରାଉତ, ତହସିଲଦାର

ଉଦ୍ୟମ ପ୍ରଶଂସନୀୟ

ଯେକୌଣସି କାର୍ଯ୍ୟକୁ ସଫଳ କରିବାକୁ ହେଲେ ଇଚ୍ଛାଶକ୍ତି ଥିବା ଜରୁରୀ। ଇଚ୍ଛା ଥିଲେ ଉପାୟ ଆସେ। ପୂର୍ବରୁ ଏହାର ଅଭାବ ପରିଲକ୍ଷିତ ହେଉଥିଲା। ସ୍ଥାନୀୟ ତହସିଲଦାର ଏବଂ ବିଭିନ୍ନ ସର୍କଲର ରାଜସ୍ବ ଅଧିକାରୀମାନେ ରାଜସ୍ବ ଆଦାୟ ଲାଗି ଉଦ୍ୟମ କରିଛନ୍ତି, ଯାହା ପ୍ରଶଂସନୀୟ।
-ସତ୍ୟନାରାୟଣ ସାହୁ, ଓକିଲ ସଂଘ ଉପସଭାପତି

ସମନ୍ବୟ ରଖି କାର୍ଯ୍ୟ କରାଯିବ

ତହସିଲ ପ୍ରଶାସନର ଇଚ୍ଛାଶକ୍ତି, ରାଜସ୍ବ ବିଭାଗର କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ବଳରେ କାମାକ୍ଷାନଗର ତହସିଲ ରାଜସ୍ବ ଆଦାୟରେ ଜିଲାରେ ୧ ନମ୍ବର ସ୍ଥାନ ହାସଲ କରିପାରିଛି। ଆଗାମୀ ଦିନରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି।
-ରାକେଶ କୁମାର ଗଡ଼ନାୟକ, କାମାକ୍ଷାନଗର ଆର୍‌ଆଇ


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri