ରାଜସ୍ବ ଆଦାୟରେ ଭାପୁର ତହସିଲର ରେକର୍ଡ

ଭାପୁର,୨୧। ୪(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଭାପୁର ତହସିଲ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଆଦାୟରେ ରେକର୍ଡ କରିଛି। ଜିଲା ପ୍ରଶାସନ ଧାର୍ଯ୍ୟ କରିଥିବା ରାଜସ୍ବ ଆଦାୟ ପରିମାଣଠାରୁ ପ୍ରାୟ ୧୮୬ ପ୍ରତିଶତ ଅଧିକ ରାଜସ୍ବ ଆଦାୟ କରାଯାଇଛି। ଜିଲା ପ୍ରଶାସନ ଧାର୍ଯ୍ୟ କରିଥିବା ରାଜସ୍ବ ପରିମାଣ ୧ କୋଟି ୬୦ଲକ୍ଷ ହୋଇଥିବା ବେଳେ ଭାପୁର ତହସିଲ ପକ୍ଷରୁ ୨ କୋଟି ୯୯ ଲକ୍ଷ ୧୫ ହଜାର ୧୭୫ ଟଙ୍କା ଆଦାୟ କରାଯାଇଥିବା ତହସିଲଦାର ଲଗ୍ନଜିତ୍‌ ବେହେରା ସୂଚନା ପ୍ରଦାନ କରିଛନ୍ତି। ଲ୍ୟାଣ୍ଡ ଭେନ୍ୟୁ ପାଇଁ ୪ ଲକ୍ଷ ୫୨ ହଜାର ୭୪୭ ଟଙ୍କା , ରୟାଲଟି, ଶୈରାତ, ଓପିଲିଓ, ଗାଡ଼ି ମୋଟର ଯାଞ୍ଚ, ଇଟାଭାଟି ଚଢ଼ାଉ, ବାଲିଘାଟ , ମୁଣ୍ଡିଆ ପାହାଡ଼ରୁ ଗୋଡି ପାଇଁ ଘାତରୁ ଏପରି ମୋଟ ୨ କୋଟି ୯୦ ଲକ୍ଷ ୬୮ ହଜାର ୦୦୮ ଟଙ୍କା, ଜଳକର ଆଦାୟ ପାଇଁ ୩୩ ଲକ୍ଷ ଓ ଅନ୍ୟାନ୍ୟ ବାବଦରେ ୩ ଲକ୍ଷ ୬୧ ହଜାର ୩୯୯ ଟଙ୍କା ଆଦାୟ ହୋଇଥିବା ଜଣାଯାଇଛି। ତହସିଲ ଅଧୀନରେ ଥିବା ୭ ଆରଆଇ ସର୍କଲ ମଧ୍ୟରୁ ୩ ଆରଆଇ ସର୍କଲ ନୂଆ ହେବା ପାଇଁ ଘୋଷଣା ହୋଇଛି। ଏହି ନୂତନ ସର୍କଲଗୁଡିକ ନିଜସ୍ବ ଗୃହ ନ ଥିବାରୁ ଏହା ଏବେ ଅନ୍ୟ ଆରଆଇ କାର୍ଯ୍ୟାଳୟରେ କାମ କରୁଥିବା ଜଣାଯାଇଛି। ଶାଳପଡା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଗୋଳାପୋଖରୀ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଚାଲୁଛି। ଭାପୁର ପାଇଁ ଘୋଷଣା ହୋଇଥିବା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟଟି ଫତେଗଡ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ରାକମା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମାରଡ଼ା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ କାମ କରୁଛି। ଏହି ନୂତନ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ ଦୀର୍ଘ ୩ ମାସରୁ ଅଧିକ ଦିନ ହେବ କାର୍ଯ୍ୟ କରିବା ପାଇଁ ଟେଣ୍ଡର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଜାଗା ଚି଼ହ୍ନଟ ପରେ କାମ ଆରମ୍ଭ ହେବ ବୋଲି ଆରଡି ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ଜାଗା ଚିହ୍ନଟ ପରେ ମଧ୍ୟ ଜବରଦଖଲ ଯୋଗୁ ବିଳମ୍ବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri