ରେକର୍ଡ ମାୟାରେ ବାୟା

କର୍ଡ କରିବାର ନିଶା ଗୋଟିଏ ଗଢ଼ିବାର ନିଶା ନା ଭାଙ୍ଗିବାର, ତାହା ଅନେକ ସମୟରେ ଏକ ପ୍ରଶ୍ନବାଚୀ ପାଲଟିଯାଏ। ନୂଆ ରେକର୍ଡ ହେଉ ହେଉ ପୁରୁଣାଟି ଆପେ ଆପେ ଭାଙ୍ଗିଯାଏ, ତାକୁ ଭାଙ୍ଗିବାକୁ ପଡ଼େନି। ସେଇଆକୁ ଲକ୍ଷ୍ୟ କରି ବୋଧହୁଏ, କେବେ କବିଙ୍କ ଲେଖନୀରୁ ଝରି ଆସିଥିଲା ହୃଦୟଗ୍ରାହୀ ପଦଟିଏ-
‘ଏକର ବିନାଶେ ଆରେକ ପ୍ରକାଶେ ଏତ ସୃଷ୍ଟି ନିତ୍ୟ ବିଧି।’
ଏବେ ଖୁବ୍‌ ନିକଟରେ ଗୋଟିଏ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଆମେରିକାର ଡିମୋକ୍ରାଟ ଦଳର ସିନେଟର କୋରୀ ବୁକର- ସେ ବିନା ବିରାମରେ ପଚିଶ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ସିନେଟରେ ଭାଷଣ ଦେଇ ନିଜ ନାଁରେ ଯୋଡ଼ିଛନ୍ତି ଏଇ କୀର୍ତ୍ତି। ଏକାଦିକ୍ରମେ କହିଲେ, ଯଦିଓ ବୁଝାଏ ସେ ଏକୁଟିଆ ହିଁ କହୁଥିଲେ, ତା’ ନୁହେଁ ମଝିରେ ମଝିରେ ତାଙ୍କୁ କିଛି ପ୍ରଶ୍ନ ପଚରା ଯାଉଥିଲା ଓ ତା’ର ସେ ଉତ୍ତର ଦେଉଥିଲେ। ଅର୍ଥାତ୍‌ ମଝିରେ ମଝିରେ ଟିକିଏ ନିଃଶ୍ୱାସ ନେବାକୁ ତାଙ୍କୁ ଆପେ ଆପେ ଫୁରୁସତ୍‌ ମିଳିଯାଉଥିଲା ସେଇ କ୍ରମରେ। ଅବଶ୍ୟ ତାଙ୍କ ଦେଶର ଆଇନ ସେମିତି କରିବାକୁ ଅନୁମତି ରହିଛି। ତାଙ୍କ ଆଗରୁ ଷ୍ଟର୍ମ ଥର୍ମାଣ୍ଡଙ୍କ ନାଁରେ ସେଇ ରେକର୍ଡଟି ଥିଲା, ଯିଏ କି ୧୯୫୭ରେ ଚବିଶଘଣ୍ଟା ଅଠର ମିନିଟ୍‌ ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଥିଲେ।
ରେକର୍ଡ କହିଲେ, ସାଧାରଣ ଭାବରେ ଗୋଟାଏ ଧାରଣା ରହିଛି, ଏକ ବିଶେଷ ସ୍ବୀକୃତିର ତାହା ହେଲା ଯେମିତି କେହି ଜଣେ ଅସାଧାରଣ କୀର୍ତ୍ତିର ଅଧିକାରୀ ହେଲେ ତାଙ୍କୁ ‘ରେକର୍ଡ କଲେ’ ବୋଲି କୁହାଯାଏ। ତାଙ୍କ ଉପରେ ଫୁଲ ବର୍ଷାହୁଏ, କେବେ ପୁରସ୍କାର ମିଳେ, ଅନେକ ଲୋକଙ୍କର ନଜର ତାଙ୍କ ଉପରେ ପଡ଼େ। ଅନେକ ରେକର୍ଡ ନିତିଦିନ ତିଆରି ହୁଏ ସେମିତି ରେକର୍ଡ ନିଶା ଏତେ ବଢ଼ିଯାଇଛି ଯେ ସଂପୃକ୍ତ କାମଟି ଉପଯୋଗୀ କି ନୁହେଁ ତାକୁ ବୁଝିବାକୁ ଆଜି ଯେମିତି କାହାରି ବେଳ ନାହିଁ।
କେହି ଜଣେ ଜମି କିଣିଲା ପରେ ତାକୁ ନିଜ ନାଁରେ କରେଇ ନିଅନ୍ତି- ଯାହାକୁ ଦାଖଲ ଖାରଜ କୁହାଯାଏ। ଅର୍ଥାତ୍‌ ପୁରୁଣା ମାଲିକଙ୍କ ନାଁ ଖାରଜ ହୁଏ ଏବଂ ନୂଆ କ୍ରେତାଙ୍କ ନାଁ ସେଇ ଦରଜ ହୁଏ। ଏଥିରୁ ଆମେ ଅନୁମାନ କରିପାରିବା ରେକର୍ଡ ଅର୍ଥ କିଛି ଉଲ୍ଲେଖଯୋଗ୍ୟ କୃତି ନୁହେଁ ବରଂ ଯେତେ ମାମୁଲି ଜିନିଷ ଲେଖା ହୋଇ ରହିଲେ ତାହା ରେକର୍ଡ ପର୍ଯ୍ୟାୟଭୁକ୍ତ ସେଇ ଦୃଷ୍ଟିରୁ ଆମମାନଙ୍କ ମନଭିତରେ ରହିଥିବା ଧାରଣା ହୁଏତ ସଂଶୋଧନ ସାପେକ୍ଷ।
ଆଗରୁ ଗୋଟିଏ କଥା ଗାଁ ଗହଳିରେ ପ୍ରଚଳିତ ଥିଲା- ସେଇଟି ହେଲା- ମନ୍ଦିର ତୋଳିଲେ ନାଁ, ବାଟରେ ଝାଡ଼ାଗଲେ ବି ନାଁ। ଅର୍ଥାତ୍‌ ଭଲ କାମ କଲେ ତାହା ନଥିରେ ଚଢ଼େ ଖରାପ କାମରେ ବି। ଅବଶ୍ୟ ପାଠକେ ବୁଝିବା କଥା, ପ୍ରଥମଟି ହେଲା ନାଁ କରିବା ଆଉ ଦ୍ୱିତୀୟଟି ହେଲା ନାଁ ପକେଇବା; ଉଭୟରେ ଯଦିଓ ନାଁ ଶବ୍ଦଟି ରହିଛି ପ୍ରଥମଟିରେ ଏହାର ବ୍ୟବହାର ଏକ ସକାରାତ୍ମକ କ୍ଷେତ୍ରର ଉପଲବ୍‌ଧି ଏବଂ ଦ୍ୱିତୀୟ କ୍ଷେତ୍ରରେ ତାହା ଏକ ନକାରାତ୍ମକ ଟିପ୍ପଣୀ, ଯାହା ଆଣିଦିଏ ଅପଯଶ। ମାତ୍ର ଆଜିକାଲି ଲୋକମାନେ ଯାହା ହେଲେ ବି ଗୋଟେ ଆପଣେଇବା ଚାହାନ୍ତି।
ଆଜିକାଲିର ଯୁବ ପିଢ଼ିଙ୍କ ଭିତରେ ଏକ ପ୍ରବଣତା ସୃଷ୍ଟି ହୋଇଛି ଯେମିତି ଯେନତେନ ପ୍ରକାରେଣ ତାଙ୍କର ରେକର୍ଡ ଦରକାର। ଆଉ ସେମିତି ସାର୍ଟିଫିକେଟ ବାଣ୍ଟିବାପାଇଁ ଅନୁଷ୍ଠାନ ମାନଙ୍କର ବି ଅଭାବ ନାହିଁ, ଯେମିତି ଗିନିଜ ବୁକ୍‌ ଅଫ୍‌ ରେକର୍ଡସ, ଲିମକା ବୁକ୍‌ ଅଫ୍‌ ରେକର୍ଡସ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ଇତ୍ୟାଦି।
ରେକର୍ଡ କହିଲେ, ଆମ ଭିତରୁ ଯେମିତି କେହି ମନେ ପକେଇ ଦିଏ- କିଛି ଗୋଟାଏ ପରୀକ୍ଷା ହେଉଥିବ ଯିଏ ସବୁଠୁ ବେଶି ନମ୍ବର ରଖିଲା, ତାକୁ କୁହାଯାଏ ସିଏ ରେକର୍ଡର ଅଧିକାରୀ କିମ୍ବା ଗୋଟିଏ ସ୍ପୋଟର୍‌ସ କମ୍ପିଟିସନ୍‌ ହେଉଥିଲେ ଯିଏ ସର୍ବୋତ୍ତମ ସ୍ଥାନ ଅଧିକାର କରେ ସିଏ ହୁଏ ରେକର୍ଡର ଅଧିକାରୀ। କ୍ରିକେଟ ଆଜିକାଲି ଯୁବପିଢ଼ିଙ୍କ ମନ ଭିତରେ ଯେମିତି ପଶିଯାଇଛି ଯେ ଗୋଟିଏ ଆଇ.ପି.ଏଲ୍‌. ମ୍ୟାଚ ଦେଖିବାକୁ ହଜାର ହଜାର କିଲୋମିଟର ଯାଇ ତାହା ଦେଖିବାକୁ ନିଜ ନିଜ ଭିତରେ ପ୍ରତିଯୋଗିତା ଚାଲିଛି। କ୍ରିକେଟ ଏତେ ଅଧିକ ଲୋକପ୍ରିୟ ହେବାର ଆଉ ଗୋଟିଏ ବିଶେଷ କାରଣ ହେଲା ସେଥିରେ ରେକର୍ଡ ସଂଖ୍ୟା ଅନ୍ୟ ଯେକୌଣସି ଖେଳଠୁ ଅଧିକ। ବଲ୍‌ଟିଏ ବୋଲିଂ ହେବା ମାତ୍ରେ ରେକର୍ଡରେ ତାହା ଯୋଡ଼ି ହୋଇଯାଏ। ଏମିତି କି ଗୋଟିଏ ଇନିଂସ ଭିତରେ କିଏ କେତୋଟି ଚାରି ବା ଛଅ ମାରିଲା ତାକୁ ନେଇ ବି ରେକର୍ଡ।
ଆଉ ଯେଉଁ ରେକର୍ଡ ଦେବାପାଇଁ ସଂସ୍ଥାମାନେ ଅଛନ୍ତି ସେମାନେ ଯୁବପିଢ଼ିଙ୍କ ମନ ଆଉ ମଗଜକୁ ଠିକ୍‌ ତଉଲିଥାନ୍ତି। ଧରନ୍ତୁ ଆପଣ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌କୁ ଜଣେଇଲେ ଆପଣ ବିଧାମାରି ଗୋଟିଏ ମିନିଟ୍‌ରେ ସର୍ବାଧିକ ପଇଡ଼ ଫଟେଇ ପାରିବେ- ଆପଣଙ୍କୁ ଗୋଟିଏ ଭିଡିଓ ପଠେଇବା ପାଇଁ ସେମାନେ କହିପାରନ୍ତି ଏବଂ ଆପଣ ତାଙ୍କର ନିୟମ ମୁତାବକ ଦେୟ ଡିପୋଜିଟ୍‌ କଲେ ତାଙ୍କ ତରଫରୁ ପର୍ଯ୍ୟବେକ୍ଷକ ନିର୍ଦ୍ଦିଷ୍ଟ ଦିନରେ ଆପଣଙ୍କ ପ୍ରସ୍ତାବିତ ସ୍ଥାନରେ ପହଞ୍ଚିଯିବେ। ଆପଣ ଯେଉଁ କଳା ପ୍ରଦର୍ଶନ କରିବେ ତା’ର ଭିଡିଓ କରିବା ସହିତ ଆପଣଙ୍କୁ ଗୋଟିଏ ସାର୍ଟିଫିକେଟ ଧରେଇ ଦେବେ। ଅର୍ଥାତ୍‌ ଆପଣ ବିଧାମାରି ମିନିଟରେ ଏତେ ସଂଖ୍ୟକ ପଇଡ଼ ଫଟେଇଛନ୍ତି। ଅଦ୍ଭୁତ ରକମର ଖେଳକୁ ଏଇ ପର୍ଯ୍ୟାୟରେ ଗ୍ରହଣ କରାଯାଇପାରେ- ଯାହାର କୌଣସି ଠିକଣା କି ପରିଭାଷା ଖେଳ ଜଗତରେ ନାହିଁ- ମାତ୍ର ଆପଣ ଗୋଟିଏ ରେକର୍ଡର ଅଧିକାରୀ ହେଲେ ବୋଲି ପରିଗଣିତ ହେବେ, ଯାହାର କୌଣସି ଉପଯୋଗିତା ନାହିଁ। ଯାହାର ସାମାଜିକ ଯଥାର୍ଥ ନାହିଁ, ସେପରି ରେକର୍ଡ ବା ପ୍ରଶଂସାପତ୍ରର କିଛି ଆବଶ୍ୟକତା ଅଛି କି? ଯେମିତି କିଏ ମିନିଟିଏ ସମୟରେ ଶହେପାଞ୍ଚ ଅଣ୍ଡା ଗିଳିଲା, କିଏ ଏକ ଗୋଡ଼ିଆ ହୋଇ ଦେଢ଼ଦିନ ଠିଆ ହେଲା ଇତ୍ୟାଦି।
ବହୁ ପ୍ରାଚୀନ କାଳରେ ଭଗବାନଙ୍କ ନିକଟରେ ଲୋକେ ନିଜର ସନ୍ତାନ ସନ୍ତତିଙ୍କ ପାଇଁ କିଛି ଯାଚା କଲାବେଳେ ଶ୍ଳୋକ ପାଠ କରୁଥିଲେ। ‘ଆୟୁ ଦେହୀ ଯଶୋ ଦେହୀ ଦେହୀ ମେ ଗଣନାୟକ’, ଅର୍ଥାତ୍‌ କେବଳ ଆୟୁଷ ଦେଲେ ତାହା କୌଣସି କାମକୁ ନୁହେଁ ଯଦି ସେଇ ସମୟ ଭିତରେ ମଣିଷ ଯଶର ଅଧିକାରୀ ନ ହେଲା। ମନେପଡୁଛି ପୁତନାଙ୍କ ମୁହଁରେ ଅବତାରଣା କରାଯାଇଥିବା ଏକ ସଂସ୍କୃତ ଶ୍ଳୋକର ଅର୍ଥ- ଯେଦିଓ ପୃଥିବୀ ତୁଳନାରେ ପୃଥିବୀରେ ଥିବା ପର୍ବତ ସାନ ମାତ୍ର ଶବ୍ଦତତ୍ତ୍ୱ ଅନୁସାରେ ତାହା ପୃଥିବୀଠାରୁ ଭାରୀ କାରଣ ପର୍ବତକୁ କୁହାଯାଏ ମହୀଧର। ପର୍ବତକୁ ନିଜର ଅଙ୍ଗୁଳିରେ ଟେକି ଧରିଥିଲେ ବୋଲି ଶ୍ରୀକୃଷ୍ଣଙ୍କୁ କୁହାଯାଏ ଗୋବର୍ଦ୍ଧନଧାରୀ। ହେଲେ ସେଇ ଶ୍ରୀକୃଷ୍ଣଙ୍କୁ ପୁତନା ଯେହେତୁ ନିଜର ସ୍ତନପାନ କଲାବେଳେ ସ୍ତନାଗ୍ରରେ ଟେକି ଦେଇଥିଲା ସେଇ କ୍ରମରେ ସେ କହୁଛି ମୋତେ ଶ୍ରୀକୃଷ୍ଣଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେକରାଯିବା କଥା ମାତ୍ର ସତରେ ତାହା ହେଲା କି ତାହା ଥିଲା ଏକ ଘୃଣ୍ୟକାମ। ସେ ଆସିଥିଲା କଂସର ନିର୍ଦ୍ଦେଶରେ ଶ୍ରୀକୃଷ୍ଣଙ୍କୁ ବଧ କରିବାପାଇଁ। ତେଣୁ ତାହାର ସାମୟିକ କର୍ମ ପାଇଁ ତାଙ୍କୁ ଜୀବନ ସାରା ଲଜ୍ଜା ସହିବାକୁ ହେଲା। ସଂକ୍ଷିପ୍ତରେ କହିଲେ ଯେଉଁ କାମ କଲେ ଜଣେ ଯଶପ୍ରାପ୍ତି କରେ ତାହାସିନା ଯୁବପିଢ଼ିଙ୍କର ଧେୟ ହୁଅନ୍ତା। ତୁଚ୍ଛା ରେକର୍ଡ ଖାଲି ପୁତନାର ଦୀର୍ଘଶ୍ୱାସ ସିନା- ଏଇଆ କ’ଣ ମନେରଖିବେ ଆଜିର ଯୁବସମାଜ।
ମୋ: ୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri