ଲେଉଟିଲା ତାତି: ବୌଦ୍ଧରେ ସର୍ବାଧିକ ୪୨ ତାପମାତ୍ରା ରେକର୍ଡ

ଭୁବନେଶ୍ବର,୮।୫(ବ୍ୟୁରୋ): ରାଜ୍ୟରେ ଲେଉଟିଲା ଗ୍ରୀଷ୍ମ ପ୍ରବାହ। ପ୍ରାୟ ୨ ସପ୍ତାହ ପରେ ପୁଣି ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ବୌଦ୍ଧ ସର୍ବାଧିକ ୪୨ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏଥିସହ ଝାରସୁଗୁଡା ଓ ସମ୍ବଲପୁରରେ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଉରକେଲାରେ ୪୧.୪, ଅନୁଗୋଳରେ ୪୧.୧, ସୁନ୍ଦରଗଡ ୪୧, ତାଳଚେରରେ ୪୦.୮ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ଉଭୟ ବଲାଙ୍ଗୀର ଓ ଜଗତସିଂହପୁରରେ ୪୦.୫ ଏବଂ ଚାନ୍ଦବାଲିରେ ୪୦.୨, ଟିଟିଲାଗଡରେ ସୋନପୁର, ନୟାଗଡ ଓ କେନ୍ଦ୍ରାପଡାରେ ତାପମାତ୍ରା ୪୦ ଡିଗ୍ରି ଛୁଇଛି।