Posted inଫୁରସତ

୨୪ ଘଣ୍ଟାରେ ୭୬୫ଥର ପାଣିକୁ ଡେଇଁ ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଦୁନିଆରେ ଅନେକ ସାହସୀ ଲୋକ ଅଛନ୍ତି, ଯେଉଁମାନେ ଏପରି କିଛି କାର୍ଯ୍ୟ କରନ୍ତି, ଯାହା ଆମେ ଚିନ୍ତା କରିବା ମଧ୍ୟ କଷ୍ଟକର। ଏମିତି ଅସମ୍ଭବ କାର୍ଯ୍ୟ କରି ଦେଖାଇଛନ୍ତି ଫ୍ରାନ୍ସର ଫ୍ରାଙ୍କୋସ୍‌-ମେରି। ୨୪ ଘଣ୍ଟାରେ ୭୬୫ ଥର ପାଣିକୁ ଡେଇଁ ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ସାଧାରଣତଃ ଦୁଃସାହସିକ କ୍ରୀଡ଼ା ତାଲିକାରେ ବଞ୍ଜି ଜମ୍ପିଂ ଓ୍ବାଲର୍‌ଡ ରେକର୍ଡର ନାମ ଶୁଣିଥିବେ, ଯେଉଁଥିରେ ଜଣେ ବ୍ୟକ୍ତି କିଛି ଯନ୍ତ୍ରପାତି ବ୍ୟବହାର କରି ଉଚ୍ଚତାରୁ ଡେଇଁପଡ଼ନ୍ତି। ଏଥିସହିତ ଇଲାଷ୍ଟିକ୍‌ ଦଉଡ଼ି ବ୍ୟବହାର କରିଥାନ୍ତି। ଯେଉଁମାନେ ଏପରି କରିଥାନ୍ତି ସେମାନଙ୍କ ମଧ୍ୟରେ ଦୃଢ଼ ମନୋବଳ ଏବଂ ସାହସ ରହିବା ଆବଶ୍ୟକ। ଯେଉଁ ସାହସ ଫ୍ରାଙ୍କୋସଙ୍କ ମଧ୍ୟରେ ଥିଲା। ଥରେ କିମ୍ବା ଦୁଇଥର ନୁହେଁ ଦିନକୁ ୭୬୫ ଥର ଡେଇଁଛନ୍ତି।

ସେ ସ୍କଟଲ୍ୟାଣ୍ଡର ପିଟଲୋଚରି ଗ୍ୟାରି ନଦୀରେ ବଞ୍ଜି ଜମ୍ପିଂ କରିଥିଲେ। ମଙ୍ଗଳବାର ସକାଳ ୧୦.୧୦ରେ ଜମ୍ପ୍‌ ଆରମ୍ଭ କରିଥିଲେ ଏବଂ ବୁଧବାର ଠିକ୍‌ ସେହି ସମୟରେ ଶେଷ ହୋଇଥିଲେ। ଏମିତି କରି ସେ ୨୦୧୭ରେ ନ୍ୟୁଜିଲ୍ୟାଣ୍ଡର ମାଇକ ହର୍ଡଙ୍କ ୪୩୦ଥର ବଞ୍ଜି ଜମ୍ପିଂ ରେକର୍ଡ ଭାଙ୍ଗିଥିଲେ।

ତାଙ୍କର ରେକର୍ଡ ପ୍ରୟାସ ଦେଖିବାକୁ ଗିନିଜ ଓ୍ବାଲର୍‌ଡ ରେକର୍ଡସ ଦଳ ମଧ୍ୟ ଉପସ୍ଥିତ ଥିଲେ। ଗତ ବର୍ଷ ମଧ୍ୟ୍‌ ଜଣେ ବ୍ୟକ୍ତି ରୁଷିଆରେ ସମାନ ବଞ୍ଜି ଜମ୍ପିଂ ଉଦ୍ୟମ କରିଥିଲେ। ସେ ଏକ ନିଛାଟିଆ ଗୋଦାମର ଛାତରୁ ପ୍ରାୟ ୫୦ଫୁଟ ଉଚ୍ଚରୁ ଡେଇଁପଡ଼ିଥିଲେ। ତାଙ୍କର ଏହି କଳା ପ୍ରଦର୍ଶନ କ୍ୟାମେରାରେ ରେକର୍ଡ ହୋଇ ଭାଇରାଲ ହୋଇଥିଲା। ଯଦିଓ ଏହା ଏକ ରେକର୍ଡ ପ୍ରୟାସ ନୁହେଁ, କିନ୍ତୁ ଫ୍ରାଙ୍କୋସଙ୍କ ଏହି ପ୍ରୟାସ କେବଳ ବିଶ୍ୱ ରେକର୍ଡ ପାଇଁ ଥିଲା, ଯାହା ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri