ଖୁବ୍‌ଶୀଘ୍ର ଭୁବନେଶ୍ୱର ଷ୍ଟେଶନର ପୁନର୍ବିକାଶ

ଭୁବନେଶ୍ୱର,୨୪।୭: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଶୁକ୍ରବାର ଭୁବନେଶ୍ୱର ରେଳଷ୍ଟେଶନ ପରିଦର୍ଶନ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ସ୍ଥାନ, ବିଭିନ୍ନ ଯାତ୍ରୀ ସୁବିଧା ଓ ଅନ୍ୟାନ୍ୟ କ୍ଷେତ୍ରଗୁଡିକୁ ବୁଲି ଦେଖିଥିଲେ। ଏହି ଅବସରରେ ସେ କହିଲେ, ଭୁବନେଶ୍ୱର ରେଳ ଷ୍ଟେଶନର ପୁନର୍ବିକାଶ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏହାକୁ ବିଶ୍ୱସ୍ତରୀୟ ଷ୍ଟେଶନରେ ପରିଣତ କରିବାକୁ ରେଳପଥ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ବିମାନବନ୍ଦର ଭଳି ଯାତ୍ରୀ ଓ ଅନ୍ୟାନ୍ୟ ସମସ୍ତ ସୁବିଧା ଏହି ଷ୍ଟେଶନରେ ରହିବ। ଏହାବାଦ ଷ୍ଟେଶନକୁ ଏକ ବ୍ୟବସାୟିକ ହବ୍‌ରେ ମଧ୍ୟ ପରିଣତ କରାଯିବ। ଷ୍ଟେଶନର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ସୁନ୍ଦର ଆଲୋକ ବ୍ୟବସ୍ଥା, ଉନ୍ନତ ସଙ୍କେତ ଏବଂ ୱେଟିଂ ହଲ୍‌ ଭଳି ସୁବିଧା ମଧ୍ୟ ରହିବ। ଯାତ୍ରୀଙ୍କୁ ଆକୃଷ୍ଟ କରିବା ସହ ଷ୍ଟେଶନକୁ ଭ୍ରମଣ କରିବାକୁ ଆସୁଥିବା ଲୋକଙ୍କୁ ଆହୁରି ଅଧିକ ସୁବିଧା ଯୋଗାଇ ଦିଆଯିବ। ଏହା ବ୍ୟତୀତ ଷ୍ଟେଶନ ବାହାରେ ଥିବା ଖାଲି ସ୍ଥାନଗୁଡିକୁ ମଧ୍ୟ ବିକଶିତ କରାଯିବ। ଜଳ ନିଷ୍କାସନ ପାଇଁ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥାର ଉନ୍ନତୀକରଣ କରାଯିବ। ସେହିପରି ପ୍ଲାଟ୍‌ଫର୍ମ-୬ ପାର୍ଶ୍ୱରେ ଅଧିକ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇ ଯାତ୍ରୀଙ୍କ ସୁବିଧା ପାଇଁ ବିକାଶ କରାଯିବ। ରାଜ୍ୟ ସରକାର ଓ ପୂର୍ବତଟ ରେଳପଥ ମଧ୍ୟରେ ଭୁବନେଶ୍ୱର ଷ୍ଟେଶନର ପୁନର୍ବିକାଶ ନେଇ ଏକ ରାଜିନାମା ୨୦୧୯ ସେପ୍ଟେମ୍ବରରେ କରାଯାଇଥିଲା। ଏଥିରେ ଷ୍ଟେଶନର ବିକାଶ ସାଙ୍ଗକୁ ଶପିଂ କମ୍ପ୍ଲେକ୍ସ, ରେଷ୍ଟୁରାଣ୍ଟ, ପାର୍କିଂ ଏବଂ ଅନ୍ୟାନ୍ୟ ସୁବିଧା ଆଦି ଯୋଗାଇ ଦେବାର ଲକ୍ଷ୍ୟ ରହିଥିଲା। ସେହିଭଳି ଷ୍ଟେଶନକୁ ଆଉ ଦୁଇଟି ଅତିରିକ୍ତ ଲାଇନ ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା ଚାଲିଛି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ହେବା ପରେ ଟେଣ୍ଡର ହେବ। ଆସନ୍ତା ୬ମାସ ମଧ୍ୟରେ ଯୋଜନା ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ବିଦ୍ୟାଭୂଷଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri