୪୦+ଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ସୁପାରିସ

ନୂଆଦିଲ୍ଲୀ, ୪।୧୨ : ଭାରତରେ ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। ଏହି ଚିନ୍ତାଜନକ ଭାରିଆଣ୍ଟ ସଂକ୍ରମଣରୁ ରକ୍ଷା ପାଇବା ଲାଗି ୪୦ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସ(୪୦+)ର ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦେବା ଲାଗି ଜିନୋମ ପରୀକ୍ଷା କରୁଥିବା ୨୮ ଲାବରେଟୋରିର ସଂଘ ପକ୍ଷରୁ ସରକାରଙ୍କୁ ସୁପାରିସ କରାଯାଇଛି। ଟିକା ନେଇ ନ ଥିବା ଲୋକଙ୍କୁ ପ୍ରଥମେ ଟିକା ଦେବା ସହ ୪୦+ ଏବଂ ସଂକ୍ରମଣ ଆଶଙ୍କା ଥିବା ଲୋକମାନଙ୍କୁ ବୁଷ୍ଟର ଡୋଜ୍‌ ଦେବା ନେଇ ବିଚାର କରାଯାଉ। ବର୍ତ୍ତମାନର ଟିକାରୁ ମିଳୁଥିବା ଆଣ୍ଟିବଡି ସ୍ତର ନିମ୍ନ ହୋଇଥିବାରୁ ଏହା ଓମିକ୍ରନ୍‌କୁ ନିଷ୍କ୍ରିୟ କରିବା ପାଇଁ ଯଥେଷ୍ଟ ନୁହେଁ ବୋଲି ଆଇଏନ୍‌ଏସ୍‌ଏସିଓଜି କହିଛି। ଏହି ସଂସ୍ଥା କୋଭିଡ୍‌-୧୯ର ବିଭିନ୍ନ ଭାରିଆଣ୍ଟ ଯାଞ୍ଚ କରୁଛି। ନୂଆ ଭାରିଆଣ୍ଟ କିଭଳି ସଂକ୍ରମଣ କରୁଛି ଓ ଏଥିରୁ ସୁରକ୍ଷା ପାଇଁ ସମ୍ଭାବ୍ୟ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଏହି ସଂସ୍ଥା ଜଣାଇଥାଏ। ନୂଆ ଭାରିଆଣ୍ଟଗୁଡ଼ିକର ଉପସ୍ଥିତି ଚିହ୍ଟ କରିବାକୁ ହେଲେ ଜିନୋମ ସିକ୍ୱେନ୍ସିଂ ଜରୁରୀ।
ଆମେରିକା ଓ ବ୍ରିଟେନରେ ୪୦ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ବୁଷ୍ଟର ଡୋଜ୍‌ ଦେବା ପାଇଁ ମଞ୍ଜୁରୀ ମିଳିସାରିଲାଣି। କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେଇଥିବା ଲୋକଙ୍କୁ ନୂଆ ଭାରିଆଣ୍ଟରୁ ସୁରକ୍ଷା ଦେବାକୁ ହେଲେ ବୁଷ୍ଟର ଦିଆଯିବା ଆବଶ୍ୟକ ବୋଲି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫୌସି କହିଛନ୍ତି। ଭୂତାଣୁର ମ୍ୟୁଟେଶନ ଯୋଗୁ ଏହାର ଢାଞ୍ଚା ବଦଳିଯାଇଛି। ନୂଆ ଭାରିଆଣ୍ଟ ଦ୍ରୁତ ବେଗରେ ସଂକ୍ରମଣ କରିପାରେ ବୋଲି ପ୍ରାଥମିକ ପ୍ରମାଣ ମିଳିଥିବା ଆଇଏନ୍‌ଏସ୍‌ଏସିଓଜି କହିଛି। ଓମିକ୍ରନ୍‌ ପ୍ରଥମେ ଚିହ୍ନଟ ହୋଇଥିବା ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ଦିନକରେ ଦୁଇଗୁଣା ବଢ଼ିଯାଇଛି। ଲୋକ ସଭାରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ କହିଛନ୍ତି ବୈଜ୍ଞାନିକ ପରାମର୍ଶ ପରେ ବୟସ୍କମାନଙ୍କୁ ବୁଷ୍ଟର ଡୋଜ୍‌ ଏବଂ ପିଲାମାନଙ୍କୁ ଟିକାକରଣ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ବୈଜ୍ଞାନିକମାନଙ୍କ ଉପରେ ଭରସା ରଖିବା ଲାଗି ସେ ବିରୋଧୀ ସଦସ୍ୟମାନଙ୍କୁ କହିଥିଲେ। କୋଭିଡ୍‌ ମୃତ୍ୟୁ ସମ୍ପର୍କରେ ସରକାର ତଥ୍ୟ ଲୁଚାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିବାରୁ ମାଣ୍ଡବ୍ୟ କହିଥିଲେ, ସମସ୍ତ ରାଜ୍ୟଙ୍କୁ ମୃତ୍ୟୁ ସଂଖ୍ୟା ଜଣାଇବାକୁ କୁହାଯାଇଥିଲା। ୧୯ ରାଜ୍ୟ ରିପୋର୍ଟ ଦେଇଥିବାବେଳେ କେବଳ ପଞ୍ଜାବରେ ଅକ୍ସିଜେନ ଅଭାବରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଓମିକ୍ରନ ବିପଦ ଥିବା ଦେଶରୁ ଏପର୍ଯ୍ୟନ୍ତ ଭାରତକୁ ୧୬,୦୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଓ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri