ଆମେରିକାରେ ଫାଇଜରକୁ ମଞ୍ଜୁରୀ ଲାଗି ସୁପାରିସ

ଓ୍ବାଶିଂଟନ, ୧୨।୧୨(ପି.ଟି.): ଫାଇଜର ନିର୍ମିତ କୋଭିଡ୍‌-୧୯ ଟିକାକୁ ଜରୁରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ଦେବାକୁ ଆମେରିକା ସରକାରଙ୍କ ସ୍ବତନ୍ତ୍ର ପରାମର୍ଶଦାତା କମିଟି ସୁପାରିସ କରିଛି। ଗୁରୁବାର ୮ ଘଣ୍ଟାର ସର୍ବସାଧାରଣ ଶୁଣାଣି ପରେ ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ)ର ଭାକ୍ସିନ୍‌ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜୈବ ଉତ୍ପାଦ ପରାମର୍ଶଦାତା କମିଟି ଫାଇଜର ଭାକ୍ସିନ ସପକ୍ଷରେ ମତ ଦେଇଥିଲା। ଟିକାକୁ ମଞ୍ଜୁରୀ ଦେବା ସପକ୍ଷରେ ୧୭ ଭୋଟ ପଡ଼ିଥିବାବେଳେ ୪ ଜଣ ସଦସ୍ୟ ବିରୋଧ କରିଥିଲେ ଓ ଜଣେ ଅନୁପସ୍ଥିତ ଥିଲେ। ତେଣୁ ଟିକାକୁ ମଞ୍ଜୁରୀ ଦେବା ପାଇଁ ଅଧିକ ସମୟ ଲାଗିବା ସମ୍ଭାବନା ଥିବାରୁ ଏଫ୍‌ଡିଏର ପୂର୍ଣ୍ଣ ଅନୁମୋଦନ ଲାଗି ଫାଇଜର ପୁଣିଥରେ ଆବେଦନ କରିବ ବୋଲି ଜଣାପଡ଼ିଛି।

ଟିକାକରଣ ସଫଳତା ନେଇ ଡବ୍ଲ୍ୟୁଏଚ୍‌ଓର ଉଦ୍ୟମ

ଦକ୍ଷିଣ-ପୂର୍ବ ଏସିଆର ସଦସ୍ୟ ଦେଶଗୁଡ଼ିକରେ କୋଭିଡ୍‌-୧୯ ଟିକାକରଣକୁ ସଫଳ କରାଇବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବିଭିନ୍ନ ସରକାର ଏବଂ ଟିକା ଉତ୍ପାଦନକାରୀ ସଂସ୍ଥା ସହ ଆଲୋଚନା କରିଛି। ଟିକାର ସୁଷମ ବଣ୍ଟନ ଓ କାର୍ଯ୍ୟକାରିତାରେ ଉତ୍ପାଦନକାରୀ ଓ ନିୟାମକ ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଡବ୍ଲ୍ୟୁଏଚ୍‌ଓ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ୍‌ ଖେତ୍ରପାଲ ସିଂ ଦୁଇଦିନିଆ ଭର୍ଚୁଆଲ ବୈଠକରେ କହିଛନ୍ତି। ଟିକାକରଣ ପାଇଁ କିପରି ପଞ୍ଜୀକରଣକୁ ତ୍ୱରାନ୍ବିତ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉକ୍ତ ଅଞ୍ଚଳର ଜାତୀୟ କାର୍ଯ୍ୟକ୍ରମ, ଟିକା ପ୍ରକ୍ରିୟା ଏବଂ ନିୟାମକ ସଂସ୍ଥା ମଧ୍ୟରେ ସମନ୍ବୟ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ଭାରତରୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିଃ, ବାୟୋଲୋଜିକାଲ୍‌ ଇ ଲିଃ,କାଡିଲା ହେଲ୍‌ଥ କେୟାର ଲିଃ, ଡ. ରେଡିସ୍‌ ଲାବରେଟୋରିଜ୍‌ ଏବଂ ଓକ୍‌ହାର୍ଡ ଲିମିଟେଡ୍‌ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri