କ୍ୟୁବାରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି

କାରିବିଆନ୍‌ ଦେଶ କ୍ୟୁବା ପୁରୁଷ ସମଲିଙ୍ଗୀଙ୍କ ବିବାହକୁ ସ୍ବୀକୃତି ଦେଇଛି। ରବିବାର ଏହା ସପକ୍ଷରେ ବହୁଳ ମତଦାନ ହୋଇଥିଲା। କ୍ୟୁବା ଜନସଂଖ୍ୟାର ୭୪% ବା ୮୪ ଲକ୍ଷ ଲୋକ ଏହି ପ୍ରସଙ୍ଗରେ ଭୋଟ ଦେବାକୁ ଯୋଗ୍ୟ ହୋଇଥିଲେ। ୩୯ ଲକ୍ଷ (୬୬%)ରୁ ଊର୍ଦ୍ଧ୍ୱ ସମଲିଙ୍ଗୀ ବିବାହ ସପକ୍ଷରେ ମତ ଦେଇଥିବାବେଳେ ୩୩% ଏହାକୁ ବିରୋଧ କରିଥିଲେ। ୧୦୦ ପୃଷ୍ଠା ଦସ୍ତାବିଜ ସମ୍ବଳିତ ‘ଫ୍ୟାମିଲି କୋଡ୍‌’ ଏହାକୁ ବୈଧ କରିବା ସହ ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ କିମ୍ବା ସରୋଗେସୀ ମାଧ୍ୟମରେ ସନ୍ତାନ ପ୍ରାପ୍ତ କରିପାରିବେ ବୋଲି ସମଲିଙ୍ଗୀ ଦମ୍ପତିଙ୍କୁ ଅନୁମତି ମିଳିଛି। କ୍ୟୁବା ରାଷ୍ଟ୍ରପତି ମିଗୁଏଲ୍‌ ଡିଆଜ୍‌ କାନେଲ ଏହାକୁ ସ୍ବାଗତ କରିବା ସହ ନ୍ୟାୟ ହୋଇପାରିଛି ବୋଲି ଟୁଇଟ୍‌ କରିଛନ୍ତି। ୨୦୦୧ରେ ନେଦରଲାଣ୍ଡ୍‌ସ ସମଲିଙ୍ଗୀ ବିବାହକୁ ବୈଧ କରିଥିଲା। ଏହାପରେ କାନାଡା, ବେଲ୍‌ଜିୟମ, ଡେନ୍‌ମାର୍କ, ଫିନ୍‌ଲାଣ୍ଡ, ଜର୍ମାନୀ, ନ୍ୟୁଜିଲାଣ୍ଡ, ସୁଇଡେନ୍‌, ସୁଇଜରଲାଣ୍ଡ୍‌, ଆମେରିକା, ବ୍ରିଟେନ, ସ୍ପେନ୍‌, ନରଓ୍ବେ, ବ୍ରାଜିଲ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଆଦି ସମେତ ପ୍ରାୟ ୩୦ ଦେଶ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେଇସାରିଛନ୍ତି।

Share